ଏହି ୫ ଜଣ ହେଉଛନ୍ତି ବଲିଉଡ୍ର ସବୁଠାରୁ ଧନୀ କଳାକାର; ଜାଣନ୍ତୁ ପ୍ରଥମ କିଏ? – Kalinga News

[ad_1]
ମୁମ୍ବାଇ: ଭାରତୀୟ ସିନେ କଳାକାରମାନେ ଯେ ଅଜସ୍ର ସଂପତ୍ତିର ମାଲିକ ତାହା ହୁଏ କହିବା ଜରୁରୀ ନୁହେଁ। ସେମାନେ ଗୋଟାଏ ଚଳଚ୍ଚିତ୍ରରୁ ଯେତିକି ରୋଜଗାର କରନ୍ତି, ଆମେ ସାଧାରଣ ଲୋକମାନେ ବର୍ଷ ବର୍ଷ ଧରିି ସଞ୍ଚୟ କଲେ ବି ସେତିକି କରିବା ସମ୍ଭବ ନୁହେଁ। ତେବେ ଆପଣ ଜାଣନ୍ତି କି ବଲିଉଡ୍ କଳାକାରମାନଙ୍କ ମଧ୍ୟରୁ କିଏ କେତେ ଟଙ୍କାର ସଂପତ୍ତିର ମାଲିକ?
ଶାହରୁଖ୍ ଖାନ୍: ପ୍ରଥମରୁ କିଙ୍ଗ୍ଖାନ୍ଙ୍କ ନାମ ପଢ଼ିି ବୁଝି ସାରିବେଣି ଯେ ସେ ବଲିଉଡ୍ କଳାକାରମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ଧନୀ। ତାଙ୍କର ସମସ୍ତ ସଂପତ୍ତିର ମୂଲ୍ୟ ୭୬୦ ମିଲିୟନ୍ ଡଲାର। ସେ ପ୍ରାୟ ୮୦ଟି ସିନେମାରେ ନଜର ଆସିଛନ୍ତି।
ଅମିତାଭ ବଚ୍ଚନ: ଧନୀ ତାଲିକାରେ ଦ୍ବିତୀୟରେ ଅଛନ୍ତି ବିଗ୍ ବି ଅମିତାଭ ବଚ୍ଚନ। ତାଙ୍କର ସର୍ବମୋଟ ସଂପତ୍ତିରର ମୂଲ୍ୟ ହେଉଛି ୪୧୦ ମିଲିୟନ୍ ଡଲାର୍। ବିିଗ୍ ବି ଏବେ ପର୍ଯ୍ୟନ୍ତ ୧୧୭୫ଟି ସିନେମାରେ ନଜର ଆସିଛନ୍ତି।
ହ୍ରିିତିକ ରୋଶନ: ‘କ୍ରିସ୍’ ଷ୍ଟାର୍ ହ୍ରିତିକ୍ ହେଉଛନ୍ତି ୩୭୫ ମିଲିୟନ୍ ଡଲାର ସଂପତ୍ତିର ମାଲିକ। ସେ ୧୯୮୦ ମସିହାରେ ଶିଶୁ କଳାକାର ଭାବେ ନିଜ କ୍ୟାରିୟର୍ ଆରମ୍ଭ କରି ଏବେ ପର୍ଯ୍ୟନନ୍ତ ବି ଅଭିନୟ ଯାତ୍ରା ଜାରି ରହିଛି।
ସଲ୍ମାନ ଖାନ୍: ଦବଙ୍ଗ ବୟ ସଲ୍ମାନଙ୍କ ସର୍ବମୋଟ ସଂପତ୍ତିର ମୂଲ୍ୟ ୩୫୦ ମିଲିୟନ୍ ଡଲାର୍। ସେ ଏବେ ଭିତତରେ ସମୁଦାୟ ୧୩୦ ସିନେମା ଓ ଟିଭି ସୋ’ରେ ନଜର ଆସି ସାରିଲେଣିି।
ଅକ୍ଷୟ କୁମାର: ଧନୀ ବଲିଉଡ୍ ତାରକାଙ୍କ ତାଲିକାରେ ପଞ୍ଚମ ସ୍ଥାନରେ ରହିଛନ୍ତି ଅକ୍ଷୟ। ସେ ସମୁଦାୟ ୧୨୫ଟି ସିନେମାାରେ ନଜର ଆସିଥିବା ବେଳେ ତାଙ୍କ ସଂପତ୍ତିର ମୂଲ୍ୟ ହେଉଛି ୩୨ ମିଲିୟନ୍ ଡଲାର୍।
[ad_2]