ଅପରାଧ

ସୌନ୍ଦର୍ଯ୍ୟ ବୃଦ୍ଧି ନିଶା ନେଲା ଆଇଟି ପ୍ରଫେସନାଲଙ୍କ ଜୀବନ – Kalinga News

[ad_1]

ଚେନ୍ନାଇ: ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଓଜନ ହ୍ରାସ ପାଇଁ ଅସ୍ତ୍ରୋପଚାର କରିବା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାମ ଏସ୍ ହେମଚନ୍ଦ୍ରନ୍, ବୟସ ୨୬ବର୍ଷ ଥିବା ବେଳେ ସେ ପୁଡୁଚେରୀର ଏକ ଆଇଟି ପ୍ରଫେସନାଲ ଥିବ‌ା ଜଣାପଡ଼ିଛି।

ଗତ ସୋମବାର ମେଟାବୋଲିକ୍ ଏବଂ ବାରିଆଟ୍ରିକ୍ (ଓଜନ ହ୍ରାସ) ଅସ୍ତ୍ରୋପଚାର ପାଇଁ ହେମଚନ୍ଦ୍ରନଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ରାତିରେ ଅସ୍ତ୍ରୋପଚାର ପାଇଁ ତାଙ୍କୁ ଆନାସ୍ଥେସିଆ ଦିଆଯାଇଥିଲା।

ଏହି ଆନାସ୍ଥେସିଆ ଦିଆଯିବାପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଅନେକ ଚେଷ୍ଟା ପରେ ବି ଶେଷରେ ହେମଚନ୍ଦ୍ରନଙ୍କ ମୃତ୍ୟୁ ହୋଇଯାଇଥିବା ଚିକିତ୍ସା କରୁଥିବା ଡାକ୍ତରଙ୍କ ପକ୍ଷରୁ ପ୍ରକାଶ ପାଇଛି।

ହେମଚନ୍ଦ୍ରନଙ୍କ ବାପା ଡି.ସେଲଭନାଥନ୍ ପୁଅ ହେମଚନ୍ଦ୍ରନଙ୍କ ଅସ୍ତ୍ରୋପଚାର କରୁଥିବା ଡାକ୍ତର ପେରୁ‌ଙ୍ଗୋ ଓ ତାଙ୍କ ସହାୟକଙ୍କ ବିରୋଧରେ ତିରୁଭଲ୍ଲୁବର ନଗର ପୁଲିସ ଷ୍ଟେସନରେ ମାମଲା ରୁଜୁ କରିଛନ୍ତି।

ଡି.ସେଲଭନାଥନ୍ କହିଛନ୍ତି, ତାଙ୍କ ପୁଅ ଗତ ବର୍ଷ ଏପ୍ରିଲରେ ରେଲା ହସ୍ପିଟାଲରେ ଓଜନ ହ୍ରାସ ଅସ୍ତ୍ରୋପଚାର ବିଷୟରେ ୟୁଟ୍ୟୁବ ଭିଡିଓ ଦେଖିବା ପରେ ଡକ୍ଟର ପେରୁଙ୍ଗୋଙ୍କୁ ଭେଟିଥିଲେ। ତେବେ ପୁଅର ଚିକିତ୍ସା ପାଇଁ ସେତିକି ଅର୍ଥ ଆବଶ୍ୟକ ବୋଲି ଡାକ୍ତର କହିଥିଲେ ଆମ ପାଖରେ ସେତିକି ସାମର୍ଥ୍ୟ ନଥିଲା। ତେଣୁ ଏହି ଅସ୍ତ୍ରୋପଚାର ପାଇଁ ଆମେ ମନା କରି ଦେଇଥିଲୁ। କିନ୍ତୁ ଡାକ୍ତର ପେରୁ‌ଙ୍ଗୋ ଓ ତାଙ୍କ ସହଯୋଗୀମାନେ ଆମକୁ କହିଥିଲେ କି ତାଙ୍କ ହସ୍ପିଟାଲରେ ପୁଅର ଚିକିତ୍ସା କଲେ ୪ଲକ୍ଷ ଟଙ୍କା ପଡ଼ିବ ଯାହାକି ଅନ୍ୟ ହସ୍ପିଟାଲରେ ୬ଲକ୍ଷ ଟଙ୍କା ରହିଛି। ଏହାପରେ ହେମଚନ୍ଦ୍ରନଙ୍କ ଓଜନ ହ୍ରାସ ଅସ୍ତ୍ରୋପଚାର ପାଇଁ ଆମେ ରାଜି ହୋଇଯାଇଥିଲୁ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button