ରାଜ୍ୟ

କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ନିକଟ ଭେଣ୍ଡିଂ ଦୋକାନରେ ଚଢାଉ

କଟକ: ଭେଣ୍ଡିଂ ଦୋକାନରେ ସିଏମସିର ଚଢାଉ। କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ନିକଟ ସିଏମସି ଭେଣ୍ଡିଂ ଦୋକାନରେ ଏହି ଚଢ଼ାଉ କରାଯାଇଛି। ରାସ୍ତାକଡ ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି ଅଭିଯୋଗରେ ସିଏମସି ଏନଫୋର୍ସମେଣ୍ଟ ଟିମ ଚଢାଉ କରିଛନ୍ତି। ରାସ୍ତା କଡରେ ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ ହେଉଥିଲା।

ସିଏମସି ଖାଦ୍ୟ ସୁରକ୍ଷା ଅଧିକାରୀ, ଫୁଡ଼ ଇନ୍ସପେକ୍ଟର ଚଢ଼ାଉ କରି ୩ଟି ଦୋକାନକୁ ସିଲ୍ କରିଛନ୍ତି।

ଦୋକାନନୀଙ୍କ ନିକଟରେ ଆବଶ୍ୟକୀୟ ଫୁଡ଼ ଲାଇସେନ୍ସ ନଥିବାରୁ ଜୋରିମାନା ମଧ୍ୟ ଆଦାୟ କରାଯାଇଛି। ସିଏମସି ଖାଦ୍ୟ ସୁରକ୍ଷା ଅଧିକାରୀ ରଶ୍ମିତା ବେହେରା କହିଛନ୍ତି, କ୍ୟାନ୍ସର ହସ୍ପିଟାଲ ମୁଖ୍ୟ ଫାଟକ ନିକଟରେ ଥିବା ସିଏମସିର ଭେଣ୍ଡିଙ୍ଗ ଜୋନକୁ ଖାଇବା ବ୍ୟବସାୟୀ ସଠିକ୍‌ ଭାବେ ବ୍ୟବହାର କରୁନାହାଁନ୍ତି। ଏନେଇ ପୂର୍ବରୁ ମଧ୍ୟ ବ୍ୟବସାୟୀମାନଙ୍କୁ ଏଭଳି କାର୍ଯ୍ୟରୁ ନିବୃତ ରହିବା ପାଇଁ କୁହାଯାଇଥିଲା ମାତ୍ର ସେମାନେ ଏହାର ପାଳନ କରି ନଥିବାରୁ ସିଏମସିର ଏନଫୋର୍ସମେଣ୍ଟ ଟିମ ଚଢ଼ାଉ କରିଛନ୍ତି। ଅସ୍ୱାସ୍ଥ୍ୟକର ବାତାବରଣ ମଧ୍ୟରେ ରୋଷେଇ, ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ସେହି ଖାଦ୍ୟ ବିକ୍ରି କରିବା ନିୟମ ବିରୁଦ୍ଧ କେବଳ ପର୍ସଲ ଖାଦ୍ୟ ହିଁ ବିକ୍ରି ହେଇ ପାରିବ। ତେଣୁ ଏହି ଅଂଚଳରେ ଥିବା ସମସ୍ତ ଭେଣ୍ଡିଙ୍ଗ ଜୋନକୁ ଯାଞ୍ଚ କରିବା ସହ ଅନେକ ବ୍ୟବସାୟୀଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି ଓ ଅନେକ ଦୋକାନ ମଧ୍ୟ ସିଲ୍‌ କରାଯାଇଛି। କିଛି ଦିନ ମଧ୍ୟରେ ଏଠାରେ ଖୋଲା ସ୍ଥାନରେ ଜରିପାଲ ଟାଣି ଅନେକ ହୋଟେଲ ବ୍ୟବସାୟୀ ବ୍ୟବସାୟ କରୁଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button