ରାଜ୍ୟ

ଜନ୍ମ ବାର୍ଷିକୀରେ ମିସାଇଲ ମ୍ୟାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ତ୍ରପୁର : ଆଜି ଭାରତ ରତ୍ନ ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ଡ଼ଃ ଏପିଜେ. ଅବଦୁଲ କାଲାମଙ୍କ ୯୩ ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ଛତ୍ରପୁରଠାରେ ମିସାଇଲ ମ୍ୟାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି ପାପା ରାଓ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ ପୁରୁଣା ଥାନା ସମ୍ମୁଖରେ ଥିବା ଏ.

ପି. ଜେ. ଅବଦୁଲ କାଲାମଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ।ଭାରତରେ କ୍ଷେପାଣାସ୍ତ୍ର କାର୍ଯ୍ୟକ୍ରମକୁ ସଫଳତାର ଶିଖରରେ ପହଞ୍ଚାଇବାରେ କଲାମଙ୍କ ଯୋଗଦାନ ଅତୁଳନୀୟ। ୧୯୩୧ ମସିହା ଆଜିର ଦିନରେ ସେ ଜନ୍ମଗ୍ରହଣ କରିଥିଲେ।

ରାଧେଶ୍ୟାମ ଫାଉଣ୍ଡେସନ୍ ଏଣ୍ଡ ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ସଭାପତି ତଥା ୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର ଙ୍କ ପୌରହିତ୍ୟ ରେ ସ୍ବର୍ଗତ ଡ଼ଃ ଏ. ପି. ଜେ. ଅବଦୁଲ କାଲାମଙ୍କ ୯୩ ତମ ଜନ୍ମ ବାର୍ଷିକୀ ମହା ସମାରୋହରେ ପାଳିତ ହୋଇଛି। କାଉନସିଲର ପ୍ରିତିଛନ୍ଦା ସାମଲ, ଟ୍ରଷ୍ଟ ର ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ଉପଦେଷ୍ଟା ଡ଼ଃ ପ୍ରଶାନ୍ତ କୁମାର ଶତପଥୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଅବଦୁଲ କଲାମ ଙ୍କ ସ୍ମୃତି ଚାରଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button