ଦେଶ- ବିଦେଶ

ଶାରଦୀୟ ନବରାତ୍ରିର ତୃତୀୟ ଦିନରେ ମା’ ଚନ୍ଦ୍ରଘଣ୍ଟାଙ୍କୁ କରାଯାଏ ପୂଜା, ଜାଣନ୍ତୁ କେମିତି କରିବେ ଉପାସନା

ଶାରଦୀୟ ନବରାତ୍ରିର ତୃତୀୟ ଦିନରେ ମା’ ଚନ୍ଦ୍ରଘଣ୍ଟାକୁ ପୂଜା କରାଯାଏ । ମା’ଙ୍କୁ ପୂଜା କରିବା ଦ୍ୱାରା ଭୟରୁ ମୁକ୍ତି ଏବଂ ଅପାର ସାହସ ପ୍ରାପ୍ତ କରିବାକୁ ହୋଇଥାଏ । ଚନ୍ଦ୍ରଘଣ୍ଟା ମା’ଙ୍କର ତୃତୀୟ ସ୍ୱରୂପ । ଏହି ଦିନରେ ମା’ ଚନ୍ଦ୍ରଘଣ୍ଟାଙ୍କ ସ୍ୱରୂପକୁ ଉପାସନା କରାଯାଏ । ଏହି ଦେବୀଙ୍କ ମୁଣ୍ଡରେ ଘଣ୍ଟାର ଆକାର ଚନ୍ଦ୍ରମା ରହିଥାଏ ।

ଏଥିପାଇଁ ତାଙ୍କୁ ଚନ୍ଦ୍ରଘଣ୍ଟା କୁହାଯାଏ । ମା’ଙ୍କ ଦଶହାତରେ ଅସ୍ତ୍ରଶସ୍ତ୍ର ଏବଂ ହାତର ମୁଦ୍ରାଗୁଡିକ ଯୁଦ୍ଧ ମୁଦ୍ରାରେ ରହିଥାଏ । ମା’ ଚନ୍ଦ୍ରଘଣ୍ଟା ତନ୍ତ୍ର ସାଧନାରେ ମଣିପୁର ଚକ୍ରକୁ ନିୟନ୍ତ୍ରିତ କରିଥାନ୍ତି । ଜ୍ୟୋତିଷରେ ଏହାର ସମ୍ବନ୍ଧ ମଙ୍ଗଳ ଗ୍ରହ ସହିତ ରହିଥାଏ । ତେଣୁ ମା’ଙ୍କ ତୃତୀୟ ସ୍ୱରୂପର ଉପାସନା ଆଜି କରାଯିବ ।

ମା’ ଚନ୍ଦ୍ରଘଣ୍ଟାଙ୍କ ପୂଜାବିଧି :

ମା’ ଚନ୍ଦ୍ରଘଣ୍ଟାଙ୍କ ପୂଜା ଲାଲ ବସ୍ତ୍ର ଧାରଣ କରିବାର ଶ୍ରେଷ୍ଠ ହୋଇଥାଏ । ମା’ଙ୍କୁ ଲାଲ ଫୁଲ, ରକ୍ତ ଚନ୍ଦନ ଏବଂ ଲାଲା ଓଢଣୀ ସମର୍ପିତ କରିବା ଉତ୍ତମ ହୋଇଥାଏ । ଏହାର ପୂଜା ମଣିପୁର ଚକ୍ରକୁ ମଜବୁତ କରିଥାଏ । ଏହିଦିନ ପୂଜାରୁ ଭୟ ନାଶ ହୋଇଥାଏ । ଯଦି ଏହିଦିନ ପୂଜାରୁ କିଛି ଅଦ୍ଭୁତ ସିଦ୍ଧି ଭଳି ଅନୁଭୂତ ହୁଏ ତେବେ ସେଥିରେ ଧ୍ୟାନ ନ ଦେଇ ସାଧନା କରିବା ଉଚିତ ।

ମା’ଙ୍କ ପୂଜା କରିବା ପାଇଁ ବ୍ରହ୍ମମୁହୂର୍ତ୍ତରୁ ଉଠି ସ୍ନାନ କରିବା ପରେ ପୂଜା କରନ୍ତୁ ।
ଏହାପରେ ଶୁଦ୍ଧ ଜଳ ଏବଂ ପଞ୍ଚାମୃତରେ ମା’ଙ୍କୁ ସ୍ନାନ କରାନ୍ତୁ ।
ବିଭିନ୍ନ ପ୍ରକାର ଫୁଲ, ଫଳ, ଅକ୍ଷତ, କୁକୁମ, ସିନ୍ଦୁର ଅର୍ପଣ କରନ୍ତୁ ।
କେସର କ୍ଷୀରରେ ମିଠା କିମ୍ବା ଖିରି ମାଙ୍କୁ ଭୋଗ ଲଗାନ୍ତୁ ।
ଶେଷରେ ମା’ଙ୍କ ଆରତୀ କରନ୍ତୁ ।
ମଣିପୁର ଚକ୍ର ଦୁର୍ବଳ ହେବା ଯୋଗୁଁ ବ୍ୟକ୍ତି ମନରେ ସାହସ ରହେ ନାହିଁ । ଭିତରେ ଥିବା ଭୟ ସବୁବେଳେ ଆସିଥାଏ । ମନୁଷ୍ୟ ଅନ୍ତରରେ ତୃଷ୍ଣା ଏବଂ ମୋହ ଉତ୍ପନ୍ନ କରିଥାଏ । ଈର୍ଷା, ଘୃଣା ଏବଂ ଲଜା ଭାବ ମଧ୍ୟ ଆସିଥାଏ । ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇଁ ମଧ୍ୟରାତ୍ରୀରେ ଲାଲ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ। ପ୍ରଥମେ ନିଜ ଗୁରୁଙ୍କୁ ପ୍ରଣାମ କରି ମା’ ଦୁର୍ଗାଙ୍କ ସାମ୍ନାରେ ଦୀପ ଜଳାନ୍ତୁ । ଦୁର୍ଗା କବଚକୁ ବିଧିବିଧାନ ଅନୁଯାୟୀ ପାଠ କରନ୍ତୁ। ଯଦି ସମ୍ଭବ ହୁଏ ତେବେ ନିର୍ବାଣ ମନ୍ତ୍ର ଯଥାଶକ୍ତି ଜପ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button