ମନୋରଞ୍ଜନ

ହାତ ରେଖା କହିବ, ଆପଣଙ୍କ ସାଥିଙ୍କର କେତୋଟି ରହିଛି ପ୍ରେମ ସଂପର୍କ

ଯେକୌଣସି ବ୍ୟକ୍ତିଙ୍କ ହାତରେଖାରୁ ତାଙ୍କ ବର୍ତ୍ତମାନ ଏବଂ ଭବିଷ୍ୟତ ବିଷୟରେ କୁହାଯାଇଥାଏ। ଭାରତୀୟ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ବ୍ୟକ୍ତିଙ୍କ ଚରିତ୍ରର ଦର୍ପଣ ତାଙ୍କ ହାତରେଖା ହୋଇଥାଏ। ଶାସ୍ତ୍ର ଅନୁଯାୟୀ ଆପଣଙ୍କ ଭୀବନସାଥି ତଥା ପ୍ରେମୀକା/ପ୍ରେମିକ ବିଷୟରେ ମଧ୍ୟ ହାତ ପାପୁଲିରୁ ଜଣାପଡ଼ିଥାଏ। ଆଜି ଆମେ ହାତ ରେଖାରୁ କିପରି ଆପଣଙ୍କ ସାଥିଙ୍କ ଅଫେୟର୍ସ ବା ପ୍ରେମ ସଂପର୍କ ବିଷୟରେ ଜାଣିପାରିବେ ତାହା କହିବାକୁ ଯାଉଛୁ।

hand

ହାତ ପାପୁଲିରେ ରହିଥିବା ରେଖା ମାନଙ୍କ ମଧ୍ୟରେ ରହିଥାଏ ଏକ ବିବାହ ରେଖା। ବିବାହ ରେଖା ଦେଖି ଜଣିହେବ ସାଥିଙ୍କର କେତେ ଜଣଙ୍କ ସହ ସଂପର୍କ ରହିଛି। ଏହି ରେଖା ପାପୁଲିର ଛୋଟ ଆଙ୍ଗୁଠି ତଳେ ରହିଥାଏ । ଏଥିରେ ମହିଳା ବା ପୁରୁଷଙ୍କ କେତେ ଜଣଙ୍କ ସହ ସଂପର୍କ ଅଛି ବା ବିବାହ ହେବାର ଅଛି ତାହାର ସୂଚନା ମିଳିଥାଏ। ଛୋଟ ଆଙ୍ଗୁଠି ତଳେ ଯେତିକିଟି ଗାର ରହିଥାଏ ସେହି ବ୍ୟକ୍ତିଙ୍କର ସେତିକିଟି ଆଫେୟାର ବା ଅନୈତିକ ସଂପର୍କ ରହିଥିବା ଜଣାପଡ଼ିବ। ଏହା ଆପଣ ନିଜ ସାଥିଙ୍କ ଉପରେ ଅବଲମ୍ବନ କରିମଧ୍ୟ ସତ୍ୟତା ବିଷୟରେ ଜାଣିପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button