ଦେଶ- ବିଦେଶ

ସୁନା ଏବଂ ରୁପା ମୂଲ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି

ଭାରତରେ ସୁନା ଏବଂ ରୁପା ମୂଲ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଦିନକୁ ଦିନ ଏହାର ଦାମ ରେକର୍ଡ ଭାଙ୍ଗି ଚାଲିଛି। ୧୦ ଗ୍ରାମ ପିଛା ୨୪ କ୍ୟାରଟ ସୁନା ମୂଲ୍ୟ ଶନିବାର ୧, ୧୩, ୨୬୨ ଟଙ୍କାରେ ପହଞ୍ଚି ଯାଇଛି। ଏହା ଗତ ୨୦ ତାରିଖରେ ୧, ୦୯, ୭୭୫ ଟଙ୍କା ଥିଲା। ଅର୍ଥାତ୍‌ ଚଳିତ ସପ୍ତାହରେ ସୁନା ମୂଲ୍ୟ ୩,୪୮୭ ଟଙ୍କା ବୃଦ୍ଧି ପାଇଛି। ଚଳିତ ବର୍ଷ ଏ ପର୍ଯ୍ୟନ୍ତ ସୁନା ମୂଲ୍ୟ ୩୭, ୧୦୦ ଟଙ୍କା ମହଙ୍ଗା ହେଲାଣି। ଗତ ବର୍ଷ ଡିସେମ୍ବର ୩୧ରେ ୨୪ କ୍ୟାରେଟ ସୁନା ମୂଲ୍ୟ ୭୬, ୧୬୨ ଟଙ୍କା ଥିଲା। ୨୦୨୪ରେ ସୁନା ୨୧ ପ୍ରତିଶତ ମହଙ୍ଗା ହୋଇଥିଲା। ଏବେ ୧୦ ଗ୍ରାମ ପିଛା ୧୪ କ୍ୟାରଟ  ସୁନା ମୂଲ୍ୟ ୬୬, ୨୫୮ ଟଙ୍କା, ୧୮ କ୍ୟାରେଟ ମୂଲ୍ୟ ୮୪, ୯୪୭ ଟଙ୍କା ଏବଂ ୨୨ କ୍ୟାରେଟ ସୁନା ମୂଲ୍ୟ ୧, ୦୩, ୭୪୮ କୋଟି ଟଙ୍କା ରହିଛି।

ଇଣ୍ଡିଆ ବୁଲିୟନ ଜୁଏଲର୍ସ ଆସୋସିଏସନ (ଆଇବିଜେଏ) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ରୁପା ମୂଲ୍ୟ ମଧ୍ୟ ରକେଟ୍‌ ବେଗରେ ବଢ଼ିବାରେ ଲାଗିଛି। ଶନିବାର ରୁପା କିଲୋ ସର୍ବକାଳୀନ ରେକର୍ଡ ଛୁଇଁଛି। ଏହା ୧, ୩୮, ୧୦୦ ଟଙ୍କାରେ ପହଞ୍ଚି ଯାଇଛି। ଗତ ଶନିବାର ରୁପା କେଜି ୧, ୨୮, ୦୦୦ ଟଙ୍କା ଥିଲା। ଏହି ଭଳି ଭାବେ ଚଳିତ ସପ୍ତାହରେ ରୁପା ମୂଲ୍ୟ ୧୦, ୧୦୦ ଟଙ୍କା ବୃଦ୍ଧି ପାଇଲାଣି। ଚଳିତ ବର୍ଷ ଏ ପର୍ଯ୍ୟନ୍ତ ରୁପା ମୂଲ୍ୟ ୫୨, ୦୮୩ ଟଙ୍କା ମହଙ୍ଗା ହେଲାଣି। ଗତ ବର୍ଷ ଡିସେମ୍ବର ୩୧ରେ ରୁପା ମୂଲ୍ୟ ୮୬, ୦୧୭ ଟଙ୍କା ଥିଲା। ୨୦୨୪ରେ ଏହା ୧୭ ପ୍ରତିଶତ ମହଙ୍ଗା ହୋଇଥିଲା। ଚଳିତ ବର୍ଷ ବର୍ଷ ଏ ପର୍ଯ୍ୟନ୍ତ ସୁନା ୪୯ ପ୍ରତିଶତ ଏବଂ ରୁପା ୬୦ ପ୍ରତିଶତ ରିଟର୍ଣ୍ଣ ଦେଲାଣି। ୱାର୍ଲ୍ଡ ଗୋଲ୍ଡ କାଉନସିଲର ରିପୋର୍ଟ ଅନୁଯାୟୀ ସେପ୍ଟେମ୍ବର ପ୍ରାରମ୍ଭରେ ଏହାର ମୂଲ୍ୟ ୬.୭ ପ୍ରତିଶତ ବଢ଼ିଥିଲା। କାରଣ ସୁରକ୍ଷିତ ନିବେଶ ଭାବେ ନିବେଶକ ସୁନା କ୍ରୟ କରିବାରେ ଲାଗିଛନ୍ତି.

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button