ଦେଶ- ବିଦେଶ

ମଙ୍ଗଳ ଗ୍ରହରେ ପାଦ ଥାପି ଇତିହାସ ରଚିବେ ଏଲିସା, ଏବେ ଠାରୁ ହେଲେଣି ପ୍ରସ୍ତୁତ

ଙ୍ଗଳ ଗ୍ରହରେ ପାଦ ଥାପି ଇତିହାସ ରଚିବା ପାଇଁ ଜଣେ ଯୁବତୀ ସ୍ୱପ୍ନ ଦେଖୁଛନ୍ତି । ପିଲାଦିନରୁ ଏଲିସା କାରସନ ଏଭଳି ଏକ ବଡ଼ ସ୍ୱପ୍ନ ଦେଖୁଛନ୍ତି । ସେ ଜାଣିଛନ୍ତି ଥରେ ମାର୍ସ ମିସନରେ ଯିବା ପରେ ସେ କେବେ ଆଉ ଫୃଥିବୀକୁ ଫେରିବେ ନାହିଁ । କିନ୍ତୁ ନିଜ ସ୍ୱପ୍ନକୁ ପୂରା କରିବା ପାଇଁ ସେ ଏମିତି କିଛି କରିବାକୁ ଯାଉଛନ୍ତି ।

୨୦୩୩ରେ ନାସାର ମଙ୍ଗଳ ଗ୍ରହର ପ୍ରଥମ ମିଶନର ଅଂଶ ହେବା ପାଇଁ ଏଲିସା ଏବେ ଠାରୁ ପ୍ରସ୍ତୁତ ହେଲେଣି ।

୩ ବର୍ଷରୁ ହିଁ ଏଲିସା କାର୍ସନ ମଙ୍ଗଳ ଗ୍ରହକୁ ଯିବାର ସ୍ୱପ୍ନ ଦେଖିଥିଲେ । ପିଲାବେଳୁ ହିଁ ମଙ୍ଗଳ ଗ୍ରହକୁ ନେଇ ସବୁବେଳେ ନିଜ ବାପାଙ୍କୁ ପ୍ରଶ୍ନ ପଚାରୁଥିଲେ ଏଲିସା । ବାପା ଝିଅର ସମସ୍ତ ପ୍ରଶ୍ନର ଉତ୍ତର ଦେଇ ପାରିନଥିଲେ । କିନ୍ତୁ ତାଙ୍କ ଇଚ୍ଛା ଶକ୍ତି ପାଇଁ ସେ ସାତ ବର୍ଷ ବର୍ଷ ବୟସରେ ହିଁ ପ୍ରଥମ ଥର ପାଇଁ ନାସା ସ୍ପେସ୍ କ୍ୟାମ୍ପକୁ ଯାଇଥିଲେ । ଧିରେ ଧିରେ ଏହି ଇଚ୍ଛା ଶକ୍ତି ବଢ଼ିବାଲେ ଲାଗିଲା ଏବଂ ବର୍ତ୍ତମାନ ମାର୍ସ ମିସନ ପାଇଁ ସେ ନିଜକୁ ପ୍ରସ୍ତୁତ କରୁଛନ୍ତି ।

