ଦେଶ- ବିଦେଶ

ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ବଢ଼ିବାରେ ଲାଗିଛି ନିଖୋଜ ସଂଖ୍ୟା; ସହାୟତାର ହାତ ବଢାଇଲେ ମୋଦି

ସମଗ୍ର ଉତ୍ତର ଭାରତରେ ଜାରି ରହିଛି ଲଗାଣ ବର୍ଷା । ଆସାମ ଏବଂ କେରଳ ପରେ ବର୍ତ୍ତମାନ ହିମାଚଳ ପ୍ରଦେଶରେ ବର୍ଷା ହୋଇଛି। ଏଠାରେ କୁଲୁର ନିରମାଣ୍ଡ ବ୍ଲକ, କୁଲୁର ମଲାନା ଏବଂ ମଣ୍ଡି ଜିଲାରେ ବାଦଲ ଫଟା ବର୍ଷା ହୋଇଛି। ବାଦଲ ଫଟା ବର୍ଷା ଯୋଗୁ ଅନେକ ଘର, ବିଦ୍ୟାଳୟ ଓ ଡାକ୍ତରଖାନା କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ୪୦ ଜଣ ନିଖୋଜ ଅଛନ୍ତି। ମଣ୍ଡିରେ ଗୋଟିଏ ମୃତଦେହ ମିଳିଥିବାବେଳେ ୩୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ସହାୟତାର ଭରସା ଦେଇଛନ୍ତି।

ସୂଚଦା ମୁତାବକ, ଶିମଲାର ରାମପୁର ଅଞ୍ଚଳର ସମେଜ ଖଡ୍ଡ ଅଞ୍ଚଳରେ ଆଜି ବାଦଲ ଫାଟିଛି। ପ୍ରବଳ ବର୍ଷା ଯୋଗୁ ଜଣଙ୍କ ଜୀବନ ଯାଇଛି। ସେହିପରି ମଣ୍ଡିର ପଧର ଉପମଣ୍ଡଳର ଥଲଟୁଖୋଡ ଅଞ୍ଚଳରେ ମଧ୍ୟ ବାଦଲଫଟା ବର୍ଷା ବଡ଼ ଧରଣର ଅଘଟଣ ଘଟାଇଛି। ପାଣିରେ ଭାସି ଯାଇ ଶିମଲାରେ ନିଖୋଜ ହୋଇଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ଘଟଣାସ୍ଥଳରେ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ NDRF ଟିମ୍ ମୁତୟନ ହୋଇଛନ୍ତି। ସାମେଜ ଖାଦ ନିକଟସ୍ଥ ଏକ ଜଳବିଦ୍ଯୁତ ପ୍ରକଳ୍ପ ନିକଟରେ ଘଟିଛି ଅଘଟଣ। ବର୍ଷାରେ ସ୍ଥାନୀୟ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ମଣ୍ଡିରେ ବି ବାଦଲ ଫଟା ବର୍ଷା ହୋଇଛି। ଫଳରେ କେତେକ କୋଠା ଭୁଶୁଡି ପଡିଥିବାବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ହିମାଚଳ ପ୍ରଦେଶର ବିଭିନ୍ନ ଅଞ୍ଚଳରେ ବାଦଲ ଫାଟିବା ଯୋଗୁଁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ସହ କଥା ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ପୂର୍ବତନ ସିଏମ ଜୟରାମ ଠାକୁର ଏବଂ ବିଜେପି ରାଜ୍ୟ ସଭାପତିଙ୍କ ସହ କଥା ହେବା ପରେ କେନ୍ଦ୍ର ମନ୍ତ୍ରୀ ନାଡ୍ଡା ସମସ୍ତ ବିଜେପି କର୍ମୀଙ୍କୁ ରିଲିଫ କାର୍ଯ୍ୟରେ ନିୟୋଜିତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି

Related Articles

Leave a Reply

Your email address will not be published. Required fields are marked *

Back to top button