ରାଜ୍ୟ

ଯଦି କାହା ଭିତରେ କିଛି ଅଭାବ ରହିଛି, ତେବେ ସେ ସେହି ଅଭାବ ପାଇଁ ଦୁଃଖ କରିବା ପରିବର୍ତ୍ତେ, ତାକୁ ନିଜର ଶକ୍ତି ବନାଇବା ଦରକାର, ପଢନ୍ତୁ ଏହି ରୋଚକ କାହାଣୀ

ଗୋଟିଏ ଚାଷି ସବୁଦିନ ସକାଳେ ଉଠି ନିଜ ଗ୍ରାମର କୂଅରୁ ପାଣି ନେଇ ଘରକୁ ଆସୁଥିଲା । କୂଅରୁ ପାଣି ଆଣିବା ପାଇଁ ଚାଷି ପାଖରେ ଦୁଇଟି ହିଁ ମାଠିଆ ଥିଲା । କିନ୍ତୁ ଏହି ଦୁଇଟି ମାଠିଆ ମଧ୍ୟରୁ ଗୋଟିଏ ମାଠିଆ ମଝିରୁ ଭାଙ୍ଗି ଯାଇଥିଲା । ଯେଉଁ କାରଣରୁ ମାଠିଆରେ ପାଣି ଭର୍ତ୍ତି କରିଲେ ସେଥିରୁ ପାଣି ବାହାରି ଯାଉଥିଲା ଓ ସବୁଦିନ ଘରକୁ ୧.୫ ମାଠିଆ ପାଣି ହିଁ ଆସି ପାରୁଥିଲା ।

ଦିନେ ଭଙ୍ଗା ମାଠିଆ ନିଜ ଭିତରେ ଥିବା ଅଭାବ ପାଇଁ ବହୁତ ଦୁଃଖ ଅନୁଭବ କଲା ଓ ସେ ନିଜର ହୃଦୟର କଥା ଚାଷିକୁ କହିଲା । ମାଠିଆଟି ଚାଷିକୁ କହିଲା କି ‘ମୁଁ ଭଙ୍ଗା ମାଠିଆ ଅଟେ ଓ ଏହି କାରଣରୁ ଆପଣ ସବୁଦିନ ଅଧା ମାଠିଆ ପାଣି ହିଁ ଘରକୁ ଆଣି ପାରୁଛନ୍ତି । ଯେଉଁ କାରଣରୁ ଆପଣଙ୍କର ପରିଶ୍ରମ ବ୍ୟର୍ଥ ଯାଉଛି ।

ଚାଷି ଜଣକ ମାଠିଆର କଥାକୁ ବହୁତ ଗମ୍ଭୀରତା ସହ ଶୁଣୁ ଥିଲା ଓ ଶେଷରେ ମାଠିଆକୁ କହିଲା କି କାଲି କୂଅରୁ ଘରକୁ ଆସିବା ସମୟରେ ତୁମେ ନିଜ ଆଖପାଖରେ ଥିବା ଫୁଲକୁ ଦେଖିବ ।

ଚାଷିର କଥା ମାନି ତା ପର ଦିନ ମାଠିଆଟି ଘରକୁ ଫେରିବା ସମୟରେ ନିଜ ପଟେ ଥିବା ବହୁତ ଫୁଲ ଗୁଡିକ ଦେଖିଲା । କିନ୍ତୁ ଭଲ ମାଠିଆ ପଟେ ଭଙ୍ଗା ମାଠିଆକୁ କୌଣସି ବି ଫୁଲ ନଜର ଆସିଲା ନାହିଁ । ନିଜ ପଟେ ଥିବା ଫୁଲକୁ ଦେଖି ଭଙ୍ଗା ମାଠିଆ ବହୁତ ଖୁସି ହୋଇଗଲା । କିନ୍ତୁ ଘରେ ପହଞ୍ଚି ଦେଖିଲା କି ସେ ପୁଣି ଅଧା ପାଣି ହିଁ ଆଣି ପାରିଛି ଓ ପୁଣିଥରେ ସେ ଦୁଃଖୀ ହୋଇଗଲା ।

ଏହା ପରେ ଚାଷୀ ଜଣକ ମାଠିଆକୁ ପଚାରିଲେ କି ବର୍ତ୍ତମାନ ତୁମେ ବହୁତ ଖୁସି ଥିଲ, ଓ ଦୁଃଖୀ କାହିଁକି ହୋଇଗଲ ? ଏହା ପରେ ମାଠିଆ ନିଜ କମଜୋରିକୁ ଚାଷିକୁ କହିଲା । ମାଠିଆର କଥା ଶୁଣି ଚାଷି ଜଣକ କହିଲେ କି, ଯେଉଁ ଫୁଲ ଗୁଡିକ ଦେଖି ତୁମେ ଖୁସି ହେଉଥିଲ ସେ ଗୁଡିକ ତୁମ କାରଣରୁ ହିଁ ଫୁଟିଛନ୍ତି । କାହିଁକି ନା ଯେତେବେଳେ ବି ତୁମ ଭିତରୁ ପାଣି ବାହାରି ରାସ୍ତାରେ ପଡୁଥିଲା, ସେତେବେଳେ ଏହା ଦେଖି ମୁଁ ରାସ୍ତାରେ ଛୋଟ ଛୋଟ ଫୁଲ ଗଛ ଲଗାଇ ଦେଲି ।

ଏହି ଗଛ ଗୁଡିକ ଉପରେ ସବୁଦିନ ତୁମର ପାଣି ପଡୁଥିଲା । ଯେଉଁ କାରଣରୁ ଏହି ଫୁଲ ଗୁଡିକ ସତେଜ ଥିଲେ । ତୁମ କାରଣରୁ ଲୋକମାନେ ଫୁଲ ପାଆନ୍ତି । ଚାଷିର କଥା ଶୁଣି ମାଠିଆଟି ବହୁତ ଖୁସି ହୋଇଗଲା ଓ ତାକୁ ଅନୁଭବ ହେଲା କି ଭଙ୍ଗା ହୋଇଥିବା କାରଣରୁ ରାସ୍ତାରେ ସମସ୍ତ ଫୁଲ ସତେଜ ଅଛନ୍ତି ।

ଏହି କାହାଣୀରୁ ଆମକୁ ଏହି ଶିକ୍ଷା ମିଳୁଛି କି ମଣିଷ ଭିତରେ ଯଦି କୌଣସି ଅଭାବ ରହିଛି, ତେବେ ତା’ ପାଇଁ ଦୁଃଖ କରିବା ପରିବର୍ତ୍ତେ ସେହି କମଜୋରିକୁ ଶକ୍ତିରେ ପରିଣତ କରନ୍ତୁ । ଯାହା ଦ୍ଵାରା ତୁମେ ନିଜର କମଜୋରି ଉପରେ ହିଁ ସଫଳତା ହାସଲ କରି ପାରିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button