ଦେଶ- ବିଦେଶ

କୈଳାସ ପର୍ବତ ତଳେ ଲୁଚି ରହିଛି ଏମିତି ରହସ୍ୟ ଯାହା ଆଜି ପର୍ଯ୍ୟନ୍ତ କେହି ଜାଣିନାହାନ୍ତି ବୈଜ୍ଞାନିକ ସାମ୍ନାକୁ ଆଣିଲେ ପୁଣି ଏକ ରହସ୍ୟମୟ ତଥ୍ୟ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ପୌରାଣିକ ଯୁଗରେ ଭଗବାନ ଶଙ୍କରଙ୍କୁ ଯୋଗୀ ଏବଂ ତପସ୍ୟକ କୁହାଯାଇଥାଏ । ତାଙ୍କର ନିବାଶ ହିମାଳୟ ପର୍ବତରେ ଥିବା କୈଳାଶ ପର୍ବତ ଅଟେ । ଏହି କୈଳାସ ପର୍ବତ ବିଷୟରେ ଅନେକ କଥା ମଧ୍ୟ ପୁରାଣରେ ବର୍ଣ୍ଣିତ ହୋଇଛି । ଶିବ ପୁରାଣ, ସ୍କନ୍ଦ ପୁରାଣ ଆଉ ମତ୍ସ୍ୟ ପୁରାଣରେ କୈଳାଶ ପର୍ବତ ବିଷୟରେ ରଚନା କରାଯାଇଛି । କୈଳାଶ ପର୍ବତର ମହିମା ମଧ୍ୟ ଏହି ପୁରାଣର ଗୁଡ଼ିକର ଏକ ଅଲଗା ପ୍ରକାରର ଅଧ୍ୟାୟ ଅଟେ ।

ହିମାଳୟ ପର୍ବତର କେନ୍ଦ୍ର ହେଉଛି କୈଳାଶ ପର୍ବତ । ଦୁନିଆର କେନ୍ଦ୍ର ବିନ୍ଦୁ ବା ନାଭି କୈଳାଶ ପର୍ବତ ଅଟେ । ବୈଜ୍ଞାନିକମାନେ କହିଛନ୍ତି ଏହି କୈଳାଶ ପର୍ବତ ପାଖକୁ ଗଲେ ଏକ ଶବ୍ଦ ଶୁଭିଥାଏ । ଯାହାକି ଏକ ଡମ୍ବରୁର ଅଟେ । କୈଳାଶ ପର୍ବତ ଉପରେ ଚଢ଼ିବା ନିଷେଧ ଅଟେ । ୧୧ ଶତକରେ ଏହି କୈଳାଶ ପର୍ବତ ଉପରେ ଜଣେ ବୁଦ୍ଧିଜିବୀ ଥିଲେ ଆଉ ସେ ଏହି ପର୍ବତ ଉପରେ ଚଢ଼ିବାରେ ସଫଳ ମଧ୍ୟ ହୋଇଥିଲେ ।

କୈଳାଶ ପର୍ବତରେ ପୁଣ୍ୟ ଆତ୍ମାମାନେ ରହିପାରିବେ । କିଛି ଆଧ୍ୟାତ୍ମିକ ଗୁରୁମାନେ କହିଛନ୍ତି ଏହି କୈଳାଶ ପର୍ବତ ଚାରିପଟେ ଅନେକ ପ୍ରକାରର ଅଲୌକିକ ଶକ୍ତି ଅଛି । ବେଳେବେଳେ ଏହି ପର୍ବତ ପାଖରେ ୭ ରଙ୍ଗର ବିଜୁଳି ଦେଖାଯାଇଥାଏ । ନାସା ବୈଜ୍ଞାନିକମାନେ କହିଛନ୍ତି କି ଏହା ଚୁମ୍ବକୀୟ ଶକ୍ତି ଦ୍ଵାରା ସମ୍ଭବ ହୋଇଥିବ।

ବେଦରେ ମଧ୍ୟ ଲେଖା ଯାଇଛି କି ଭଗବାନ ଶିବଙ୍କୁ ଦେଖିବାକୁ ଚାହିଁଲେ କୈଳାଶ ପର୍ବତକୁ ଯିବାକୁ ପଡିବ । ଆଉ ଯାହାର ଆତ୍ମା ଶୁଦ୍ଧ ଥିବ ସେ ହିଁ ଏହି ପର୍ବତ ଉପରକୁ ଯାଇପାରିବ । ଏଠାରେ ବୟସ ଆଉ ନଖ ଶୀଘ୍ର ବଢ଼ିଯାଇଥାଏ । କୈଳାଶ ପର୍ବତ ସମ୍ଭାଲା ଯିବାକୁ ରାସ୍ତା ଅଟେ । ଆଉ ଏହା ଦୁନିଆ ଠାରୁ ଲୁଚିକି ଅଛି । ଏହାର ରକ୍ଷା ଶିବଙ୍କ ଅଲୌକିକ ଶକ୍ତି କରୁଛି । ଆଉ ଏହାର ସନ୍ଧାନ ଠିକ୍ ସମୟ ଆସିଲେ ମିଳିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button