ଦେଶ- ବିଦେଶ

ଖାଦ୍ୟରେ ଅଧିକ ଲୁଣ ପଡି ଲୁଣିଆ ହୋଇଯାଇଥିଲେ କରନ୍ତୁ ଏହି ଘରୋଇ ଉପାୟ…

ଖାଦ୍ୟରେ ଯଦି ଅଧିକ ଲୁଣ ପଡ଼ିଯାଏ ତେବେ ଆମେ ଖାଇପାରିବା ନାହିଁ, ଖାଦ୍ୟ ନଷ୍ଟ ହୋଇଯାଏ। ଏପରି ପରିସ୍ଥିତିରେ ଯଦି ଆପଣ ବହୁତ ପରିଶ୍ରମର ସହିତ କିଛି ଭଲ ଖାଦ୍ୟ କିମ୍ବା ରେସିପି ପ୍ରସ୍ତୁତ କରିଛନ୍ତି ତେବେ ଆପଣଙ୍କର ସମସ୍ତ କଠିନ ପରିଶ୍ରମ ବୃଥା ହୋଇଯାଏ। ଯାହା ଆପଣଙ୍କ ମନୋବଳକୁ କମାଇ ଦେଇଥାଏ। ଏପରି ପରିସ୍ଥିତିରେ ଅନେକ ଲୋକ ଖାଦ୍ୟକୁ ଠିକ କରିବା ପାଇଁ ସେଥିରେ ପାଣି କିମ୍ବା ଦହୀ ମିଶାନ୍ତି । କିନ୍ତୁ ଏହା କରିବା ଦ୍ଵାରା ଖାଦ୍ୟର ସ୍ୱାଦ ନଷ୍ଟ ହୋଇଯାଏ। ତେବେ ଆସନ୍ତୁ ଜାଣିବା ଏହାର ସମାଧାନ ବିଷୟରେ ।

ଖାଦ୍ୟରେ ଅଧିକ ଲୁଣ ହୋଇଗଲେ କଣ କରିବେ?

ଆଟା ଗୁଳା :

ଯଦି ଡାଲି କିମ୍ବା ତରକାରୀ ରେ ଅଧିକ ଲୁଣ ହୋଇଯାଇଛି, ତେବେ ଛୋଟ ଛୋଟ ଗୁଳା ଅଟାରେ ତିଆରି କରି ସେଥିରେ ପକାନ୍ତୁ। ଏହା କିଛି ସମୟ ମଧ୍ୟରେ ତରକାରୀର ଅଧିକ ଲୁଣ ଶୋଷିବା ଆରମ୍ଭ କରିବ। ଖାଇବା ପୂର୍ବରୁ ଏହି ଅଟା ଗୁଳାଗୁଡିକ ବାହାର କରି ଦିଅନ୍ତୁ ଖାଦ୍ୟ ଖାଆନ୍ତୁ।

ଲେମ୍ବୁ କିମ୍ବା ତେନ୍ତୁଳି ରସ :

ଯଦି ଆପଣ ଏପରି କିଛି ରେସିପି ପ୍ରସ୍ତୁତ କରୁଛନ୍ତି ଯେଉଁଥିରେ ଖଟା ମିଶାଇବା ଦ୍ୱାରା ସ୍ୱାଦ ବଢିପାରେ ତେବେ ଆପଣ ଏଥିରେ ଟିକେ ଲେମ୍ବୁ ରସ କିମ୍ବା ତେନ୍ତୁଳି ରସ ମିଶାନ୍ତି ତେବେ ସ୍ୱାଦ ଭଲ ହୋଇପାରେ । ଖଟା ଯୋଗୁଁ ଲୁଣିଆର ପ୍ରଭାବ କମିଯାଏ ।

ବେସନ ବ୍ୟବହାର କରନ୍ତୁ :

ଖାଦ୍ୟରେ ଲୁଣର ପରିମାଣ କମ କରିବା ପାଇଁ ଆପଣ ବେସନ ମଧ୍ୟ ବ୍ୟବହାର କରିପାରିବେ । ଏଥିପାଇଁ ପ୍ୟାନରେ ଦୁଇ ଚାମଚ ବେସନ କୁ ଭାଜନ୍ତୁ ଏବଂ ଆବଶ୍ୟକତା ଅନୁଯାୟୀ ଏହାକୁ ତରକାରୀ କିମ୍ବା ଖାଦ୍ୟରେ ମିଶାନ୍ତୁ। ଏହା ବଦଳରେ ଆପଣ ସତ୍ତୁ ମଧ୍ୟ ବ୍ୟବହାର କରିପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button