ସାଇକଲ ଚାଳକଙ୍କଠାରୁ ୨୨ ହଜାର ଲୁଟ୍ ଘଟଣା: ୪ ଲୁଟେରା ଗିରଫ, ୨ବାଇକ, ୧୧୪୫୦ ଟଙ୍କା ଜବତ – Kalinga News

[ad_1]
ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିନ୍ଦୂରପୁର ଗାଁ ନିକଟରେ ଗତ ୨୩ ତାରିଖ ଭୋର୍ରେ କିଷନ କୁମାର ନାମକ ଜଣେ ସାଇକଲ ଚାଳକଙ୍କଠାରୁ ୨୨ ହଜାର ଟଙ୍କା ଲୁଟ୍ ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ ବିନିକା ଥାନା ପୁଲିସ ଏକ ମାମଲା ରୁଜୁ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିନିକା ଥାନା ଅନ୍ତର୍ଗତ ବିଶାଳପାଲି ଗାଁର ଗୋପାଳ କିଶୋର ଛତ୍ର (୩୨), ଫୁଲମୁଠିର ସୁନୀଳ ଛତ୍ରୀଆ (୨୫), ଡଭଲାର ଯୋଗେଶ ସୁନା (୩୦) ଓ ଜଣେ ନାବାଳକ। ସେମାନଙ୍କଠାରୁ ୨ଟି ବାଇକ୍ (ଓଡି ୧୫ଜି ୩୦୩୩ ଏବଂ ଓଡି ୩୧ ଇ ୪୮୪୪) ସହ ୧୧୪୫୦ ଟଙ୍କା ଜବତ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏନେଇ ବିନିକା ଥାନାରେ ଏସ୍ପି ୟଶପ୍ରତାପ ଶ୍ରୀମଲ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପରେ ଅଭିଯୁକ୍ତମାନଙ୍କୁ ବିନିକା କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ୩ ଜଣଙ୍କୁ ସୋନପୁର ଜେଲ୍ ହାଜତକୁ ପଠାଯାଇଥିଲା। ସେହିପରି ନାବାଳକୁ ବୌଦ୍ଧକୁ ପଠାଯାଇଥିବା ପୁଲିସ ସୂଚନା ଦେଇଛି। ସାମ୍ବାଦିକ ସମ୍ମିଳନୀରେ ସୋନପୁର ଏସ୍ଡିପିଓ ପ୍ରତାପ ତ୍ରିପାଠୀ, ଆଇଆଇସି ସାରଙ୍ଗଧର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନା ଅନୁସାରେ, ଗତ ୨୩ ତାରିଖ ଦିନ ବିହାରର ମୂଳବାସିନ୍ଦା କିଷନ କୁମାର ସାଇକଲ ଯୋଗେ ଯାଉଥିବା ବେଳେ ଲୁଟେରାମାନେ ତାଙ୍କୁ ଅଟକାଇ ଉକ୍ତ ଟଙ୍କା ଲୁଟି ନେଇଥିଲେ। ଏନେଇ କିଷନନ ବିନିକା ଥାନା ଲିଖିତ ଅଭିଯୋଗ କରିଥିଲେ।
[ad_2]




