ପଶ୍ଚିମବଙ୍ଗରେ ପୁଣି ଟିଏମ୍ସି ନେତାଙ୍କ ଆତଙ୍କ: କଙ୍ଗାରୁ କୋର୍ଟରେ ମହିଳାଙ୍କୁ ନିସ୍ତୁକ ପିଟିଲେ – Kalinga News

[ad_1]
କୋଲକାତା: ସନ୍ଦେଶଖାଲିରେ ତୃଣମୂଳ କଂଗ୍ରେସର ଜିଲ୍ଲାପରିଷଦ ସଦସ୍ୟ ଶାହଜାହନ୍ ଶେଖ୍ଙ୍କ ଆତଙ୍କରାଜ ଘଟଣା ତାଜା ରହିଥିବା ବେଳେ ଆଜି ପୁଣି ଜଣେ ଟିଏମ୍ସି ନେତା ତେଜମୁଲ୍ ଏକ କଙ୍ଗାରୁ କୋର୍ଟରେ ଜଣେ ମହିଳାଙ୍କ ସମେତ ଦୁଇଜଣଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଏହି ଘଟଣାରେ, ଉଭୟ ସିପିଏମ୍ ଓ ବିଜେପିର ତୀବ୍ର ସମାଲୋଚନା ପରେ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି। ଟିଏମ୍ସି ନେତାଙ୍କ ଆତଙ୍କର ଏହି ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ସୂଚନାନୁସାରେ,ଏହା ଉତ୍ତର-ଦିନାଜପୁର ଜିଲ୍ଲାର ଚୋପ୍ରା ଠାରେ ଗତ ସପ୍ତାହରେ ଘଟିଛି। ଭିଡ଼ିଓରେ ସ୍ଥାନୀୟ ଟିଏମ୍ସି ନେତା ତେଜମୁଲ୍ ଉଭୟଙ୍କୁ ଏକ ବାଡ଼ିରେ ନିର୍ଘାତ ପିଟୁଥିବା ଦେଖିବାକୁ ମିଳିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଏପରିକି, ମହିଳାଜଣକ ଅଚେତ ହୋଇଯିବା ପରେ ଅଭିଯୁକ୍ତ ତେଜମୁଲ୍ ମହିଳାଙ୍କ ଚୁଟିଟାଣି ଲାତ ମାରିଛନ୍ତି। ନିକଟରେ ପ୍ରାୟ ଶହେ ଲୋକ ଠିଆ ହୋଇ ଏହି ଘଟଣା ଦେଖୁଥିଲେ ମଧ୍ୟ କେହି ପ୍ରତିବାଦ କରିନଥିଲେ। ବରଂ ଅଭିଯୁକ୍ତକୁ ମାଡ଼ ମାରିବାରେ ସହାୟତା କରିଥିଲେ। ଏହି ଘଟଣାରେ, ମମତା ବାନାର୍ଜୀଙ୍କୁ ସିପିଏମ୍ ଓ ବିଜେପି ତୀବ୍ର ସମାଲୋଚନା କରିଛି। ଏହା ମମତା ବାନାର୍ଜୀଙ୍କ ଶାସନରେ ଗୁଣ୍ଡାଙ୍କ ‘ତୁରନ୍ତ ନ୍ୟାୟ’ ବୋଲି ସେମାନେ ଅଭିହିତ କରିଛନ୍ତି। ସିପିଏମ୍ର ରାଜ୍ୟ ସଚିବ ଓ ପୂର୍ବତନ ସାଂସଦ ମହମ୍ମଦ ସଲିମ କହିଛନ୍ତି, ଅଭିଯୁକ୍ତ ତେଜମୁଲ୍, ପୂର୍ବରୁ ବାମଦଳର ସ୍ଥାନୀୟ କର୍ମୀଙ୍କୁ ହତ୍ୟା କରିଛି। ପୁଲିସ ଏହି କଙ୍ଗାରୁ କୋର୍ଟ ଘଟଣାରେ ମାମଲା ରୁଜୁ କରିଥିବା କହିଥିଲେ ମଧ୍ୟ ତେଜମୁଲଙ୍କୁ ଗିରଫ କରୁନଥିବାରୁ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି।
[ad_2]