ଦେଶ- ବିଦେଶ

ମାଂସପେଶୀ ଜ୍ୱର କ’ଣ ଜାଣନ୍ତି କି? କିପରି କରିବେ ଏହାର ଉପଚାର

ଶରୀରରେ ହେଉଥିବା ମାଂସପେଶୀ ଜନିତ ଯନ୍ତ୍ରଣାକୁ ମାଂସପେଶୀ ଜ୍ୱର ବା ମସଲ ଫିଭର ବୋଲି କୁହାଯାଏ। ଏହାର ପ୍ରଭାବ ଆପଣଙ୍କ ଦୈନନ୍ଦିନ କାର୍ଯ୍ୟ ଉପରେ ପଡିଥାଏ। ଅଧିକ ଓ୍ଵାର୍କଆଉଟ କରିବା, ଚାଲିବା ଏବଂ ଅଧିକ ଓଜନ ଜିନିଷ ଉଠାଇବା ଦ୍ୱାରା ମାଂସପେଶୀରେ ଚାପ ପଡିଥାଏ। ଫଳରେ ଅଧିକ ଯନ୍ତ୍ରଣା ହୋଇଥାଏ। କେବଳ ଏତିକି ନୁହେଁ, ଅନ୍ୟ କେତେକ କାରଣ ଯୋଗୁଁ ଏହି ଯନ୍ତ୍ରଣା ମଧ୍ୟ ଭୋଗିବାକୁ ପଡିଥାଏ। ଏହାକୁ ସଠିକ ସମୟରେ ଦୂର କରିବା ଉଚିତ ନହେଲେ ଯନ୍ତ୍ରଣା ବଢିଯାଇପାରେ। ଫଳରେ ମାଂସପେଶୀ ଜନିତ ଜ୍ୱର ହୋଇଥାଏ।

ଯନ୍ତ୍ରଣାର କାରଣ:

ପ୍ରତିଦିନର ଶାରୀରିକ ଗତିବିଧି ଜାରି ରଖିବା ସହ ନିୟମିତ ବ୍ୟାୟାମ କରିବା ଦ୍ୱାରା ମାଂସପେଶୀ ସଂପ୍ରସାରଣ ହେବା ସହ ଆରାମ ମିଳିଥାଏ। କିନ୍ତୁ ଦରକାର ଠାରୁ ଅଧିକ ଶାରୀରିକ କାର୍ଯ୍ୟ କରିବା ଏବଂ ବ୍ୟାୟାମ କରିବା ଦ୍ୱାରା ମାଂସପେଶୀ ଉପରେ ଅଧିକ ପ୍ରଭାବ ପଡିଥାଏ। ଏହି କାରଣରୁ ମାଂସପେଶୀକୁ ଆରାମ ମିଳିନଥାଏ। ବାରମ୍ବାର ସଂପ୍ରସାରିତ ହେବା ଫଳରେ ଯନ୍ତ୍ରଣା ବଢିଯାଏ।

lady

ସାବଧାନତା ଅବଲମ୍ବନ କରନ୍ତୁ :

ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଅନ୍ତୁ। ଓ୍ଵାର୍କଆଉଟ ପୂର୍ବରୁ ଓ୍ଵାର୍ମଅପ୍‌ କରି ଶରୀରକୁ ନମନୀୟ କରାନ୍ତୁ। ବାହାର ଖାଦ୍ୟ ଯେପରି ତୈଳଯୁକ୍ତ ଏବଂ ଜଙ୍କଫୁଡ ଖାଆନ୍ତୁ ନାହିଁ। ଅଧିକ ଯନ୍ତ୍ରଣା ହେବା ମାତ୍ରେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।

ମଲ୍ଟିଭିଟାମିନ ଯୁକ୍ତ ଖାଦ୍ୟ ଖାଆନ୍ତୁ :

ଓ୍ଵାର୍କଆଉଟର ୩୦ ମିନିଟ ପରେ ପ୍ରୋଟିନଯୁକ୍ତ ଜଳଖିଆ ଖଆନ୍ତୁ। ଏହି ସମୟରେ ଲକ୍ଟିକ ଏସିଡ ଏବଂ ଉର୍ଜା ସ୍ତର ହ୍ରାସ ପାଇଥାଏ। ଏଥିପାଇଁ ମଲ୍ଟିଭିଟାମିନ ଯୁକ୍ତ ଖାଦ୍ୟ ଖାଆନ୍ତୁ। ଦିନକୁ ୫-୬ ଥର ଖାଦ୍ୟ ଖାଆନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button