ମନୋରଞ୍ଜନ

ଭାବୁଛନ୍ତି କି କିଛି ମିଠା ଖାଇବାକୁ, ତେବେ ଡେରୀ ନ କରି ବନାନ୍ତୁ ସ୍ବାଦିଷ୍ଟ ଗାଜର ବାଦାମ କ୍ଷୀରି

ମିଠାର ନାମ ଶୁଣିଲେ ଭାରତୀୟ ରୋଷେଇର ପାରମ୍ପରିକ ସ୍ବାଦରେ କ୍ଷୀରିର ସ୍ଥାନ ସବୁଠାରୁ ଉପରେ। କାରଣ କ୍ଷୀରିର ସ୍ବାଦ ବହୁତ ସ୍ବତନ୍ତ୍ର।

ସାମଗ୍ରୀ

ଗାଜର – ୩

ବାଦାମ୍ – ୧/୨ କପ୍

ଖଜୁରୀ – ୫

କ୍ଷୀର – ୧/୨ କିଲୋ

କେସର – ଏକ ଚିମୁଟା

କାଜୁ – ୧୦

ଘିଅ – ୧ ଚାମଚ

ପ୍ରଣାଳୀ

ବାଦମକୁ ଅଧଘଣ୍ଟା ପର‌୍ୟ୍ୟନ୍ତ ଗରମ ପାଣିରେ ଭିଜାଇ ରଖନ୍ତୁ। ବାଦମର ଚୋପା ଛଡାଇ ଦିଅନ୍ତୁ। ଗାଜର ଚୋପା ଛଡାଇ ତାକୁ ଛୋଟ ଛୋଟ ପିସରେ କାଟି ଦିଅନ୍ତୁ। ଖଜୁରୀର ମଞ୍ଜି ବାହାର କରିଦିଅନ୍ତୁ। ଏବେ ଗ୍ରାଇଣ୍ଡରରେ ଗାଜର ଏବଂ ଖଜୁରୀ ପକାଇ ଦିଅନ୍ତୁ। ଅଳ୍ପ-ଅଳ୍ପ କ୍ଷୀର ଗରମ କରି ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ। ଶେଷରେ ବଳକା ରହିଯାଇଥିବା ସବୁ ମିଶ୍ରଣରେ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ଏକ ପାତ୍ରରେ କାଢ଼ି ମଧ୍ୟମ ଆଞ୍ଚରେ ଭଲଭାବେ ମିଶାଇ ଦିଅନ୍ତୁ। କ୍ଷୀର ଯଦି ଗାଢ଼ା ଲାଗେ ତେବେ ସେଥିରେ ଆବଶ୍ୟକଅନୁସାରେ କ୍ଷୀର କିମ୍ବା ପାଣି ମିଶାନ୍ତୁ। ପରିଶେଷରେ କେସର ପକାଇ ମିଶାନ୍ତୁ ଏବଂ ଗ୍ୟାସ ବନ୍ଦ କରିଦିଅନ୍ତୁ। ପ୍ରସ୍ତୁତ ହୋଇଥିବା କ୍ଷୀରିକୁ ସର୍ଭିଂ ବାଉଲରେ କାଢ଼ି ଦିଅନ୍ତୁ। ଏକ ଛୋଟ ପ୍ୟାନରେ ଘିଅ ଗରମ କରନ୍ତୁ ଏବଂ କାଜୁକୁ ଭାଜି ଦିଅନ୍ତୁ। ଏବେ ଏହି କାଜୁକୁ ପ୍ରସ୍ତୁତ ହୋଇଥିବା କ୍ଷୀରିରେ ସର୍ଭ କରିଦିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button