ଜ୍ୟୋତିଷ

ପୂଜା ପାଇଁ ଆମ୍ବ ପତ୍ର, କଣ ରହିଛି ଏହାର ମହତ୍ବ

ସଂସ୍କାର ଆଉ ପରମ୍ପରାର ଅଭିନ୍ନ ଉଦାହରଣ ହେଉଛି ହିନ୍ଦୁ ଧର୍ମ । ହିନ୍ଦୁ ଧର୍ମ ଶାସ୍ତ୍ରରେ ରହିଛି ଅନେକ ମହତ୍ବ । ବିଶେଷ କରି ହିନ୍ଦୁ ଧର୍ମରେ ରହିଛି ୧୨ ମାସରେ ୧୩ ପର୍ବ ଆଉ ସେଥିରେ ପୂଜା ପାଆନ୍ତି ୩୬ କୋଟି ଦେବାଦେବି । ପୂଜା ସମୟରେ ପିଠାପଣା, ଫୁଲ ଧୂପ ଆଦିରେ ସାରା ପରିବେଶ ପରିପୂର୍ଣ୍ଣ ରହିଥାଏ ।

m3ହେଲେ ସେହି ସବୁ ପୂଜା ସାମଗ୍ରୀ ମାନଙ୍କ ମଧ୍ଯରେ ଏମିତି ଏକ ପୂଜା ସାମଗ୍ରୀ ଯାହା ନଥିଲେ ଆରମ୍ଭ ହୋଇପାରିନଥାଏ ପୂଜା । ପୂଜା ଆରମ୍ଭରୁ ହିଁ ସେହି ସମେଗ୍ରୀର ବ୍ଯବହାର କରାଯାଇଥାଏ । ଆପଣ ଭାବୁଥିବେ କଣ ସେହି ସାମଗ୍ରୀ । ସେହି ସାମଗ୍ରୀଟି ହେଉଛି ଆମ୍ବ ପତ୍ର । ପୂଜା ଆରମ୍ଭରୁ ଶୁଭ ପ୍ରତିକ ଭାବେ ସ୍ଥାପନ ହୋଇଥାଏ କଳସ ଆଉ କଳସ ଉପରେ ନଡିଆ ଏବଂ ଆମ୍ବପତ୍ର ରଖାଯାଇଥାଏ । ଯାହାଫଳରେ କଳସ ସ୍ଥାପନରେ ସମ୍ପୂଣ୍ଣତା ଆସିଥାଏ ।

m2ହିନ୍ଦୁ ଧର୍ମ ଶାସ୍ତ୍ରରେ ଆମ୍ୱ ପତ୍ରର ବିଶେଷ ମହତ୍ବ ରହିଛି। ଆମ୍ବ ପତ୍ରକୁ ଘରେ ଟାଙ୍ଗିବାଠାରୁ ଆରମ୍ଭ କରି  ବିଭିନ୍ନ ପୂଜା, ପର୍ବ ପର୍ବାଣୀ ଓ ଶୁଭ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ। କାରଣ ଆମ୍ୱ ଗଛକୁ ହିଁ ଶୁଭ ବୋଲି ଶାସ୍ତ୍ରରେ ବିବେଚନା କରାଯାଇଛି । ଆମ୍ବ ଗଛର ପ୍ରତି ଜିନିଷ ବେଶ ଶୁଭ ବୋଲି ଧରାଯାଇଥାଏ । ଫଳ ଭିତରେ ଆମ୍ବ, ପତ୍ର ଭିତରେ ଆମ୍ବପତ୍ର ଏବଂ ଏହାର କାଠକୁ ଯଜ୍ଞ ଏବଂ ହୋମ ଆଦିରେ ବ୍ଯବହାର କରାଯାଇଥାଏ । ବାସ୍ତୁ ଶାସ୍ତ୍ରରେ ଏହି ଆମ୍ବ ପତ୍ରର ରହିଛି ଅନେକ ମହତ୍ବ ।

m4ବାସ୍ତୁ ଶାସ୍ତ୍ର ଅନୁସାରେ, ଘରର ମୁଖ୍ୟ ଦ୍ୱାରରେ ଆମ୍ୱ ପତ୍ର ଟାଙ୍ଗିବା ଦ୍ବାରା ଘରେ ଥିବା ସମସ୍ତ ପ୍ରକାର ନକାରାତ୍ମକ ଶକ୍ତି ପ୍ରବେଶ କରିପାରନ୍ତି ନାହିଁ। ଏହାସହିତ ଆମ୍ବପତ୍ର ଟାଙ୍ଗାଯାଇଥିବା ଘରର ଦ୍ବାର ଦେଇ ପ୍ରବେଶ କଲେ ସକରାତ୍ମକ ଶକ୍ତି ଘର ମଧ୍ଯକୁ ଆସିଥାଏ । କେବଳ ସେତିକି ନୁହେଁ, ଆମ୍ବ ପତ୍ରର ତୋରଣ ଦ୍ୱାରା ସବୁ ଶୁଭ କାର୍ଯ୍ଯ ସଫଳ ହେବା ସହ ଘରର ସଦସ୍ୟମାନଙ୍କୁ ଶୁଭ ଫଳ ମିଳିଥାଏ ବୋଲି ବାସ୍ତୁ ଶାସ୍ତ୍ରରେ ବର୍ଣ୍ଣନା ରହିଛି।

picହିନ୍ଦୁ ଶାସ୍ତ୍ର ଅନୁସାରେ, ଆମ୍ୱ ହନୁମାନଙ୍କ ପ୍ରିୟ ଫଳ। ଏଥିପାଇଁ ଆମ୍ୱ ଗଛ ଲଗାଇଲେ, ହନୁମାନ ପ୍ରସନ୍ନ ହୁଅନ୍ତି ବୋଲି କୁହାଯାଏ । ଯେହେତୁ ହନୁମାନ ସଙ୍କଟ ମୋଚନ କରିଥାନ୍ତି ତେଣୁ ଏହି ଆମ୍ବ ଫଳକୁ ଭୋଗ ଭାବେ ବ୍ଯବହାର କରାଗଲେ ଘରର ସମସ୍ତ ସଙ୍କଟ ଦୂର ହେବା ସହ ଶୁଭଫଳ ପ୍ରଦାନ କରିଥାଏ ବୋଲି ବିଶ୍ବାସ ରହିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button