ଜ୍ୟୋତିଷ

ଗାଈକୁ ଗୋଟିଏ ରୁଟି ଖୁଆଇବା ଦ୍ୱାରା ମନୁଷ୍ୟକୁ ମିଳିଥାଏ ଏହି ଫଳ । ଜାଣନ୍ତୁ ଭଗବାନ ଶ୍ରୀକୃଷ୍ଣ କଣ କହିଛନ୍ତି

ଥରେ ଦେବର୍ଷି ନାରଦ ବୈକୁଣ୍ଠ ଆସି ଶ୍ରୀକୃଷ୍ଣଙ୍କୁ ଏକ ପ୍ରଶ୍ନ ପଚାରିଲେ । ତାଙ୍କ ପ୍ରଶ୍ନ ଏହା ଥିଲା ଯେ ଯେଉଁ ମଣିଷ ଗାଈ ଉପରେ ଅତ୍ୟାଚାର କରିଥାଏ ତାକୁ କେଉଁ ଦଣ୍ଡ ମିଳିଥାଏ ଏବଂ ଯେଉଁ ମାନୁଷ୍ୟ ଗାଈର ସେବା କରିଥାଏ ତାକୁ କେଉଁ ଫଳ ମିଳିଥାଏ । ଏହା ଶୁଣି ଭଗବାନ ବିଷ୍ଣୁ ନାରଦ ମୁନିଙ୍କୁ ଏକ କଥା ଶୁଣାଇବାରେ ଲାଗିଲେ । କଥା ଅନୁଯାୟୀ ମଧ୍ୟ ଯୁଗରେ ଦିଲ୍ଲୀପ ନାମକ ଜଣେ ରାଜା ଥିଲେ । ଯିଏକି ଖୁବ ଭଲ ଏବଂ ଧର୍ମର ପାଳନ କରୁଥିଲେ । ତାଙ୍କ ପ୍ରଜା ମାନେ ମଧ୍ୟ ତାଙ୍କ ପାଇଁ ବେଶ ଖୁସି ଥିଲେ । କିନ୍ତୁ ମହାରାଣୀ ସୁଦକ୍ଷିଣା ଅର୍ଥାତ ମହାରାଜ ଦିଲ୍ଲୀପଙ୍କ ପତ୍ନୀ ଏବଂ ନିଜେ ରାଜା ଖୁବ ଦୁଃଖିତ ଥିଲେ କାରଣ ଉଭୟଙ୍କର ସନ୍ତାନ ହେଉ ନଥିଲା ।

ଏହି କାରଣରୁ ଚିନ୍ତିତ ହୋଇ ଦୁହେଁ ଋଷି ଅଗସ୍ତ୍ୟଙ୍କ ପାଖକୁ ଗଲେ । ଋଷି ଅଗସ୍ତ୍ୟ ଏବଂ ତାଙ୍କ ପତ୍ନୀ ଅରୁନ୍ଧତୀ ଉଭୟଙ୍କ ସ୍ୱାଗତ କରି କୁଟୀରକୁ ଆସିବାର କାରଣ ପଚାରିଲେ । ଦୁହେଁ ପୁତ୍ର ସନ୍ତାନ ନହେବାର କାରଣ ଋଷି ବଶିଷ୍ଠଙ୍କୁ ପଚାରିଲେ ଏବଂ ପୁତ୍ର ପ୍ରାପ୍ତି ପାଇଁ ଉପାୟ ବିଷୟରେ ମଧ୍ୟ ପଚାରିଲେ ।

ଏହାପରେ ମହର୍ଷି ଅଗସ୍ତ୍ୟ ନିଜ ଦିବ୍ୟ ଦୃଷ୍ଟିରେ ଦେଖି କହିଲେ ଯେ ରାଜା ଥରେ ଇନ୍ଦ୍ର ଦେବଙ୍କୁ ସାକ୍ଷାତ କରି ଫେରୁଥିବା ସମୟରେ ଏକ କଳ୍ପ ବୃକ୍ଷ ତଳେ ଛିଡ଼ା ହୋଇଥିବା ଗାଈ ଏବଂ ବାଛୁରୀ ଯେଉଁମାନେ କି ଭୋକିଲା ଥିଲେ ସେମାନଙ୍କୁ ରାଜା ଦୁର୍ଲକ୍ଷ କରିଥିଲେ । ତେଣୁ ସେହି କାମଧେନୁ ଗାଈର ଅଭିଶାପ କାରଣରୁ ହିଁ ଆଜି ପର୍ଯ୍ୟନ୍ତ ରାଜାଙ୍କୁ ପୁତ୍ର ସନ୍ତାନ ପ୍ରାପ୍ତ ହୋଇନାହିଁ ।

