ଦିଲ୍ଲୀରେ ୧୨ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ; ୩ ନାବାଳକଙ୍କ ସମେତ ୫ ଗିରଫ – Kalinga News

[ad_1]
ନୂଆଦିଲ୍ଲୀ: ଜନୈକ ମହିଳା ପ୍ରଲୋଭନ ଦେଖାଇ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ଉତ୍ତର ଦିଲ୍ଲୀର ଏକ ନିଛାଟିଆ ସ୍ଥାନକୁ ନେଇଯିବା ପରେ ସେଠାରେ ଜଣେ ବ୍ୟକ୍ତି ଓ ୩ ଜଣ ନାବାଳକ ସଂପୃକ୍ତା ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ମାମଲାର ତଦନ୍ତ କରି ଅଭିଯୁକ୍ତ ପୁରୁଷ ଓ ମହିଳାଙ୍କୁ ଗିରଫ କରାଯିବା ସହ ୩ ଅଭିଯୁକ୍ତ ଦୁଷ୍କର୍ମକାରୀ ନାବାଳକଙ୍କୁ ପୁଲିସ ଗିରଫ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତ ଜାନୁଆରି ୨ ତାରିଖରେ ଅଳିଆ ସଂଗ୍ରହ ପାଇଁ ପୀଡ଼ିତା ଜଣକ ସଦର ବଜାର ଅଞ୍ଚଳକୁ ଆସିଥିଲେ। ଏହି ସମୟରେ ସେଠାରେ ଥିବା ଏକ ଚା’ ଦୋକାନର ନିୟମିତ ଗ୍ରାହକ ତଥା ନାବାଳିକାଙ୍କ ପରିଚିତ ଜଣେ ୨୯ ବର୍ଷୀୟା ଯୁବତୀ ତାଙ୍କୁ ପ୍ରଲୋଭନ ଦେଖାଇ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ। ଯେଉଁଠାରେ ୩୮ ବର୍ଷୀୟ ଚା’ ଦୋକାନ ମାଲିକ ସୁରେଶଙ୍କ ସହ ୧୨, ୧୪ ଓ ୧୫ ବର୍ଷର ୩ ଜଣ ନାବାଳକ ଅପେକ୍ଷା କରି ରହିଥିଲେ। ମହିଳା ଜଣକ ପୀଡ଼ିତାଙ୍କୁ ଏକ ଅସ୍ଥାୟୀ ତମ୍ବୁ ଭିତରକୁ ନେଇ ଯାଇଥିଲେ, ଯେଉଁଠାରେ ଯୁବକ ଏବଂ ତିନି ଜଣ ନାବାଳିକ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଗଣଦୁଷ୍କର୍ମ ପରେ ପୀଡ଼ିତାଙ୍କୁ ଧମକ ଦିଆଯାଇଥିଲା ଯେ ଯଦି ସେ ଏ ବିଷୟରେ କାହାକୁ ଜଣାଇବେ ତେବେ ଭୟଙ୍କର ପରିଣାମ ଭୋଗିବେ।
ତେବେ, ନାବାଳିକା ଜଣକ ସଦର ବଜାର ଅଞ୍ଚଳରେ ରହୁଥିବା ତାଙ୍କର ସମ୍ପର୍କୀୟ ଭାଇଙ୍କୁ ଘଟଣା ଜଣାଇବା ପରେ ସେ ଘଟଣା ସମ୍ପର୍କରେ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ଘଟଣା ସଂପର୍କରେ ତଦନ୍ତ କରି ଏହି ମାମଲାର ତଦନ୍ତ କରି ଅଭିଯୁକ୍ତ ପୁରୁଷ ଓ ମହିଳାଙ୍କୁ ଗିରଫ କରିବା ସହ ୩ ଅଭିଯୁକ୍ତ ଦୁଷ୍କର୍ମକାରୀ ନାବାଳକଙ୍କୁ ପୁଲିସ ଗିରଫ କରିଛି।
[ad_2]



