ରାଜ୍ୟ

ଛତିଶଗଡ଼ରେ ଏନକାଉଣ୍ଟର ପରେ ଚାଲିଛି ସର୍ଚ୍ଚ ଅପରେସନ, ନିହତ ମାଓବାଦୀଙ୍କ ସଂଖ୍ୟା ୪୦କୁ ବୃଦ୍ଧି

ମାଲକାନଗିରି: ଛତିଶଗଡ଼ରେ ବଡ଼ ଏନକାଉଣ୍ଟର ପରେ ଚାଲିଛି ସର୍ଚ୍ଚ ଅପରେସନ। ନିହତ ମାଓବାଦୀଙ୍କ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି । ଛତିଶଗଡ଼ ନାରାୟଣପୁର ଜିଲ୍ଲାର ଆବୁଝମାଡ଼ ଜଙ୍ଗଲରେ ଗତକାଲି ବଡ଼ ଧରଣର ଏନକାଉଣ୍ଟର ହୋଇଥିଲା । ଏଥିରେ ୪୦ ଜଣ ମାଓବାଦୀ ନିହତ ହୋଇଛନ୍ତି। ଘଟଣା ସ୍ଥଳରୁ AK47 ,SLR ଭଳି ବନ୍ଧୁକ ସହ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ ହୋଇଛି ।

ମାଓବାଦୀଙ୍କ ଗୁଳିରେ ଜଣେ ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଯବାନ ଙ୍କୁ ରାୟପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ମେଡିକାଲରେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ଭେଟିଛନ୍ତି ।

ଦାନ୍ତେୱାଡା ଏବଂ ନାରାୟଣପୁର ଜିଲ୍ଲା ପୋଲିସର ମିଳିତ ଅପରେସନ ବେଳେ ବଡ଼ ସଫଳତା ମିଳିଛି । STF ଏବଂ DRG ଯବାନ ଙ୍କ ଅପରେସନରେ ସଫା ହୋଇଛନ୍ତି ୪୦ ମାଓବାଦୀ । ଏହି ମାଓ ଦମନ ଅପରେସନକୁ ନେତୃତ୍ୱ ଦେଇଥିଲେ ନାରାୟଣପୁର SP ପ୍ରଭାତ କୁମାର ଏବଂ ବସ୍ତର IG ପି ସୁନ୍ଦର ରାଜ । ମାଓ ଦମନ ଅପରେସନ ବେଳେ ବିଜାପୁର ଜିଲ୍ଲାରେ ଥିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଵ ସାୟ । ଅପରେସନ ନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଥିଲା । ଚଳିତ ବର୍ଷ ଛତିଶଗଡ଼ରେ ୨୦୦ ମାଓବାଦୀ ନିପାତ ହେଲେଣି । ୧୫୦୦ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏପ୍ରିଲ ୧୬ ତାରିଖରେ କାଙ୍କେର ଜିଲ୍ଲାରେ ପୋଲିସ ସହ ଗୁଳି ବିନିମୟରେ ୨୯ ଜଣ ମାଓବାଦୀ ନିହତ ହୋଇଥିଲେ । ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀ ମୂଳପୋଛ ହେବେ ବୋଲି କିଛି ଦିନ ପୂର୍ବରୁ କହିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

Related Articles

Leave a Reply

Your email address will not be published. Required fields are marked *

Back to top button