ସେ ୧୫ ବର୍ଷ ବୟସରେ ହିଁ ମହାକାଶ ଏବଂ ମଙ୍ଗଳ ଗ୍ରହ ବିଷୟରେ ଅନୁସନ୍ଧାନ କରିବା ଆରମ୍ଭ କରିଥିଲେ । ନିୟମିତ ଭାବରେ ସ୍ପେସ୍ ସମ୍ବନ୍ଧୀୟ ଅନୁସନ୍ଧାନ ପ୍ରୋଜେକ୍ଟରେ ଭାଗ ନେଇଥିଲେ। ଜଣେ ମହାକାଶଚାରୀ ଭାବେ ମଙ୍ଗଳ ଗ୍ରହକୁ ଯିବାର ସ୍ୱପ୍ନ ତାଙ୍କୁ ଶୁଆଇ ଦେଉନି । ମଙ୍ଗଳ ମିଶନରେ ସିଲେକ୍ଟ ହେବା ପାଇଁ କାର୍ସନ ପ୍ରତ୍ୟେକ ଦିନ କଠିନ ପରିଶ୍ରମ କରୁଛନ୍ତି । ମାର୍ସ ମିସନରେ ତାଙ୍କୁ ମାସେ ସମୟ ଲାଗିପାରେ ଏବଂ ରାସ୍ତାରେ ଆହୁରି ଅନେକ ଚ୍ୟାଲେଞ୍ଜ ଆସିବ । ବର୍ତ୍ତମାନ ବୈଜ୍ଞାନିକମାନେ ମହାକାଶ ଯାତ୍ରାକୁ କିପରି ଛୋଟ କରି ହେବ ସେନେଇ କାର୍ଯ୍ୟ କରୁଛନ୍ତି । ଏହା ବ୍ୟତୀତ ଏହି ଗ୍ରହରେ ଦୀର୍ଘ ସମୟ ପର୍ଯ୍ୟନ୍ତ କିପରି ବଞ୍ଚି ହେବ ସେଥିପାଇଁ ମଧ୍ୟ ଗବେଷଣା କରୁଛନ୍ତି ବୈଜ୍ଞାନିକ । ମଙ୍ଗଳ ଗ୍ରହର ପାଣିପାଗ ମଣିଷ ଉପରେ କିପରି ପ୍ରଭାବ ପକାଇବ ଅର୍ଥାତ ମଣିଷ ମାଂସପେଶୀ ଏବଂ ହାଡ଼ର ଅବସ୍ଥା କଣ ହେବ ସେଥିପାଇଁ ମଧ୍ୟ ରିସର୍ଚ୍ଚ ଚାଲୁଛି ।

ଏଲିସା କାର୍ସନ୍ ଫ୍ଲୋରିଡା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଆଷ୍ଟ୍ରୋବାୟୋଲୋଜିରେ ଡିଗ୍ରୀ ହାସଲ କରିଛନ୍ତି । ସେ ମଙ୍ଗଳ ଏବଂ ଅନ୍ୟାନ୍ୟ ଗ୍ରହ ଉପରେ ଅନୁସନ୍ଧାନ ଜାରି ରଖିଛନ୍ତି । ଜଣେ ଆଷ୍ଟ୍ରୋବାୟୋଲୋଜର ଭାବରେ ଏଲିସା ମୁଖ୍ୟତଃ ବିଭିନ୍ନ ପ୍ରକାରର ବ୍ୟାକ୍ଟେରିଆ ଉପରେ ରିସର୍ଚ୍ଚ କରନ୍ତି । ସେ ଜାଣିବାକୁ ଚାହାଁନ୍ତି ଯେ କେଉଁ ପ୍ରଜାତିର ଜୀବ ଅନ୍ୟ ଗ୍ରହରେ ବଞ୍ଚିପାରିବେ ।

ଆଲିସାଙ୍କ କହିବା ଅନୁସାରେ ମଙ୍ଗଳ ଗ୍ରହକୁ ଯିବା ପରେ ଆମେ ଅନ୍ୟ ଗ୍ରହକୁ ମଧ୍ୟ ଆବିଷ୍କାର କରିପାରିବା । ସ୍ପେସ୍ ମିଶନକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ସମସ୍ତଙ୍କୁ ମହାକାଶକୁ ଯାତ୍ରା କରିବାର ସୁଯୋଗ ମିଳିବା ଉଚିତ୍ । ତେବେ ତାଙ୍କର ଏହି ଇଚ୍ଛା ଶକ୍ତି ପାଇଁ ସେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ତାଙ୍କର ଏଭଳି ଆଗ୍ରହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button