ମୋବାଇଲ ଚୋରିର ଅଭିଯୋଗ କରିବାକୁ ଯାଇଥିବା ବେଳେ ଥାନା ଆଗରୁ ବାଇକ୍ ଚୋରି କଲେ ଚୋର – Kalinga News

[ad_1]
ରାଜଗଡ଼: ମୋବାଇଲ ଚୋରିର ଅଭିଯୋଗ କରିବାକୁ ଯାଇଥିବା ବେଳେ ଥାନା ଆଗରୁ ଯୁବକଙ୍କ ବାଇକ୍ ଚୋରି କଲେ ଚୋର। ମଧ୍ୟପ୍ରଦେଶର ରାଜଗଡ଼ରେ ଘଟିଛି ଏଭଳି ଘଟଣା। ଏକା ସାଙ୍ଗରେ ୨ଟି ଜିନିଷ ଚୋରି ହେବା ପରେ ଏବେ ପୁଲିସ ତଦନ୍ତ ଆରମ୍ଭ କରିଛି। ପ୍ରଥମେ ମୋବାଇଲ ଓ ପରେ ପୁଲିସ ଷ୍ଟେସନ ବାହାରୁ ଗାଡ଼ି ଚୋରି ହେବାରୁ ଲୁଟେରାମାନଙ୍କ ମନରେ ପୁଲିସର ଭୟ ନଥିବା ସ୍ପଷ୍ଟ ହୋଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ମୁତାବକ, ମଦ ଦୋକାନ ଆଗରେ ପୀଡ଼ିତଙ୍କ ପକେଟରୁ କେହି ମୋବାଇଲ ଚୋରି କରିବା ପରେ ସେଠାରେ ଉପସ୍ଥିତ ଜଣେ ଯୁବକ ପୁଲିସରେ ଅଭିଯୋଗ କରିବାକୁ କହିଥିଲେ। ଏହା ପରେ ଅଜଣା ଯୁବକଙ୍କୁ ବାଇକ୍ ପଛରେ ବସାଇ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ ପୀଡ଼ିତ। ଏତଲା ଲେଖାଇବାକୁ ପୀଡ଼ିତ ଭିତରକୁ ଯାଇଥିବା ବେଳେ ତାଙ୍କ ସହ ଆସିଥିବା ଅଜଣା ଯୁବକ ଗାଡ଼ି ନେଇ ଫେରାର ହୋଇଯାଇଥିଲେ। ପୀଡ଼ିତ ବାହାରକୁ ଆସି ଗାଡ଼ି ନଥିବା ଦେଖି ଆଶ୍ଚର୍ଯ୍ୟ ହେବା ସହ ଚୋରଙ୍କ ଜାଲରେ ଫସିଥିବା ଜାଣିପାରିଥିଲେ। ଏହା ପରେ ସେ ପୁଣି ପୁଲିସ ଷ୍ଟେସନ ଭିତରକୁ ଯାଇ ବାଇକ୍ ଚୋରି ହୋଇଥିବାର ଅଭିଯୋଗ କରିଥିଲେ। ଘଟଣାଟି ମାସେ ତଳେ ଘଟିଥିଲେ ବି ପୁଲିସ ତଦନ୍ତ ଆରମ୍ଭ କରିନାହିଁ ।
ଏତଲା ଲେଖି ପୁଲିସ ବସିପଡ଼ିଥିବା କହିଛନ୍ତି ପୀଡ଼ିତ । ମାସେ ପରେ ହୋଇଥିଲେ ବି ତାଙ୍କ ବାଇକ୍ ଓ ଫୋନ ତାଙ୍କୁ ମିଳିନଥିବା କହିଛନ୍ତି ପୀଡ଼ିତ ।
[ad_2]