ସ୍ୱାସ୍ଥ୍ୟ

ହୃଦ ରୋଗରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି ? ତେବେ ଘରେ ପାଳନ୍ତୁ କୁକୁର

କୁକୁର ଏକ ବିଶ୍ୱସ୍ତ ଜୀବ ବୋଲି ସମସ୍ତେ ଜାଣନ୍ତି। ମାଲିକ ପାଇଁ ସେ ନିଜ ଜୀବନ ଦେବାକୁ ମଧ୍ୟ ପଛାଇନଥାଏ। ତେବେ କେବଳ ସୁରକ୍ଷା ନୁହେଁ କୁକୁର ରଖିବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ। ଆମେରିକାର ମେୟୋ କ୍ଲିନିକ୍‌ର ଏକ ରିସର୍ଚ୍ଚରୁ ଏହି ସୂଚନା ମିଳିଛି।ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ଗୃହପାଳିତ ପଶୁ ଖାସ୍‌ କରି କୁକୁର ରଖିବା ଦ୍ୱାରା ହୃଦ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା କମ୍‌ ରହିଥାଏ। ଏନେଇ ‘‘ମେୟୋ କ୍ଲିନିକ୍‌ ପ୍ରୋସିଡିଂ:ଇନୋଭେସନ୍‌, କ୍ୱାଲିଟି ଏଣ୍ଡ ଆଉଟ କମ୍ସ’’ ନାମକ ରିସର୍ଚ୍ଚରୁ ଜଣାଯାଇଛି।

୧୭୬୯ ମସିହାରେ କରାଯାଇଥିବା ଏହି ରିସର୍ଚ୍ଚରେ ହୃଦ ସମ୍ବନ୍ଧୀୟ ସମସ୍ୟା ନଥିବା କିଛି ଲୋକଙ୍କୁ ସାମିଲ କରାଯାଇଥିଲା। ଦିନଚର୍ଯ୍ୟା ଆଧାରରେ ସେମାନଙ୍କୁ ମାସ୍‌ ଇନ୍‌ଡେସ୍କ, ଶାରିରୀକ ଶ୍ରମ, ଧୂମପାନ, ରକ୍ତଚାପ, ବ୍ଲଡ ସୁଗାର ଏବଂ କୋଲୋଷ୍ଟ୍ରଲ ଆଦି ୭ ଭାଗରେ ବିଭକ୍ତ କରାଯାଇଥିଲା। ପରେ ସେମାନଙ୍କୁ ପୁଣି ଥରେ ତିନି ଭାଗରେ ବିଭକ୍ତ କରାଯାଇଥିଲା। ଯଥା: ଗୃହପାଳିତ ପଶୁ ନଥିବା, ଗୃହପାଳିତ ପଶୁ ଥିବା ଏବଂ ପାଳିତ କୁକୁର ଥିବା।

ତେବେ ରିସର୍ଚ୍ଚ ଅନୁସାରେ ଗୃହପାଳିତ ଜନ୍ତୁ ରଖିଥିବା ବ୍ୟକ୍ତିମାନେ ଅଧିକ ଫିଟ୍‌ ରହିଥିବା ଦେଖିବାକୁ ମିଳିଥିଲା। ସେମାନଙ୍କ ବ୍ଲଡ ସୁଗାର ଓ ରକ୍ତଚାପ ନିୟନ୍ତ୍ରିତ ରହିଥିଲା। ବିଶେଷ କରି କୁକୁର ପାଳିଥିବା ଲୋକମାନେ ଅଧିକ ସୁସ୍ଥ ଥିବା ରିସର୍ଚ୍ଚରୁ ଜଣାଯାଇଛି। କୁକୁରଙ୍କ ସହ ଖେଳିବା, ବୁଲାଇ ନେବା ବେଳେ କିଛି ସମୟ ପାଇଁ ବାହାରେ ବୁଲାବୁଲି କରିବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇଥାଏ। ଫଳରେ ବ୍ୟକ୍ତି ଜଣକ ଫିଟ୍‌ ରହିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button