ରାଜ୍ୟ

କାଲିସୁଦ୍ଧା ଡେଣ୍ଟାଲ ସର୍ଜନ ର ମେଧା ତାଲିକା ଦାଖଲ । ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଡେଣ୍ଟାଲ ସର୍ଜନ ନିଯୁକ୍ତି ଅନିୟମିତତା ମାମଲାରେ ହାଇକୋର୍ଟରେ ସଂଶୋଧିତ ମେଧା ତାଲିକା ଦାଖଲ । ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେଲେ ଓପିଏସସି ସଚିବ । ଆସନ୍ତାକାଲି ସୁଦ୍ଧା ଓପିଏସସି ୱେବସାଇଟରେ ପ୍ରଦର୍ଶନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ପୂର୍ବ ତାଲିକା ଅନୁଯାୟୀ କାହାକୁ ନିଯୁକ୍ତି ଦିଆଯାଇଛି ସେନେଇ ତଥ୍ୟ ଲୋଡ଼ିଛନ୍ତି ହାଇକୋର୍ଟ । ନିଯୁକ୍ତି    ତଥ୍ୟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ରହିଛି । ଆସନ୍ତା ଗୁରୁବାର ପରବର୍ତ୍ତୀ ଶୁଣାଣି ହେବ ।ପୂର୍ବରୁ ଗତ ୨୦ ତାରିଖ ଦିନ ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମେରିଟ ଲିଷ୍ଟ ଦାଖଲ କରିବାରେ ଓପିଏସସି ବିଫଳ ହେବାରୁ ଓଡିଶା ଲୋକସେବା ଆୟୋଗ ଉପରେ ବର୍ଷିଥିଲେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ । ଏହି ପରୀକ୍ଷାର ସଂପୂର୍ଣ୍ଣ ମେରିଟ ଲିଷ୍ଟ ସହିତ ଅଧ୍ୟକ୍ଷ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ୨୦୧୭/୧୮ ମସିହାରେ ଓପିଏସସି ପକ୍ଷରୁ ହୋଇଥିବା ଡେଣ୍ଟାଲ ସର୍ଜନ ନିଯୁକ୍ତିରେ ଅନିୟମିତତା ନେଇ ଏକ ମାମଲା ହୋଇଥିଲା । ଡେଣ୍ଟାଲ ସର୍ଜନ ପାଇଁ ପରୀକ୍ଷା ହେବା ପରେ ଓପିଏସସି ଉତ୍ତର କପି ପ୍ରକାଶ କରିଥିଲା । କିନ୍ତୁ ଏହି ଉତ୍ତର କପି ତ୍ରୁଟି ଥିବା ୬ ଜଣ ଆଶାୟୀ ଓପିଏସସି ନିକଟରେ ଅଭିଯୋଗ କରିଥିଲେ । ଏହାପରେ ଓପିଏସସି ଏକ୍ସପର୍ଟ କମିଟି କରି ରିଭ୍ୟୁ କରିଥିଲା ।୨୦୨୦ରେ ଏକ୍ସପର୍ଟ କମିଟି ଓପିଏସସିକୁ ରିପୋର୍ଟ ଦେଇଥିଲେ। ସେଥିରେ ୧୨ ଟି ପ୍ରଶ୍ନର ଉତ୍ତର ତ୍ରୁଟି ଥିବା ଦର୍ଶାଯାଇଥିଲା । ଏହାପରେ ଓପିଏସସି ପୁନଃ ମେରିଟ ଲିଷ୍ଟ କରିଥିଲେ। ଯେଉଁଥିରେ ବଞ୍ଚିତ ଥିବା ଜଣେ ମାତ୍ର ଆଶାୟୀ ଯୋଗ୍ୟ ବିବେଚିତ ହୋଇଥିଲେ । ଏହାକୁ ଚାଲେଞ୍ଜ କରି ହାଇକୋର୍ଟରେ ଡାକ୍ତର ସଞ୍ଜୟ କୁମାର ପଣ୍ଡା ଓ ଡାକ୍ତର ଅନୀଲ କୁମାର ସାହୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଓ ଜଷ୍ଟିସ ସାବିତ୍ରୀ ରଥଙ୍କ ଖଣ୍ଡପୀଠ ଓପିଏସସିର ସଂପୂର୍ଣ୍ଣ ମେରିଟ ଲିଷ୍ଟ ମଗାଇଥିଲେ କିନ୍ତୁ ତାହା ଦେବାରେ ସକ୍ଷମ ହୋଇ ନଥିଲା ଓପିଏସସି । ଫଳରେ ଭୀଷଣ ବିରକ୍ତ ପ୍ରକାଶ କରିଥିଲେ ମୁଖ୍ୟ ବିଚାରପତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button