ଦେଶ- ବିଦେଶ

ଗୋ’ ଚାଲାଣ ସନ୍ଦେହରେ ୩୦ କିମି ପିଛା କଲେ, ପରେ ମାରିଦେଲେ

ଗୋ‘ ଚୋରା ଚାଲାଣ ସନ୍ଦେହରେ ୩୦ କିମି ଯାଏ ପିଛା କଲେ। ପରେ ଦ୍ୱାଦଶ ଶ୍ରେଣୀ ଛାତ୍ରକୁ ଗୁଳି କରି ମାରିଦେଲେ। ଏଭଳି କିଛି ହତ୍ୟାକାଣ୍ଡ ଘଟିଛି ହରିଆଣାର ଫରିଦାବାଦରେ।

ହରିଆଣାର ଫରିଦାବାଦ। ଏଠାରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କୁ ଗା’ ଚୋରା ଚାଲାଣକାରୀ ବୋଲି ଭାବି ହତ୍ୟା କରାଯାଇଛି। ମୃତ ଛାତ୍ର ଜଣକ ହେଲେ ଆର୍ଯ୍ୟନ ମିଶ୍ରା।

ଏହି ମାମଲାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ସମସ୍ତ ଗିରଫ ଅଭିଯୁକ୍ତ ଗୋରକ୍ଷକ ବୋଲି କୁହାଯାଉଛି। ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ରଶସ୍ତ୍ରକୁ ମଧ୍ୟ ପୁଲିସ ଜବତ କରିଛି।

ସୂଚନା ଅନୁଯାୟୀ, ଆର୍ଯ୍ୟନ ମିଶ୍ରା ଦ୍ୱାଦଶ ଶ୍ରେଣୀର ଛାତ୍ର ଥିଲେ। ସେ ତାଙ୍କ ବନ୍ଧୁ ହର୍ଷିତ ଏବଂ ଶୈଙ୍କିଙ୍କ ସହ ଏକ କାରରେ ୨୩ ଅଗଷ୍ଟ ରାତି ୧୨ ଟା ସମୟରେ ମ୍ୟାଗି ଖାଇବାକୁ ଯାଇଥିଲେ। ଏତିକି ବେଳେ ଗୋରକ୍ଷକମାନେ ରେନଲ୍ଟ ଡଷ୍ଟର ଏବଂ ଟୟୋଟା ଫର୍ଚୁନର କାରରେ ଯାତ୍ରା କରୁଥିବା କିଛି ଗୋରୁ ଚୋରା ଚାଲାଣକାରୀ ସହରର ଗୋରୁଗାଈ ଉଠାଉ ନେଇଯାଉଥିବା ସୂଚନା ପାଇଥିଲେ।

ଏହାପରେ ସେମାନେ ଗୋରୁ ଚୋରା ଚାଲାଣକାରୀଙ୍କୁ ଖୋଜିଥିଲେ। ଏହି ସମୟରେ ଫରିଦାବାଦର ପଟେଲ ଛକ ନିକଟରେ ଏକ ଡଷ୍ଟର କାରକୁ ଦେଖିଥିଲେ। ତା’ପରେ ସ୍ୱିଫ୍ଟ କାରରେ ଅଭିଯୁକ୍ତମାନେ ଡଷ୍ଟର କାରକୁ ପିଛା କରି ଅଟକାଇବାକୁ ସଙ୍କେତ ଦେଇଥିଲେ। ହର୍ଷିତ ଡଷ୍ଟର କାର ଚଳାଉଥିଲେ ଏବଂ ଆର୍ଯ୍ୟନ ମିଶ୍ରା ତାଙ୍କ ପାଖରେ ବସିଥିଲେ। କିନ୍ତୁ ଆର୍ଯ୍ୟନ ଓ ତାଙ୍କ ସାଙ୍ଗମାନେ କାର୍ ଅଟକାଇ ନଥିଲେ। କାରଣ ଶୈଙ୍କିଙ୍କର କିଛି ଲୋକଙ୍କ ସହିତ ପୂର୍ବରୁ ଶତ୍ରୁତା ଥିଲା ଏବଂ ସେ ଭାବିଥିଲେ ଯେ ସେ ସେମାନଙ୍କୁ ହତ୍ୟା କରିବା ପାଇଁ ଗୁଣ୍ଡ ପଠାଇଛନ୍ତି।

ଏହାପରେ ଅଭିଯୁକ୍ତମାନେ ଅର୍ଯ୍ୟନ୍ ଓ ତାଙ୍କ ସାଙ୍ଗଙ୍କୁ ୩୦ କିଲୋମିଟର ଯାଏଁ ପିଛା କରିଥିଲେ। ଗାଡି ନ ଅଟକାଇବାକୁ ଗୋରକ୍ଷକମାନେ ତାଙ୍କ କାର୍ ଉପରକୁ ଗୁଳିମାଡ଼ କରିଥିଲେ। ଏଥିରେ ଆର୍ଯ୍ୟନଙ୍କ ବେଗରେ ଗୁଳି ବାଜିଥିଲା। କର୍ ଅଟକିବା ପରେ ପୁଣି ଅଭିଯୁକ୍ତମାନେ ତା’ଉପରକୁ ଗୁଳିମାଡ଼ କରି ସେଠାରୁ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଆର୍ଯ୍ୟନଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ପୁଲିସ ଏହି ମାମଲରେ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button