ରାଜ୍ୟ

ଯେଉଁମାନଙ୍କ ପୂଜା ଘରେ ରହିଥାଏ ଏହି ୩ଟି ଜିନିଷ, ସେଠାରେ କେବେବି ହୋଇନଥାଏ ଧନର ଅଭାବ

ହିନ୍ଦୁ ଧର୍ମରେ ପୂଜା ପାଠକୁ ନେଇ ବହୁତ ମହତ୍ତ୍ବ ରହିଛି, ଯାହା ବିଷୟରେ ନିହାତି ଜାଣିବା ଆବଶ୍ୟକ। କାରଣ ଅଜଣାତରେ ଲୋକମାନେ ବହୁତ ଭୁଲ କରିବସନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଏହା ହେଉଛି ଯେ ହିନ୍ଦୁ ଧର୍ମରେ ପୂଜା ପାଠରେ ବିଦ୍ଧି ବିଧାନକୁ ନେଇ ସୂଚନାର ଅଭାବ ଥିବାରୁ ଲୋକମାନେ ଅଜାଣତରେ ଭୁଲ କରିବସନ୍ତି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଆମ ଶାସ୍ତ୍ରରେ କୁହାଯାଇଛି ଯେ ହିନ୍ଦୁଧର୍ମର ପୂଜା ସ୍ଥାନ କିମ୍ବା ପୂଜା ଘରେ ମନ୍ଦିର ସବୁବେଳେ ଏୈଶାନ୍ୟ କୋଣରେ ହେବା ଆବଶ୍ୟକ।

panchamrutaଆହୁରୀ ମଧ୍ୟ କୁହାଯାଇଛି ଯେ ପୂଜା ଘରେ କେବଳ ଦୁଇଟି ବା ତିନୋଟି ମୂର୍ତ୍ତି ବା ଫଟୋ ରହିବା ଆବଶ୍ୟକ। ଏହାଛଡା ମନ୍ଦିରକୁ ସବୁବେଳେ ସଫା ସୁତୁରା ରଖିବା ଆବଶ୍ୟକ।
ଏଥିପାଇଁ ଆଜି ଆମେ ଆପଣଙ୍କୁ ବିଶେଷ ଭାବରେ ଜଣାଇବାକୁ ଚାହିଁବୁ ଆମ ମନ୍ଦିରରେ କଣ ରଖିବା ଆବଶ୍ୟକ ଏବଂ କଣ ରଖିବା ଆବଶ୍ୟକ ନୁହେଁ।

କୂଶି :

kushiସର୍ବପ୍ରଥମେ ଆପଣଙ୍କୁ ଜଣାଇବାକୁ ଜାହିଁବୁ ଯେ କୂଶିର ଅର୍ଥ ହେଉଛି ଆପଣ ଏକ ଛୋଟ ତମ୍ବା ପାତ୍ରରେ ଜଳ ଏବଂ ତୁଳସୀ ପତ୍ରକୁ ପୂଜା ପାଇଁ ପ୍ରସାଦ ଭାବରେ ଦିଆଯାଇଥାଏ କାରଣ ଏହାକୁ ବହୁତ ଶୁଭ ବୋଲି ଧରାଯାଏ। କେବଳ ଏତିକି ନୁହେଁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏହାକୁ ଗ୍ରହଣ କରିବା ଦ୍ବାରା ମଧ୍ୟ ବ୍ୟକ୍ତିଙ୍କ ମନକୁ ଶାନ୍ତି ମିଳିବା ସହିତ ମନ ପବିତ୍ର ଏବଂ ନିର୍ମଳ ମଧ୍ୟ ହୋଇଥାଏ। ଯଦି ଆପଣ ଏମିତି କରୁନଥାନ୍ତି ତେବେ ବର୍ତ୍ତମାନ ଠାରୁ କରିବା ଆରମ୍ଭ କରିଦିଅନ୍ତୁ।

ପଞ୍ଚାମୃତ :

