ମନୋରଞ୍ଜନ

ନିଜ ହାତରେ ସାଥିଙ୍କୁ ବନାଇ ଖୁଆନ୍ତୁ ‘ଚୀଜ୍‌ ବିଷ୍କୁଟ’, ପ୍ରେମର ବଢ଼ିବ ମଧୁରତା

ସବୁବେଳେ ଦେଖାଯାଏ ଯେ ଲୋକମାନେ ଚା ସହିତ ବିସ୍କୁଟ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ବଜାରରେ ମିଳୁଥିବା ବିଷ୍କୁଟ ସ୍ୱାସ୍ଥ୍ୟକୁ ବହୁତ ପ୍ରଭାବିତ କରିଥାଏ। ଏମିତିରେ ଆପଣ ଚାହିଁବେ ତ ଘରେ ସ୍ୱାସ୍ଥ୍ୟକର ବିଷ୍କୁଟ ବନାଇପାରିବେ। ଆଜି ହେଉଛି ପ୍ରେମର ଦିବସ ଅର୍ଥାତ ଭାଲେଣ୍ଟାଇନ୍‌ ଡେ। ଆଜି ଆପଣଙ୍କ ସାଥିଙ୍କ ପାଇଁ କିଛି ନୂଆ କରିବାକୁ ଚେଷ୍ଟା କରନ୍ତୁ। ଏଥିପାଇଁ ଆଜି ଆମେ ଆପଣଙ୍କୁ ‘ଚିଜ୍‌ ବିସ୍କୁଟ୍‌’ ବନାଇବା ରେସିପି ଜଣାଇବୁ। ଏହା ଆପଣଙ୍କ ପ୍ରେମକୁ ଦ୍ୱିଗୁଣା କରିପାରେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ମଇଦା – ୧ କପ୍‌

ବେକିଂ ପାଉଡର – ୧ ଟେବୁଲ ଚାମଚ

ଲୁଣ – ଏକ ଚାମଚ

ଲହୁଣୀ -୧ କପ୍‌

ଚିଜ୍‌ – ୧ କପ୍‌

କ୍ଷୀର – ୨/୩ କପ୍‌

cheese biscuitsପ୍ରସ୍ତୁତି ପ୍ରଣାଳୀ

-ଏକ ପାତ୍ରରେ ମଇଦା, ଲୁଣ ଏବଂ ବେକିଂ ପାଉଡର ମିକ୍ସ କରନ୍ତୁ।

-ଏହାପରେ ଏକ ପାତ୍ରରେ ଲହୁଣୀ ନିଅନ୍ତୁ ଏବଂ ଏହାପରେ ଲହୁଣୀରେ ଚିଜ୍‌ ଏବଂ କ୍ଷୀର ପକାଇ ମିକ୍ସ କରନ୍ତୁ। ଏହି ମିଶ୍ରଣକୁ ଭଲଭାବେ ମିକ୍ସ କରିଦିଅନ୍ତୁ।

-ଏହି ମିଶ୍ରଣକୁ ଭଲଭାବେ ଚକଟି ଦିଅନ୍ତୁ। ଏହାକୁ ଅଳ୍ପ ପତଳାରେ ବିଷ୍କୁଟ ଆକାରରେ ବେଲି ଦିଅନ୍ତୁ।

-ଏବେ ଏହାକୁ ୪୫୦ ଡିଗ୍ରୀ ପ୍ରୀହିଟରେ ଓଭନରେ ୧୦ ରୁ ୧୫ ମିନିଟ୍‌ ପାଇଁ ବେକ୍‌ କରିଦିଅନ୍ତୁ।

-ଏହାପରେ ଆପଣଙ୍କର ହୋମମେଡ୍‌ ଚୀଜ୍‌ ବିଷ୍କୁଟ ପ୍ରସ୍ତୁତି ହୋଇଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button