ସ୍ୱାସ୍ଥ୍ୟ

କାହିଁକି ଖାଆନ୍ତି ନାହିଁ ଚିକେନ ସହ କ୍ଷୀର, ଜାଣନ୍ତୁ ଏହା ପଛର କାରଣ

ଚିକେନ୍ ଏବଂ କ୍ଷୀରରେ ଅତ୍ୟଧିକ ପରିମାଣର ପ୍ରୋଟିନ ରହିଥାଏ। ଏଣୁ କ୍ଷୀର –ଦହି, ଚିକେନ୍-କ୍ଷୀର, ମାଛ-କ୍ଷୀର ଆଦିକୁ ଏକାସହ ଖାଇବାକୁ ମନା କରାଯାଇଥାଏ। କାରଣ ଏକା ସାଙ୍ଗରେ ଦୁଇଟି ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଚର୍ମ ଏବଂ ଶରୀର ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖାଦେଇଥାଏ। ସେହି ସମସ୍ୟା ଏପରି ରହିଥାଏ କି ତାହାର ଠିକ ହେବା ପ୍ରାୟତଃ ସମ୍ଭାବନା ରହିନଥାଏ। ତେବେ ଆଜି ଆମେ କାହିଁକି ଚିକେନ୍ ଏବଂ କ୍ଷୀରକୁ ଏକାସାଙ୍ଗରେ ଖାଇବା ଉଚିତ୍ ନୁହଁ ତାହା ପଛର କାରଣ କହିବାକୁ ଯାଉଛୁ।

protein

ଦୈନିକ କ୍ଷୀରର ଏକ ବଡ଼ ଗ୍ଳାସ ପିଇବା ଦ୍ବାରା ଶରୀରକୁ ଅନେକ ଆବଶ୍ୟକୀୟ ପୋଷକ ମିଳିଥାଏ। ଏହା କ୍ୟାଲସିୟମ ରୁ ଆରମ୍ଭ କରି ଭିଟାମିନ୍ସ ଏବଂ ମିନେରାଲ୍ସ ପର‌୍ୟ୍ୟନ୍ତ ଶରୀରର ଅନେକ ଆବଶ୍ୟକତା ପୂରା କରିଥାଏ। କିନ୍ତୁ ଏହା ସହ ଚିକେନ୍ ଅଥବା ମାଛର ସେବନ ଶରୀରରେ ବିଷ ଭଳି କାମ କରିଥାଏ।

milk

ମାଛ ବା ଚିକେନ ସହ କ୍ଷୀର ପିଇବା ଦ୍ବାରା ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ହୋଇଥାଏ। ଏହାଛଡ଼ା ଏହା ବିଟିଲିଗୋ ଭଳି ସମସ୍ୟାର କାରଣ ମଧ୍ୟ ପାଲଟିଥାଏ। ଏହି ସମସ୍ୟା କାରଣରୁ ଚର୍ମରେ ଧଳା ଦାଗ ଦେଖାଯାଇଥାଏ, ଯାହାର କୌଣସି ଚିକିତ୍ସା ଆଜି ଯାଏଁ ପ୍ରସ୍ତୁତ ହୋଇନାହିଁ।

ବିଟିଲିଗୋ ଅଥବା ଲ୍ୟୁକୋଡର୍ମା ଶରୀରରେ ମିଳାମିନର ଅଭାବ ସୃଷ୍ଟି କରିଥାନ୍ତି। ଯାହା ଦ୍ବାରା ଚର୍ମରେ ମିଳାନୋସାଇଡର୍ସର ମାତ୍ରା ଶେଷ ହୋଇଥାଏ। ଏହା ଦ୍ବାରା ଚର୍ମ ସମସ୍ୟା ଦେଖାଦେଇଥାଏ। ବର୍ତ୍ତମାନ ପର‌୍ୟ୍ୟନ୍ତ କୌଣସି ରିସର୍ଚ୍ଚରେ ଏହି ରୋଗକୁ ଠିକ୍ କରିବାର କୌଣସି ଉପାୟ ମିଳିନାହିଁ। କିନ୍ତୁ ଯେଉଁବ୍ୟକ୍ତି ପ୍ରାୟତଃ ଚିକେନ ସହ କ୍ଷୀର ପିଇଥାନ୍ତି ତାଙ୍କ ନିକଟରେ ଏହି ଅସୁବିଧା ଦେଖାଦେଇଥାଏ ବୋଲି ଜଣାପଡିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button