Panchamrutaପଞ୍ଚାମୃତକୁ ପୂଜାରେ ପ୍ରସାଦ ଭାବରେ ବ୍ୟବହାର କରାଯାଇଥାଏ। ଏଥିରେ ପାଞ୍ଚ ପ୍ରକାରର ଅମୃତ ରହିଥାଏ। ଏହା କ୍ଷୀର, ଦହି, ମହୁ, ଘୀଅ ଏବଂ ଗୁଡରେ ଏହାକୁ ପ୍ରସ୍ତୁତ କରାଯାଇଥାଏ। ଏହି ପଞ୍ଚାମୃତ ରୋଗ ଠାରୁ ଲଢ଼ିବା ପାଇଁ କ୍ଷମତା ପ୍ରଦାନ କରିଥାଏ। ଏହାକୁ ଗ୍ରହଣ କରିବା ଦ୍ବାରା ଆମ ଶରୀରରେ ପୌଷ୍ଟିକତା ଆହାରର ଉତ୍ପନ୍ନ ହୋଇଥାଏ।

ଚନ୍ଦନ :

chandanଚନ୍ଦନକୁ ଶାନ୍ତି ଏବଂ ଶୀତଳତାର ପ୍ରତିକ ବୋଲି କୁହାଯାଏ। ଏହି କାରଣରୁ ପୂଜା ସମୟରେ ଚନ୍ଦନ ଟୀକା ଲଗାଇବା ଆବଶ୍ୟକ ବୋଲି କୁହାଯାଏ କାରଣ ଏହା ଦ୍ବାରା ଆମ ମସ୍ତିଷ୍କ ଥଣ୍ଡା ରହିଥାଏ ଏବଂ ଆମ ମନକୁ ଶାନ୍ତି ମିଳିଥାଏ। ଏହାର ସୁଗନ୍ଧ ମନକୁ ଖରାପ ବିଚାର ଆସିନଥାଏ।

ଏଥିପାଇଁ ଏହି ସବୁ ବସ୍ତୁର ଗୁଣ ଅନୁସାରେ ଏହି ସବୁକୁ ମନ୍ଦିରରେ ରଖିବା ଆବଶ୍ୟକ ଏବଂ ଶୁଭ ବୋଲି ଧରାଯାଏ। ଏଥିପାଇଁ ଆପଣ ମଧ୍ୟ ନିଜ ପୂଜା ଘରେ ଏହିସବୁ ବସ୍ତୁକୁ ନିଶ୍ଚିତ ରଖନ୍ତୁ। ଏବେ ଆପଣ ଭାବୁଥିବେ ପୂଜାଘରେ କେଉଁ ସବୁ ଜିନିଷ ରଖିବା ଉଚିତ ନୁହେଁ। ତେବେ ଆସନ୍ତୁ ଜାଣିବା

hanuman

ଆପଣ ଭୁଲରେ ମଧ୍ୟ ମନ୍ଦିରରେ ଆଙ୍ଗୁଠିରୁ ବଡ ଆକାରର ଶିବଲିଙ୍ଗ ରଖନ୍ତୁ ନାହିଁ। ଏହାଛଡା ପୂଜାଘରେ ସବୁବେଳେ ବସିଥିବା ହନୁମାନଙ୍କ ମୂର୍ତ୍ତି ରଖନ୍ତୁ। କୁହାଯାଏ ଯେ ମହାବୀର ରୂଦ୍ର(ଶିବ)ଙ୍କର ଅବତାର ଅଟନ୍ତି। ଏଥିପାଇଁ ମହାବୀରଙ୍କର ବସିବା ଭଳି ମୂର୍ତ୍ତି ରଖନ୍ତୁ। ରାଧା-କୃଷ୍ଣଙ୍କର ମୂର୍ତ୍ତିକୁ ପୂଜାଘରେ ଏକାସାଥୀରେ ରଖନ୍ତୁ। ଏହାସହିତ ପୂଜାଘରେ ସବୁବେଳେ ଦେବୀ-ଦେବତାଙ୍କର ସୌମ୍ୟ ରୂପୀ ଫଟୋ ରଖନ୍ତୁ। ରୌଦ୍ର ରୂପୀ ଫଟୋକୁ ଘରେ ରଖନ୍ତୁ ନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button