ଏହା ଶୁଣିବା ପରେ ରାଜା କାନ୍ଦି କାନ୍ଦି ମହର୍ଷିଙ୍କୁ ପ୍ରାୟଶ୍ଚିତ କରିବାର ବାଟ ପଚାରିଲେ । ସେହି ଗାଈର ପୁତ୍ରୀ ନନ୍ଦିନୀକୁ ଋଷି ଅଗସ୍ତ୍ୟ ରଖିଥିଲେ ଏବଂ କହିଲେ ଯେ ଯଦି ରାଜା ଏବଂ ରାଣୀ ଦୁହେଁ ସେହି ଗାଈକୁ ପୂଜା କରିବା ସହିତ ଆରାଧନା ଏବଂ ଯତ୍ନ ନିଅନ୍ତି ତେବେ ସେହି ଗାଈ ନିଶ୍ଚୟ ଦୁଃଖ ଦୂର କରିବ । ଏହା କହିବା ମାତ୍ରେ ନନ୍ଦିନୀ ଗାଈ ସେଠାରେ ଆସି ପହଞ୍ଚି ଗଲା । ଆଗାମୀ ଦିନ ରାଣୀ ସୁଦକ୍ଷିଣା ଗାଈର ସେବା କଲେ ଏବଂ ରାଜା ତାଙ୍କୁ ଚରାଇବାକୁ ଜଙ୍ଗଲକୁ ନେଇଗଲେ । ରାଜା ଅତି ଯତ୍ନରେ ଗାଈକୁ ନେଇଗଲେ ଏବଂ ତାର ଯତ୍ନ ନେଲେ । ସନ୍ଧ୍ୟାରେ ଗାଈକୁ ନେଇ ରାଜା କୁଟୀରକୁ ଫେରି ଆସିଲେ ଏବଂ ଗାଈର ଖୋରା ଧୂଳିରେ ରାଜାଙ୍କର ସବୁ ପାପ ନଷ୍ଟ ହୋଇଗଲା ।

ଏହାପରେ ରାଣୀ ମଧ୍ୟ ତାଙ୍କୁ ପୂଜା କରି ମସ୍ତକ ଛୁଇଁ ପ୍ରଣାମ କରିବାକୁ ଗାଈ ପ୍ରସନ୍ନ ହେଲା । ଗାଈର ଦୃଷ୍ଟି ପଡ଼ିବା ମାତ୍ରେ ରାଣୀ ଅତ୍ୟନ୍ତ ପବିତ୍ର ହୋଇଗଲେ । ଏମିତି ୨୨ ଦିନ ବିତିଯିବା ପରେ ପୁଣିଥରେ ରାଜା ଗାଈକୁ ନେଇ ହିମାଳୟ ଗଲେ । ହିମାଳୟର ସୁନ୍ଦରତା ଦେଖି ରାଜା ଅତ୍ୟନ୍ତ ମୋହିତ ହୋଇଗଲେ ଏବଂ ତାକୁ ଦେଖିବାକୁ ଲାଗିଲେ ।

ଏପଟେ ଏକ ମହାବାଳ ସିଂହ ଗାଈ ଉପରକୁ ଆକ୍ରମଣ କରିବା ପରେ ନନ୍ଦିନୀ ଗାଈ କାନ୍ଦି କାନ୍ଦି ରାଜାଙ୍କୁ ସହାୟତା ମାଗିଲା । ରାଜା ନିଜ ଧନୁ ସର ନେଇ ସିଂହକୁ ମାରିବାକୁ ଯାଉଥିବା ବେଳେ ସିଂହର ଏକ ଦୃଷ୍ଟିରେ ସେ ବଳହୀନ ହୋଇଗଲେ । ଏହାପରେ ସିଂହ ରାଜାଙ୍କୁ କହିଲା ଯେ ଆଜି ସେହି ଗାଈକୁ ଭୋଜନ କରିବାର ଅଛି ଏବଂ ସେହି ପୁରା ହିମାଳୟରେ ମହାଦେବଙ୍କ ମାୟା ବିସ୍ତାର ହୋଇ ରହିଛି ।

ଏହାପରେ ରାଜା କହନ୍ତି ଯେ ଏହି ଗାଈକୁ ସେବା କରିବାର ନିର୍ଦେଶ ରହିଛି ଯଦି ସେ ଏହି ଗାଈକୁ ମାରିଦିଏ ତେବେ ପାପ ଲାଗିବ । ଏହା ବଦଳରେ ନିଜକୁ ଭକ୍ଷଣ କରିବାକୁ ଅନୁରୋଧ କଲେ । ଏତିକି କହି ରାଜା ସେହି ସିଂହ ସାମ୍ନାରେ ହାତ ଯୋଡ଼ି ବସିଗଲେ । ଏହାପରେ ଏକ ସ୍ୱର ଶୁଣାଗଲା ଯେ , ମୁଁ ତୁମ କାମରେ ଖୁସି । ଆଖି ଖୋଲି ଦେଖିଲା ବେଳକୁ ଗାଈ ଉଠି ଛିଡ଼ା ହୋଇଥିଲା ଏବଂ ସିଂହ କେଉଁଠି ନଥିଲା । ଏହା କହି ଗାଈ ନିଜ ମାୟାବୀ ଶକ୍ତି ଦ୍ୱାରା ରାଜାଙ୍କ ପରୀକ୍ଷା ନେଇଥିବା କହେ ।

ଏହାପରେ ପ୍ରସନ୍ନ ହୋଇ ରାଣୀ ତାଙ୍କ କ୍ଷୀର ପାନ କଲେ ତାଙ୍କୁ ସୁନ୍ଦର ଏବଂ ଗୁଣବାନ ପୁତ୍ର ପ୍ରାପ୍ତ ହେବ ବୋଲି ବରଦାନ ଦେଲେ । ଏହାପାରେ ଗାଈକୁ ନେଇ ରାଜା ଫେରି ଆସିଲେ । ରାଜା ଏବଂ ରାଣୀ ବିଧିବଦ୍ଧ ଭାବରେ ଗାଈକୁ ପୂଜା କଲେ ଏବଂ କ୍ଷୀରକୁ ପ୍ରସାଦ ଆକାରରେ ସେବନ କଲେ । ତେଣୁ ଯେଉଁ ଲୋକ ଗାଈର ସେବା କରିଥାଏ ତାର କେବେ ଦୁର୍ଗତି ହୁଏନାହିଁ ଏବଂ ତାର ସବୁ ମନସ୍କାମନା ପୂରଣ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button