ରାଜ୍ୟ

ମହାପ୍ରଭୁ ଶ୍ରୀଜଗନ୍ନାଥ ପୁରୀକୁ କେମିତି ଓ କାହିଁକି ଆସିଲେ? ଜାଣନ୍ତୁ ଜଗନ୍ନାଥଙ୍କ ଆତ୍ମକାହାଣୀ

ଜଗତର ନାଥ ଜଗନ୍ନାଥ। ସେ ହେଉଛନ୍ତି ଜଗତର ପାଳନକର୍ତ୍ତା। ଆଜିର ଏହି ସ୍ତମ୍ଭ ରେ ଆସନ୍ତୁ ଜାଣିବା ଶ୍ରୀ ଜଗନ୍ନାଥ ଙ୍କ ଆତ୍ମକାହାଣୀ ସମ୍ପର୍କ ରେ ଯେଉଁଥିରେ ଆମ୍ଭେ ଜାଣିବା ଯେ ପ୍ରଭୁ ଶ୍ରୀ ଜଗନ୍ନାଥ ପୁରୀ କୁ ଆସିଲେ କିପରି ଏବଂ ଏହି ପରି ଆଉ କିଛି ରହସ୍ୟ। ଆଗ କାଳରେ ମଧ୍ୟ ଭାରତରେ ଅବନ୍ତି ନାମକ ଏକ ରାଜ୍ୟରେ ରାଜୁତି କରୁଥିଲେ ରାଜା ଇନ୍ଦ୍ରଦ୍ୟୁମ୍ନ। ସେ ଭଗବାନ ବିଷ୍ଣୁ ଙ୍କ ବଡ଼ ଉପାସକ ଥିଲେ। ଦିନେ ଜଣେ ୠଷି ଆସି କହିଥିଲେ କି ଓଡ଼ିଶା ର ଏକ ଜାଗା ରେ କୋଉଠି ଭଗବାନ ବିଷ୍ଣୁ ନୀଳମାଧବ ରୂପରେ ପୂଜା ପାଉଛନ୍ତି। ସେହି ଜାଗା ବିଷୟ ରେ ରାଜା ଙ୍କୁ ସନ୍ଧାନ କରିବା ପାଇଁ କହିଲେ।ଏହା ଶୁଣି ରାଜା ଅତ୍ୟନ୍ତ ଖୁସି  ହୋଇ ତୁରନ୍ତ ସେହି ସ୍ଥାନର ସନ୍ଧାନ ପାଇଁ ଓଡ଼ିଶା ର ଚାରି ଦିଗ କୁ ଚାରି ଜଣ ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ଲୋକଙ୍କୁ ପଠାଇଲେ।

Jagannath

ଓଡ଼ିଶା ର ପୂର୍ବ ଦିଗକୁ ଅବନ୍ତି ରାଜ୍ୟ ର ମୁଖ୍ୟ ପୂଜାରୀ ଙ୍କ ଭାଇ ବିଦ୍ୟାପତି ଙ୍କୁ ପାଠ ଯାଇଥିଲା। ସେ ଭ୍ରମଣ କରୁ କରୁ ଏକ ଜଙ୍ଗଲରେ ଜଙ୍ଗଲର ମୁଖିଆ ବିଶ୍ଵାବସୁଙ୍କ ଝିଅ ଲଳିତା ଙ୍କ ସହ ଦେଖା ହେଲା। କିଛି କଥା ମଧ୍ୟ ରେ ବିଦ୍ୟାପତି ଲଳିତା ଙ୍କ ପ୍ରେମ ରେ ପଡ଼ିଯାଇଥିଲେ, କାରଣ ସେ ଅତ୍ୟନ୍ତ ସୁନ୍ଦରୀ ଥିଲେ। ବିଦ୍ୟାପତି ସେହି ଜଙ୍ଗଲରେ ରହିଲେ ସେହି ସମୟ ରେ ସେ ଲଳିତା ଙ୍କୁ ପ୍ରେମ ବିବାହ ମଧ୍ୟ କରିଲେ। ଥରେ ବିଦ୍ୟାପତି ଏକ ଦୃଶ୍ୟ ଦେଖିଲେ ଯେ ବିଶ୍ଵାବସୁ ସକାଳୁ ସକାଳୁ ଫଳଫୁଲ ଏବଂ ପୂଜା ସାମଗ୍ରୀ ନେଇ ନେଇ କୁଆଡ଼େ ଯାଉଛନ୍ତି। ଏହି ବିଷୟ ରେ ସେ ଲଳିତା ଙ୍କୁ ପଚାରିଲେ ଏବଂ ବହୁତ ବୁଝାଇସାରିଲା ପରେ ଯାଇ ଲଳିତା ତାଙ୍କୁ ଭଗବାନ ନୀଳମାଧବ ଙ୍କ ଗୁପ୍ତ ଗୁମ୍ଫା ସମ୍ପର୍କରେ କହିଲେ।

