ରାଜ୍ୟ

ନଦୀକୁ ଗାଧୋଇକୁ ଯାଇ ପାଣିରେ ବୁଡ଼ି ଦୁଇ ମୃତ

ବାନୀପାଟଣା/ନର୍ଲା : ନଦୀକୁ ଗାଧୋଇକୁ ଯାଇ ପାଣିରେ ବୁଡ଼ି ଦୁଇ ଯୁବତୀଙ୍କର ମୃତ୍ୟୁ ଘଟିଛି । ସେମାନେ ହେଲେ ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ପଞ୍ଚାୟତର ବିଲାଟ ଗାଁର ନେନା ଦୁର୍ଗା (୧୯) ଏବଂ ରିଙ୍କି ହରିଜନ (୧୬)। ଆଜି ସକାଳେ ଗାଁ ନିକଟସ୍ଥ ସାନ୍ଦୁଲ ନଦୀକୁ ଗାଧୋଇକୁ ଯାଇ ନଦୀରେ ବୁଡ଼ି ଯାଇଥିଲେ। ଖବର ପାଇଁ ନର୍ଲା ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ନଦୀରୁ ମୃତଦେହ ଉଦ୍ଧାର କରିଥିଲେ ।

ନେନା, ରିଙ୍କି ସକାଳ ୯ଟା ସମୟରେ ଦୁଇ ଜଣ ନିଜ ଘରେ ଗାଧୋଇବାକୁ ଯାଉଛୁ କହିଥିଲେ। ଘରୁ ବାହାରି ବିରାଟ ଗ୍ରାମକୁ ଲାଗିଥିବା ସାନ୍ଦୁଲ ନଦୀକୁ ଯାଇଥିଲେ। ଦୁଇଜଣ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜିବାକୁ ଯାଇଥିଲେ। ଦୁଇ ଜଣ ପାଣିରେ ବୁଡି ଯାଇଥିବା ଜଣାପଡିଥିଲା । ଘଟଣାସ୍ଥଳରେ ନର୍ଲା ପୁଲିସ ଓ ଅଗ୍ନିଶମ ବିଭାଗ ପହଁଚି ମୃତ ଶରୀରକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ମ. ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠେଇଥିଲେ। ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button