ସ୍ୱାସ୍ଥ୍ୟ

ଡାଇବେଟିଜକୁ ନେଇ ଚିନ୍ତିତ କି ? ଖାଆନ୍ତୁ ବେସନ ରୁଟି, ମିଳିବ ଅନେକ ଫାଇଦା

ଆଜିକାଲି ଅଧିକାଂଶ ଲୋକ ମଧୁମେହ ବା ଡାଇବେଟିଜ ଏବଂ ବ୍ଲଡପ୍ରେସରକୁ ନେଇ ବେଶ ଚିନ୍ତିତ। ଏଥିରୁ ରକ୍ଷା ପାଇବା ପାଇଁ ବେସନରେ ପ୍ରସ୍ତୁତ ରୁଟି ଖାଇବା ଶରୀର ପାଇଁ ବେଶ ଫାଇଦା ଦେଇଥାଏ। ଏଥିରେ ଥିବା ପ୍ରୋଟିନ ମାଂସପେଶୀକୁ ଶକ୍ତ କରିବାରେ ସହାୟକ ହୋଇଥାଏ। ଏହା ସହିତ ଗ୍ଲୁକୋଜ ସ୍ତର ମଧ୍ୟ ସାମାନ୍ୟ ହେବାରେ ସାହାଯ୍ୟ କରିଥାଏ। ଏହାଛଡା ବେସନ ରୁଟିର ଅନେକ ଫାଇଦା ମଧ୍ୟ ରହିଛି।

– ବେସନର ଗ୍ଲାଇସେମିକ ସ୍ତର କମ୍‌ ରହିଥାଏ। ଯାହା ରକ୍ତ ଶର୍କରା ସ୍ତର କମ୍‌ କରିବାରେ ସହାୟକ ହୋଇଥାଏ। ଯାହା ଫଳରେ ଡାଇବେଟିଜରେ ଲାଭ ମିଳିଥାଏ।

– ଯଦି ଆପଣଙ୍କ ମାଂସପେଶୀରେ ସବୁବେଳେ ଯନ୍ତ୍ରଣା ହେଉଥାଏ ତେବେ ଆପଣ ପ୍ରତିଦିନ ବେସନ ରୁଟି ଖାଆନ୍ତୁ। ବେସନରେ ସେଲେନିୟମ, ପୋଟାସିୟମ, ଭିଟାମିନ ଏ ଏବଂ ଭିଟାମିନ ବି ପୋଷକ ତତ୍ତ୍ୱ ରହିଛି। ଯାହା ମାଂସପେଶୀକୁ ମଜବୁତ କରିଥାଏ।

1

– ବେସନରେ ଥିବା କ୍ୟାଲିସିୟମ, ମ୍ୟାଗେ୍ନସିୟମ ଏବଂ ଖଣିଜ ପଦାର୍ଥ ଆପଣଙ୍କ ହାଡକୁ ମଜବୁତ କରେ। ଅଷ୍ଟିୟୋପୋରାସିସି ଭଳି ରୋଗ ଦୂର କରିଥାଏ।

– ଯେଉଁ ଲୋକମାନେ ସର୍ବଦା ଥକ୍କାପଣ ଏବଂ ଦୁର୍ବଳ ଅନୁଭବ କରିନ୍ତି, ସେମାନେ ପ୍ରତିଦିନ ବେସନରେ ନିର୍ମିତ ରୁଟି ଖାଇବା ଉଚିତ। ଏଥିରେ ଥିବା ପ୍ରୋଟିନ ଶରୀରକୁ ଶକ୍ତି ଯୋଗାଇଥାଏ।

– ମସ୍ତିଷ୍କର କାର୍ଯ୍ୟକ୍ଷମତା ବଢାଇବା ପାଇଁ ବେସନ ରୁଟି ବେଶ ଲାଭକାରୀ।

– ବେସନରେ ଆମିନୋ ଏସଡି, ସେରୋଟୋନିନ ଏବଂ ଟ୍ରିପଟୋଫେନ ଭଳି ତତ୍ତ୍ୱ ରହିଥାଏ। ଯାହା ମସ୍ତିଷ୍କକୁ ଶାନ୍ତ କରିବାରେ ସହାୟକ ହୋଇଥାଏ। ଏହାଦ୍ୱାରା ଅନିଦ୍ରାହୀନତା ମଧ୍ୟ ଦୂର ହୋଇଥାଏ।

besan1

– ମହିଳାମାନଙ୍କୁ ୩୦ ବର୍ଷ ପରେ କ୍ୟାଲସିୟମର ଅଭାବ ଦେଖାଦିଏ। ବେସନ ରୁଟି ଖାଇବା ଦ୍ୱାରା କ୍ୟାଲସିୟମର ଅଭାବକୁ ଶରୀରରେ ପୂରଣ କରିଥାଏ।

– ଯେଉଁ ମହିଳାମାନଙ୍କର ମାସିକ ଧର୍ମକୁ ନେଇ ସମସ୍ୟା ରହିଛି, ସେମାନେ ପ୍ରତିଦିନ ବେସନ ରୁଟି ଖାଇବା ଉଚିତ। ଏହା ଶରୀରରେ ଲୌହ ତତ୍ତ୍ୱର ଅଭାବକୁ ପୂରଣ କରିଥାଏ।

– ବେସନରେ ଫାଇଟୋକେମିଲ ରହିଥାଏ ଯାହା କ୍ୟାନସର କୋଷିକାଗୁଡିକୁ ବିକାଶ କରିବାକୁ ଦିଏ ନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button