ଅପରାଧ

ନୂୂଆବର୍ଷରେ ସ୍ବାମୀଙ୍କୁ ନିଆରା ଉପହାର: ୨ ପିଲାଙ୍କୁ ଧରି ପ୍ରେମିକ ସହ ଫେରାର୍‌ ହେଲେ ପତ୍ନୀ – Kalinga News

[ad_1]

ମୁଙ୍ଗେର: ବିବାହର ମୁଙ୍ଗେରଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ପତ୍ନୀ ତାଙ୍କ ସ୍ବାମୀଙ୍କୁ ନୂଆବର୍ଷରେ ଏପରି ଏକ ଉପହାର ଦେଇଛନ୍ତି ଯାହା ଆପଣ କେବେ କଳ୍ପନା ବି କରି ନଥିବେ।

ଜାଣିବାକୁ ମିଳିଛି ଯେ ମହିଳା ଜଣକ ଫେସ୍‌ବୁକ୍‌ରୁ ଜଣେ ଯୁବକଙ୍କ ସହ ପ୍ରେମ ସଂପର୍କରେ ଥିବା ହେତୁ ନିଜ ସ୍ବାମୀଙ୍କ ସହ ୧୫ବର୍ଷର ସଂପର୍କ ତୁଟାଇ ଚାଲି ଯାଇଛନ୍ତି। କେବଳ ସେତିକି ନୁହେଁ, ମହିଳା ଜଣକ ତାଙ୍କ ସାଥୀରେ ୨ ପିଲାଙ୍କୁ ବି ନେଇ ଯାଇଛନ୍ତି। ଏବେ ବିଚରା ସ୍ବାମୀ ନିଜ ପିଲାଙ୍କୁ ଇଆଡ଼େ ସିଆଡ଼େ ଖୋଜି ବୁଲୁଛନ୍ତି।

ଧରହରାର ବାସିନ୍ଦା ବୁଲ୍‌ବୁଲଲ୍‌ଙ୍କ ବାହାଘର ସାଫିଆବାଦ୍‌ ଓପି କ୍ଷେତ୍ରର ହଲିମପୁରର ଗ୍ରାମର ଭିକିଙ୍କ ସହ ହୋଇଥିଲା। ବିବାହ ପରେ ସେମାନଙ୍କ ଦୁଇ ଝିଅ ହୋଇଥିଲେ। କିଛି ମାସ ତଳେ ମହିଳା ଫେସ୍‌ବୁକ୍‌ ଜରିଆରେ ପାଟ୍‌ନାର ଜଣେ ଯୁବକଙ୍କ ସହ ବନ୍ଧୁତା କରିଥିଲେ। କିଛି ଦିନ ଭିତରେ ସେହି ବନ୍ଧୁତା ପ୍ରେମରେ ପରିଣତ ହୋଇଗଲା।

ଭିକିଙ୍କ କହିବା କଥା ହେଉଛି, ଜାନୁଆରି ୩ ତାରିଖରେ ମହିଳା ନିଜ ସାନ ଭାଇଙ୍କ ସହ ବାପଘରକୁ ଯାଉଛନ୍ତି ବୋଲି କହି ଘରୁ ଗୋଡ଼ କାଢ଼ିଥିଲେ। ହେଲେ ‌ସେ ତାଙ୍କ ଭାଇଙ୍କୁ ଧରହରା ଯାଉଥିବା ଟ୍ରେନରେ ବସାଇ ଦେଇ ସେ ଅନ୍ୟ ଏକ ଟ୍ରେନ୍‌ରେ ଯିବେ ବୋଲି କହି ପିଲାଙ୍କୁ ନେଇ ଫେରାର୍‌ ହୋଇ ଯାଇଥିଲେ। ଯେତେବେଳେ ବୁଲ୍‌ବୁଲ୍‌ ବାପଘରେ ପହଞ୍ଚିଲେ ନାହିଁ ପରିବାରଲୋକ ସନ୍ଦେହ କରି ତାଙ୍କୁ ଖୋଖୋଜି ଆରମ୍ଭ କରିଥି‌ଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button