ଦେଶ- ବିଦେଶ

କଣ ଆପଣ ଅଧିକ ଗରମ ଚା ପିଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ ନଚେତ ହୋଇପାରେ ଏହି ସବୁ ସମସ୍ୟା

ଅନେକ ଲୋକମାନେ ଗରମ ଚା ପିଇବା  ପାଇଁ ପସନ୍ଦ କରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତିକି ଗରମ ଚା ପିଇବା ଦ୍ବରା କ୍ୟାନ୍ସର ହେବାର ଭୟ ରହିଥାଏ। ଏହା ଆମେ କହୁନାହୁଁ ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଏହା ଜାଣିବାକୁ ମିଳିଛି। ଏହି ରିସର୍ଚ୍ଚ ସମୟରେ ମଧ୍ୟ କେତେକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଏହି କାରଣରୁ ଆପଣମାନେ ଗରମ ଚା ପିଇବାର ଅଭ୍ୟାସ ଛାଡ଼ନ୍ତୁ ଏବଂ ସୁସ୍ଥ ରୁହନ୍ତୁ। ଜାଣନ୍ତୁ ଗରମ ଚା ପିଇବା ଦ୍ବାରା ଶରୀରରେ କଣ କ୍ଷତି ହୋଇଥାଏ।

teaଏକ ରିସର୍ଚ୍ଚ ଅନୁଯାୟୀ ଗରମ ଚା ପିଇବା ଦ୍ବାରା ଖାଦ୍ୟ ନଳୀରେ କ୍ୟାନ୍ସର ହେବାର ଭୟ ବଢିଥାଏ। ପ୍ରତ୍ୟେକ ଦିନ ୭୫ ଡିଗ୍ରୀ ସେଲସିୟସ୍ ବା ତା ଠାରୁ ଅଧିକ ଗରମ ଚା ସେବନ କରୁଥିବା ଲୋକମାନଙ୍କର ଇସୋଫଙ୍ଗଲ କ୍ୟାନ୍ସର ହେବାର ଭୟ ଦୁଇ ଗୁଣ ବଢିଯାଇଥାଏ। ଚା ଗରମ ଥିବା ସମୟରେ ଯଦି ଅଳ୍ବ କିଛି ସମୟ ଅପେକ୍ଷା କରି ପିଅନ୍ତି, ତେବେ ଆପଣଙ୍କର ଇସୋଫଙ୍ଗଲ କ୍ୟାନସର ହେବାର ଭୟ ଦୂର ହୋଇଯାଇଥାଏ। ବ୍ରିଟିସ ମେଡ଼ିକାଲ ଜର୍ନଲରେ ହୋଇଥିବା ରିସର୍ଚ୍ଚ ଅନୁଯାୟୀ, ଅତ୍ୟଧିକ ଗରମ ଚା କିମ୍ବା ଅଧିକ ଚା ପିଇବା ଦ୍ବାରା ଖାଦ୍ୟ ନଳୀ ବା ଗଳାରେ କ୍ୟାନସର ହେବାର ଭୟ ରହିଥାଏ। ଏହାର ମୁଖ୍ୟ କାରଣ ହେଉଛି ଗରମ ଜିନିଷ ଆମ ଗଳାର ଟିସୁଜ୍ କୁ କ୍ଷତି ପହଞ୍ଚାଇଥାଏ।

hot tea-ଚା ପ୍ରସ୍ତୁତ ହେବାର ଦୁଇ ମିନିଟରେ ଭିତରେ ସେବନ କରୁଥିବା ବ୍ୟକ୍ତିମାନଙ୍କୁ କ୍ୟାନସର ହେବାର ଭୟ ଅଧିକ ରହିଥାଏ। ଏହି କଥା ନେଇ ନିକଟରେ ପାଖାପାଖି ୫୦ହଜାର ଲୋକମାନଙ୍କୁ ନେଇ ରିସର୍ଚ୍ଚ କରାଯିବା ପରେ ଏହି କଥା ସାମ୍ନାକୁ ଆସିଥିଲା। ବିଶେଷଜ୍ଞଙ୍କ ମତ ଅନୁସାରେ ଚା ପସ୍ତୁତ ହେବାର ୫ ମିନିଟ ପରେ ପିଇବା ଉଚିତ। ଗରମ ଚା ପିଇବା ଦ୍ବାରା କେବଳ ଗଳାରେ କ୍ୟାନସର ହେବାର ଭୟ ନଥାଏ ବରଂ ଏସିଡିଟି, ଅଲସର ଏବଂ ପେଟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button