ବିଦ୍ୟାପତି ନୀଳମାଧବଙ୍କୁ ଦରଶନ କରିବେ ବୋଲି କହିଲେ।ବିଶ୍ଵାବସୁ ଏଥି ପାଇଁ ରାଜି ହୋଇଗଲେ। ତହିଁ ପରଦିନ ବିଶ୍ଵାବସୁ ବିଦ୍ୟାପତି ଙ୍କ ଆଖିରେ ଏକ କଳା କପଡ଼ା ବାନ୍ଧି ନେଇଗଲେ ସେହି ଗୁମ୍ଫା ପାଖକୁ ଯାହା ତାଙ୍କର ସର୍ତ୍ତ ଥିଲା। ସେଠାରେ ପହଞ୍ଚିବାପରେ ପରେ ବିଦ୍ୟାପତି ଭଗବାନ ନୀଳମାଧବଙ୍କୁ ଦର୍ଶନ କରିଲେ। ବିଦ୍ୟାପତି ରାଜ୍ୟ କୁ ଯାଇ ରାଜାଙ୍କୁ ଭଗବାନ ନୀଳମାଧବଙ୍କ ଗୁପ୍ତ ଗୁମ୍ଫା ସମ୍ପର୍କ ରେ ସୂଚନା ଦେଇଥିଲେ। ଏହି କଥା ଶୁଣି ରାଜା ଖୁସି ହୋଇଗଲେ ଏବଂ ସେହି ଜାଗାକୁ ଯିବା ପାଇଁ ବାହାରିଲେ। ସେହି ଜାଗା କୁ ଯିବା ପାଇଁ ରାସ୍ତା କିପରି ମିଳିବ। ସେହି ସମୟ ରେ ବିଦ୍ୟାପତି କହିଲେ କୁ ସେ ସେହି ଜାଗା କୁ ଯିବା ସମୟରେ କିଛି ସୋରିଷ ନେଇଯାଇଥିଲେ ଏବଂ ତାହାକୁ ବିଞ୍ଚିବିଞ୍ଚି ଯାଇଥିଲେ।

Jagannath

ତେବେ ସେତେବେଳକୁ ସୋରିଷ ଗଛ ବଢ଼ିଗଲାଣି। ସେହି ସୋରିଷ ଗଛ କୁ ଚିହ୍ନି ଚିହ୍ନି ରାଜା ଇନ୍ଦ୍ରଦ୍ୟୁମ୍ନ ଏବଂ ବିଦ୍ୟାପତି ଗଲେ ନୀଳମାଧବ ଙ୍କୁ ଦର୍ଶନ କରିବା ପାଇଁ। ହେଲେ ସେହି ଗୁମ୍ଫାକୁ ପହଞ୍ଚିବା ପରେ ସେଠାରେ ନୀଳମାଧବ ଅନ୍ତର୍ଦ୍ଧାନ ହୋଇ କହିଲେ କି ହେ ରାଜା ମୁଁ ଏଠି ବାହ୍ୟ ସମୟ ଧରି ପୂଜା ପାଇଆସୁଥିଲି। ଆପଣ ଯାଇ ଗଭୀର ଗଣ୍ଡ ସମୁଦ୍ର ମଧ୍ୟ ରୁ ଏକ ଦାରୁ ଭାସୁଥିବ। ସେହି ଦାରୁକୁ ଆଣି ପୁରୀରେ ମୋର ଏକ ମନ୍ଦିର ସ୍ଥାପନ କରି ପୂଜା କରିବାକୁ। ସେଠାରୁ ରାଜା ଗଲେ ସେହି ଦାରୁ କୁ ଖୋଜିବା ପାଇଁ। ସେ ସେହି ଦାରୁ କୁ ଆଣିଲେ ଏବଂ ବିଭିନ୍ନ କାରିଗର ଙ୍କୁ ଡାକିଲେ ମୂର୍ତ୍ତି କରିବା ପାଇଁ। କିନ୍ତୁ କେହି ତିଆରି କରିପାରିଲେ ନାହିଁ।

ସେହି ସମୟ ରେ ଭଗଵାନ ବିଶ୍ଵକର୍ମା ଏକ ବୁଢ଼ା କାରିଗର ବେଢ଼ା ରେ ପ୍ରକଟ ହୋଇ ମୂର୍ତ୍ତି ତିଆରି କରିବା କଥା କହିଲେ। କିନ୍ତୁ ସେ କହିଲେ କି ୨୧ ଦିନ ପର୍ଯ୍ୟନ୍ତ ସେ ମୂର୍ତ୍ତି ତିଆରି କରୁଥିବା କୋଠରୀ ବନ୍ଦ ରହିବ ବୋଲି। କିଛି ଦିନ ପର୍ଯ୍ୟନ୍ତ ମୂର୍ତ୍ତି ଗଢ଼ିବାର ଶବ୍ଦ ଶୁଭିଲା। କିନ୍ତୁ ପରେ ଶବ୍ଦ ନଶୁଭିବାରୁ,ରାଣୀ ଗୁଣ୍ଡିଚା ବ୍ୟସ୍ତ ହୋଇ ସେହି କୋଠରୀ ଖୋଲିବା ପାଇଁ କହିଲେ।କୋଠରୀ ଖୋଲା ହେଲା ବେଳକୁ ମୂର୍ତ୍ତି ଅଧା ଗଢ଼ା ହୋଇଥିଲା।ଏହି ସମୟ ରେ ଭଗବାନ ବିଷ୍ଣୁ କହିଲେ କି ସେ ଏହି ରୂପରେ ମନ୍ଦିର ରେ ପୂଜା ପାଇବେ ବୋଲି। ଏହାପରେ ପୁରୀର ମନ୍ଦିରରେ ଜଗନ୍ନାଥଙ୍କୁ ସ୍ଥାପନ କରି ଏବେ ପର୍ଯ୍ୟନ୍ତ ପୂଜା ଚାଲିଛି। ଏହି ପୁରୀ ଶ୍ରୀ କ୍ଷେତ୍ର ବର୍ତ୍ତମାନ ଚାରିଧାମ ମଧ୍ୟ ରୁ ଅନ୍ୟତମ।

Related Articles

Leave a Reply

Your email address will not be published. Required fields are marked *

Back to top button