ଦେଶ- ବିଦେଶ

କେବଳ ମାନସିକ ଅବସାଦ ନୁହେଁ, ବାୟୁ ପ୍ରଦୂଷଣ ବି ବଢ଼ାଉଛି ଆତ୍ମହତ୍ୟା ପ୍ରବୃତ୍ତି

ବାୟୁ ପ୍ରଦୂଷଣକୁ କିଛି ଲୋକ ଏକ ଗମ୍ଭୀର ବିଷୟ ଭାବେ ଗ୍ରହଣ କରିନଥାନ୍ତି। ଏହା ଏକ ସାଧାରଣ ଘଟଣା ବୋଲି ସେମାନଙ୍କ ଧାରଣା। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବାୟୁ ପ୍ରଦୂଷଣ ବାୟୁମଣ୍ଡଳ ସମେତ ଲୋକଙ୍କ ମାନସିକତା ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ମନୁଷ୍ୟର ମନ, ମସ୍ତିଷ୍କ ଉପରେ ଏହା ନକାରାତ୍ମକ ପ୍ରଭାବ ପକାଏ ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି। ବାୟୁ ପ୍ରଦୂଷଣ କେବଳ ସହରରେ ନୁହେଁ ଗାଁର ଶୁଦ୍ଧ ତାଜା ବାୟୁକୁ ମଧ୍ୟ ବିଷାକ୍ତ କରିସାରିଲାଣି। ଆପଣ ଯେଉଁ ବାୟୁକୁ ନିଃଶ୍ୱାସପ୍ରଶ୍ୱାସରେ ଗ୍ରହଣ କରୁଛନ୍ତି ତାହା କେତେକ ବିଷାକ୍ତ ତାହାର କଳନା ମଧ୍ୟ କରିପାରିବେନି। ପିଲାଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି।

କିଛି ଦେଶରେ ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଲେ ଲୋକେ ଘରୁ ବାହାରିବା ମଧ୍ୟ ବନ୍ଦ କରିଦେଇଥାନ୍ତି। ସେଭଳି ଏକ ସହର ହେଉଛି ଦକ୍ଷିଣ ଏସିଆର ସିୟୋଲ। ବାୟୁ ପ୍ରଦୂଷଣ ଯୋଗୁ ଏଠାକାର ଯୁବପିଢ଼ି ଡିପ୍ରେସନ୍‌ ଓ ଏନ୍‌ଜାଇଟି ଭଳି ସମସ୍ୟାର ମଧ୍ୟ ସମ୍ମୁଖୀନ ହେଉଥିବା ଜଣାଯାଇଛି।

ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ ବାୟୁ ପ୍ରଦୂଷଣର ପ୍ରଭାବ କେବଳ ଲୋକଙ୍କ ଶାରିରୀକ ସ୍ୱାସ୍ଥ୍ୟାବସ୍ଥା ଉପରେ ନୁହେଁ, ମାନସିକତା ଉପରେ ମଧ୍ୟ ପଡ଼ିଥାଏ। ଶିଶୁମାନଙ୍କ ଶରୀର ଉପରେ ମଧ୍ୟ ଏହାର ନକାରାତ୍ମକ ପ୍ରଭାବ ପଡ଼ିଥାଏ।

ବେଳେବେଳେ ବାୟୁ ପ୍ରଦୂଷଣ ଲୋକଙ୍କ ମୃତ୍ୟୁର କାରଣ ମଧ୍ୟ ସାବ୍ୟସ୍ତ ହୋଇପାରେ। କେବଳ ଆଜ୍‌ମା ରୋଗୀଙ୍କ ପାଇଁ ନୁହେଁ ହାର୍ଟ ରୋଗୀଙ୍କ ପାଇଁ ମଧ୍ୟ ବାୟୁ ପ୍ରଦୂଷଣ ଆତ୍ମଘାତୀ ହୋଇଥାଏ। ଏକ ଗବେଷଣା ଅନୁସାରେ, ବାୟୁ ପ୍ରଦୂଷଣ ଯୋଗୁ ଯୁବପିଢ଼ିଙ୍କ ଭିତରେ ଅବସାଦ, ବ୍ୟଗ୍ରତା ଓ ଅନ୍ୟ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥାଏ। ଏହା ଲୋକଙ୍କ ମନରେ ଆତ୍ମହତ୍ୟା ଭଳି ପ୍ରବୃତ୍ତିକୁ ମଧ୍ୟ ଜନ୍ମାଇଥାଏ ବୋଲି ଜଣାଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button