ଓଜନ କମାଇବ ଲହୁଣୀ, ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ

ଆଜିର ଆଧୁନିକ ଯୁଗରେ ପ୍ରାୟ ଲୋକ କାମରେ ବ୍ୟସ୍ତ ରହି ଖାଦ୍ୟପେୟ ଉପରେ ଧ୍ୟାନ ଦେଉନାହାନ୍ତି। ଫଳରେ ଖୁବ୍ କମ୍ ବୟସରୁ ମେଦ ବହୁଳତାର ଶିକାର ହେଉଛନ୍ତି। ତେବେ ମୋଟାପଣ ଯୋଗୁ ଲୋକମାନେ ଖାଇବା ପିଇବା ମଧ୍ୟ କମାଇ ଦେଉଥିବା ଦେଖିବାକୁ ମିଳୁଛି। ମୋଟା ଲୋକମାନେ ମୁଖ୍ୟତଃ ତେଲ, ଘିଅ ଆଦି ଖାଇବା ଠାରୁ ଦୂରେଇ ରହିଥାନ୍ତି। ତେବେ ଆପଣ ଜାଣି ଖୁସି ହେବେ ଯେ, ବୈଜ୍ଞାନିକମାନେ ଏବେ ଏକ ନୂଆ ଲହୁଣୀ ପ୍ରସ୍ତୁତ କରିଛନ୍ତି ଯାହା ଓଜନ ବଢ଼ାଇବନି, ବରଂ କମାଇବାରେ ସାହାଯ୍ୟ କରିବ।
ବୈଜ୍ଞାନିକଙ୍କ କହିବାନୁସାରେ, ଏହି କୃତ୍ରିମ ଲହୁଣୀ ବା ବଟରକୁ ପାଣିରେ ତିଆରି କରାଯାଇଛି। ଏଥିରେ ୮୦ ଭାଗ ପାଣି ଥିବା ବେଳେ ୨୦ ଭାଗ ପୋଷକ ତତ୍ତ୍ୱ ରହିଛି। ମାତ୍ରରେ ବଜାର ମିଳୁଥିବା ଲହୁଣୀରେ ୮ଠ ପ୍ରତିଶତ ଫ୍ୟାଟ୍ ରହିଥାଏ, ଯାହା ଶରୀର ପାଇଁ ହାନିକାରକ ହୋଇଥାଏ।
ଏକ ଚାମଚ କୃତ୍ରିମ ଲହୁଣୀରୁ ପ୍ରାୟ ୨.୮ ଗ୍ରାମ ଫ୍ୟାଟ୍ ବା ୨୫.୨ କ୍ୟାଲୋରୀ ମିଳିବ। ତେବେ ଏହି ଲହୁଣୀର ବଜାର ପ୍ରବେଶ କେବେ କରାଯିବ ସେ ନେଇ ବୈଜ୍ଞାନିକମାନେ କୌଣସି ସୂଚନା ଦେଇନାହାନ୍ତି। ଏହି ଲହୁଣୀରେ କମ୍ ଫ୍ୟାଟ୍ ଅଂଶ ଥିବାରୁ ଏହା ଓଜନ ହ୍ରାସ କରିବା ସହ ଶରୀରକୁ ଫିଟ୍ ରଖିବାରେ ମଧ୍ୟ ସାହାଯ୍ୟ କରିବ। ଏନେଇ ମେଟେରିଆଲ ଏଣ୍ଡ ଇଣ୍ଟରଫେସିସ୍ ଜର୍ଣ୍ଣାଲରେ କୁହାଯାଇଛି ଯେ, ମୋଟା ହେବା ଏବଂ ହୃଦ୍ ସମ୍ବନ୍ଧୀୟ ରୋଗ ହେବା ଭୟରେ ଲୋକମାନେ ଲହୁଣୀ ଖାଇବାକୁ ଭୟ କରିଥାନ୍ତି। ମାତ୍ର ଏହି ଲହୁଣୀ ହାର୍ଟକୁ ସୁସ୍ଥ ରଖିବା ସହ ମୋଟା ହେବା ଭୟ ମଧ୍ୟ ଦୂର କରିବ
କେମିତ କମିବ ଓଜନ?
ନୂତନ ଲହୁଣୀରେ ଜଳର ମାତ୍ରା ଅଧିକ ଥିବାରୁ ଏହା ଶରୀରକୁ ଅଧିକ ପରିମାଣରେ ଜଳ ଯୋଗାଇବ। ଜଳୀୟ ଅଂଶ ବଢ଼ିଲେ ଧୀରେ ଧୀରେ ମେଦ କମିବ ଓ ପତଳା ହେବାରେ ସାହାଯ୍ୟ କରିବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି। ରୋଗୀମନେ ମଧ୍ୟ ଏହାକୁ ସହଜରେ ହଜମ କରିପାରିବେ।



