ଜ୍ବାଇଁର ଆକ୍ରମଣରେ ଶାଶୁ ଓ ଶାଳୀ ଗୁରୁତର, ଅଭିଯୁକ୍ତ ଗିରଫ – Kalinga News

[ad_1]
ରାୟଗଡା: ନିଜ ଶାଶୁ ଓ ଶାଳୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ଜ୍ୱାଇଁ ଗିରଫ। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଥାନା ଅନ୍ତର୍ଗତ ପୈାରାଂଚଳର ଚେକାଗୁଡା ଗ୍ରାମରେ। ଗୁରୁତର ଆହାତ ହୋଇଥିବା ଶାଶୁ ପାର୍ବତୀ ଝୋଡିଆ ଏବଂ ଶାଳୀ ବାସନ୍ତି ଝୋଡିଆଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିବା ବେଳେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି। ଘଟଣାରେ ଆକ୍ରମଣକାରୀ ଜ୍ୱାଇଁ ଦିଲେଶ୍ୱର ବାଲାସା(୩୨)କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏ ନେଇ ରାୟଗଡା ଥାନା ଅଧିକାରୀ କମଳକାନ୍ତ ବସନ୍ତ କୁମାର କହଁରଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ଚେକାଗୁଡା ଗ୍ରାମରେ ଡିଲେଶ୍ୱର ଓ ତାଙ୍କ ସ୍ତ୍ରୀ ଭାରତୀ ବାଲାସା ରହି ଆସୁଥିବା ବେଳେ ଅନେକାଂଶ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା, ଯାହାକୁ ନେଇ ଗ୍ରାମର ଭଦ୍ରବ୍ୟକ୍ତି ଏବଂ ଉଭୟଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଦୁହିଁଙ୍କ ମଧ୍ୟରେ ଛାଡପତ୍ର ଦିଆଯିବାର ନିଷ୍ପତ୍ତି ହୋଇଥିଲା। ଫଳରେ ସ୍ତ୍ରୀ ଭାରତୀ ସ୍ୱାମୀ ଦିଲେଶ୍ୱରଙ୍କୁ ଛାଡି ଉକ୍ତ ଗ୍ରାମରେ ରହୁଥିବା ନିଜ ମା’ ଓ ଉଭଣୀଙ୍କ ଘରେ ଆଶ୍ରୟ ନେଇଥିଲେ।
ଗତକାଲି ଭାରତୀ ଓ ତାଙ୍କ ଭଉଣୀ ବାସନ୍ତି ମିଶି ଛାଡପତ୍ର ନିମନ୍ତେ ଆଇନ ପରାମର୍ଶଦାତାଙ୍କ ନିକଟକୁ ଯାଇ ରାତ୍ର ସମୟରେ ଫେରିଥିଲେ। ଉକ୍ତ ସମୟରେ ଦିଲେଶ୍ୱର ମଦପ୍ୟ ଅବସ୍ଥାରେ ଶାଶୁଙ୍କ ଘରକୁ ଯାଇ ଶାଳୀ ବାସନ୍ତୀ ଓ ଶାଶୁ ପାର୍ବତୀଙ୍କୁ ଅତର୍କିତ ଆକ୍ରମଣ କରି ସେଠାରୁ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରୁ ଗ୍ରାମବାସୀମାନେ ଗୁରୁତର ଅବସ୍ଥାରେ ପାର୍ବତୀ ଓ ବାସନ୍ତୀଙ୍କୁ ଉଦ୍ଧାର କରିଥିବା ବେଳେ ତୁରନ୍ତ ପୁଲିସଙ୍କୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ ପଂହଚି ତଦନ୍ତ ଆରମ୍ଭ କରିଥିବା ବେଳେ ଫେରାର୍ ଡିଲେଶ୍ୱରକୁ ଖୋଜି ବାହାର କରିଥିଲେ।ଏ ନେଇ ରାୟଗଡା ଥାନାରେ ଏକ ଲିଖିତ ଅଭିଯୋଗ ପରେ ଅଭିଯୁକ୍ତ ଦିଲେଶ୍ୱରକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।
[ad_2]




