ମନୋରଞ୍ଜନ

ଏହି ୬ଟି ଈଶାରାରୁ ଜାଣନ୍ତୁ ଛୁଆ ଆପଣଙ୍କୁ କ’ଣ ମାଗୁଛି?

ଶିଶୁମାନେ କିଛି କହିପାରନ୍ତି ନାହିଁ, କିନ୍ତୁ ଈଶାରାରେ ନିଜ ସମସ୍ୟା ବିଷୟରେ ଜଣେଇବାକୁ ଚେଷ୍ଟା କରନ୍ତି। ଏଠି ଆପଣଙ୍କୁ ବୁଝିବାକୁ ହେବ, ଶିଶୁ କ’ଣ ଚାହୁଁଛି? ଛୁଆମାନେ ଅନେକ ପ୍ରକାରର ଈଶାରା ଦିଅନ୍ତି। ଶିଶୁଟି ଆଙ୍ଗୁଠି କି ପାପୁଲି ଚୁଚୁମିଲେ, ଗୋଡ଼ ଧରିଲେ କିମ୍ବା ହାକୁଟି ମାରିଲେ, ଆପଣଙ୍କୁ ଏହିସବୁ ଈଶାରାକୁ ବୁଝିବାକୁ ପଡ଼ିବ। ଏହା ଉପରେ ଧ୍ୟାନ ଦେଲେ, ତା’ର ସମସ୍ୟାକୁ ଆପଣ ଦୂର କରିପାରିବେ। ତେବେ ଆସନ୍ତୁ ଜାଣିବା, କେଉଁ କେଉଁ ଈଶାରା ଦେଇ ଶିଶୁଟି ନିଜ ମନ କଥା କହିଥାଏ।

ଶିଶୁ କାନ୍ଦିବା

ପିଲା କାନ୍ଦିବା ଅନେକ କାରଣରୁ ହୋଇଥାଏ। କେବେ ଭୋକ ଲାଗିଲେ ତ କେବେ ଡର ଲାଗିଲେ ପିଲାଟି କାନ୍ଦି ଉଠିଥାଏ। ଏପରି କି, କୌଣସି ପ୍ରକାର ଯନ୍ତ୍ରଣା ହେଲେ ଶିଶୁ କାନ୍ଦିଥାଏ। ଯଦି ଭୋକ ଲାଗିଥାଏ, ସେ ଆଖି ଖୋଲିକି କାନ୍ଦିଥାଏ। ଡର ଲାଗିଲେ, ଆଖି ବନ୍ଦ କରି କାନ୍ଦିଥାଏ। ତେଣୁ ପିଲାଟିର ସମସ୍ୟାକୁ ବୁଝି ତୁରନ୍ତ ଏହାର ଉପଚାର ବ୍ୟବସ୍ଥା କରିବା ଉଚିତ।

baby2

ଆଣ୍ଠେଇଲା ଭଳି ଶୋଇବା

କିଛି ଶିଶୁ ନିଜ ଗୋଡ଼ କିମ୍ବା ଆଣ୍ଠୁକୁ ପେଟରେ ଲଗେଇ ଶୋଇଥାଆନ୍ତି। ଶିଶୁମାନଙ୍କର ଏହିଭଳି ଶୋଇବା ତାଙ୍କର ପାଚନ ସମ୍ବନ୍ଧୀୟ ସମସ୍ୟାକୁ ଈଶାରା ଦେଇଥାଏ। ଏହି ସମୟରେ ତାଙ୍କୁ ପେଟ ଯନ୍ତ୍ରଣା ହୋଇପାରିଥାଏ। ଏଥିପାଇଁ ଜରୁରୀ କି, ଆପଣ ଶିଶୁକୁ କ୍ଷୀର ଖୁଆଇ ସାରିବା ପରେ କିଛି ସମସ୍ୟା ହେଉଛି କି ନାହିଁ, ତାହା ଉପରେ ଧ୍ୟାନ ଦିଅନ୍ତୁ। ଯଦି ଶିଶୁ ସ୍ତନ୍ୟପାନ କରୁଥାଏ, ତା’ହେଲେ ମା’କୁ ନିଜ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ବହୁତ ଜରୁରୀ।

ଜୋରରେ ନିଶ୍ବାସ ନେବା

କେବେ ଆପଣ ଧ୍ୟାନ ଦେଇଛନ୍ତି କି, ଆପଣଙ୍କ ପିଲା ଖୁବ୍ ଜୋରରେ ନିଶ୍ବାସ ନେବାର। ଏମିତି ସେ ଦୁଇଟି କାରଣରୁ କରିଥାଏ। ପ୍ରଥମତଃ, ଯେତେବେଳେ ସେ ବହୁତ ଖୁସି ଥାଏ ଏବଂ ଦ୍ବିତୀୟରେ ତାକୁ ଡର ଲାଗୁଥିଲେ। ତେଣୁ ଏହି ସ୍ଥିତିରେ ଶିଶୁକୁ ନିଜ ପାଖକୁ ନେଇ ତା’ ସହିତ ଖେଳନ୍ତୁ ନଚେତ୍ ତାକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ।

କାନ ଟାଣିବା

ଶିଶୁମାନେ ପ୍ରାୟତଃ ନିଜ ମୁହଁ ଉପରେ ହାତ, ଗୋଡ଼ ମାରନ୍ତି। କିନ୍ତୁ ଯେତେବେଳେ କାନ ଟାଣୁଥିବାର ଦେଖିବେ, ଭାବିନେବେ କି କାନରେ କୌଣସି ପ୍ରକାର ଯନ୍ତ୍ରଣା ଦେଉଛି।

baby4

ପବନରେ ହାଡ଼, ଗୋଡ଼ ହଲାଇବା

ଯେତେବେଳେ ଶିଶୁମାନେ ବହୁତ ଖୁସି ଥାଆନ୍ତି, ସେତେବେଳେ ପବନରେ ହାତ, ଗୋଡ଼ ହଲାନ୍ତି। ଏମିତି କରିବାରେ ସେମାନଙ୍କ ମାଂସପେଶୀ ଭଲ ଭାବେ ବିକଶିତ ହୋଇପାରିଥାଏ। କିନ୍ତୁ ବେଳେବେଳେ ପିଲାଟି ନିଜ ସମସ୍ୟା ବିଷୟରେ ଜଣାଇବାକୁ ଏମିତି କରିଥାଏ। ଅଧିକ ସମୟ ଧରି ଏପରି କଲେ, ତା’ର ଡାଏପର ଚେକ୍ କରିନିଅନ୍ତୁ।

ଆଖି ମକଚିବା

ଯେତେବେଳେ ନିଦ ଲାଗିଥାଏ, ସେତେବେଳେ ପିଲାଟି ନିଜ ଆଖି ମକଚିଥାଏ। ଏପରି କି, ନିଦରୁ ଉଠିବା ପରେ ମଧ୍ୟ ଆଖି ମକଚୁଥିବାର ଦେଖାଯାଇଥାଏ। ସଂକ୍ରମଣ କିମ୍ବା ଆଖିରେ କିଛି ପଡ଼ିଯାଇଥିବା ଯୋଗୁ ସେ ଏପରି କରୁଛି ବୋଲି ଆପଣ ଭାବିନିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button