ଅପରାଧ

ଇନଷ୍ଟାଗ୍ରାମରୁ ପ୍ରେମ ସମ୍ପର୍କ ,ବିବାହ ପରେ ଧୋକା

ସିଭିଲ ସର୍ଭିସ ପାଇଁ ଦିଲ୍ଲୀରେ କୋଚିଂ ନେଉଥିବା ନୀଳଗିରିର ଜଣେ ଛାତ୍ରଙ୍କ ସହିତ ହରିୟାଣାର ଜଣେ ଏମସିଏ ଛାତ୍ରଙ୍କର ଇନଷ୍ଟାଗ୍ରାମରୁ ପ୍ରେମ ଆରମ୍ଭ ହୋଇଥିଲା । ଦୁହେଁ ଚଳିତ ବର୍ ପଞ୍ଚଲିଙ୍ଗେଶ୍ବର ଆସି ବିବାହ କରିଥିଲେ । ଏବେ ଛାତ୍ରୀ ଅନ୍ତଃସତ୍ତା ହେବା ପରେ ସମ୍ପୃକ୍ତ ହରିୟାଣା ଯୁବକ ଫେରାର ହୋଇଯାଇଛି । ଯୁବକର ସମ୍ପର୍କୀୟ ଭାଇକୁ ନୀଳଗିରି ପୋଲିସ ଉତ୍ତରପ୍ରଦେଶରୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ ଛାତ୍ରୀ ଜଣକ ଦିଲ୍ଲୀରେ ରହି ୟୁପିଏସସି ପାଇଁ ପ୍ରସ୍ତୁତ ହେଉଥିଲେ । ୨୦୨୦ ମସିହାରୁ ହରିୟାଣାର ଗୁରୁଗାଓଁ ଅଞ୍ଚଳରେ ଏମସିଏ ଛାତ୍ର ଉମେସ ଡାଗରଙ୍କ ସହ ଇଷ୍ଟାଗ୍ରାମ ଜରିଆରେ ବନ୍ଧୁତା ହୋଇଥିଲା । ଦୀର୍ଘ ୪ ବର୍ଷ ଧରି ସେମାନେ ସମ୍ପର୍କରେ ରହିଥିଲେ । ତେବେ ବିବାହ ପରେ ଛାତ୍ରୀ ଜଣକ ୨ ମାସର ଅନ୍ତଋସତ୍ତ୍ବା ଥିବା ଜାଣି ଯୁବକ ତାଙ୍କୁ ନାନାଦି ପ୍ରକାର ମାନସିକ ଯନ୍ତ୍ରଣା ଦେଉଥିଲେ । ଏହି ସମ୍ପର୍କରେ ନିଳଗିରି ପୋଲିସ ରିପୋର୍ଟ ପାଇବା ପରେ ଆକ୍ସନ ନେବା ସହ ୟୁପିର ସମ୍ପର୍କୀୟ ଭାଇକୁ ଗିରଫ କରିଛି । ସେପଟେ ଫେରାର ରହିଛି ଅଭିଯୁକ୍ତ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button