ମନୋରଞ୍ଜନ

ଆଜି ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ମଟର ଗାଜର ସାଣ୍ଡଓ୍ଵିଚ୍‌

ଯଦି ଆପଣଙ୍କୁ ଟେଷ୍ଟି ଫୁଡ୍‌ ଖାଇବା ପସନ୍ଦ ତେବେ ଏହି ରେସିପିକୁ ଆପଣ ନିଶ୍ଚୟ ଟ୍ରାଏ କରିବା ଉଚିତ। ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଠ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାରୀ। ଆପଣ ଏହାକୁ ଥରେ ଖାଇଲେ ଏହାର ସ୍ୱାଦ ଭୁଲିପାରିବେ ନାହିଁ। ତେବେ ଜାଣନ୍ତୁ ଏହାକୁ ପ୍ରସ୍ତୁତ କରିବେ କିପରି।

ସାମଗ୍ରୀ

-ଏକ କପ୍‌ ସିଝା ମଟର

-ଅଧା ଚାମଚ ଚାଟ ମସଲା ପାଉଡର

-ସ୍ୱାଦାନୁସାରେ ଲୁଣ

-୨ଟି କଟା ହୋଇଥିବା କଞ୍ଚା ଲଙ୍କା

-୪ ଚାମଚ ମେୟୋନିଜ

-୧/୪ ଚାମଚ କୋରା ଗାଜର

-୧/୨ ଚାମଚ ପେଶା କଳା ମରୀଚ

-୫ ଲବଙ୍ଗ ଏବଂ କଟା ହୋଇଥିବା ରସୁଣ

-ଏକ ଚାମଚ ରିଫାଇନ୍‌ ତେଲ

ପ୍ରଣାଳୀ

ଏହି ଡିସକୁ ବନାଇବା ପାଇଁ ପ୍ୟାନରେ ଏକ ଚାମଚ କୁକିଂ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ କଟା ହୋଇଥିବା କଞ୍ଚା ଲଙ୍କା ଏବଂ ରସୁଣ ପକାଇ ଦିଅନ୍ତୁ। କିଛି ସମୟ ଏହାକୁ ଚଲାନ୍ତୁ। ଏବେ ଏଥିରେ ସିଝା ମଟର ଏବଂ କୋରା ଗାଜର ପକାଇ ଚଲାନ୍ତୁ। ଏହାକୁ ମଧ୍ୟମ ଆଞ୍ଚରେ ୧୦ ମିନିଟ୍‌ ପର୍ଯ୍ୟନ୍ତ ଚଲାନ୍ତୁ।

ଏହା ହୋଇଯିବା ପରେ ଏଥିରେ କଳା ମରୀଚ, ଚାଟ ମସଲା ଏବଂ ଲୁଣ ମିଶାନ୍ତୁ। ଭଲଭାବେ ମିକ୍ସ ହୋଇଗଲା ପରେ ଏହାକୁ ଆଞ୍ଚରୁ କାଢ଼ି ଦିଅନ୍ତୁ।

ବ୍ରେଡ ସ୍ଲାଇସ୍‌ ନିଅନ୍ତୁ ଏବଂ ତାହା ଉପରେ ନିଜ ସ୍ୱାଦ ଅନୁସାରେ ମେୟୋନିଜ ଲଗାନ୍ତୁ। ଏବେ ବ୍ରେଡ ଉପରେ ଭେଜିଟେବୁଲ ମିଶ୍ରଣ ରଖନ୍ତୁ। ଏହାପରେ ସେଥିରେ କୋରିଥିବା ପନୀରକୁ ପକାଇ ଦିଅନ୍ତୁ। ଏହା ଉପରେ ବ୍ରେଡର ଅନ୍ୟ ସ୍ଲାଇସ୍‌ ରଖନ୍ତୁ ଏବଂ ଏହାକୁ ସେକି ଦିଅନ୍ତୁ। ଏହାପରେ ଆପଣଙ୍କର ଟେଷ୍ଟି ମଟର ଗାଜର ସାଣ୍ଡଓ୍ଵିଚ୍‌।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button