ରାଜ୍ୟ

ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି, ସିଂହଦ୍ୱାରରେ ଇନ୍ଦ୍ର ହାତୀ ପ୍ରସ୍ତାବ ସମ୍ପନ୍ନ

ପୁରୀ,୧୯/୦୯: ଭାଦ୍ରବ ପୂର୍ଣ୍ଣିମା ବୁଧବାର ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି ଅନୁଷ୍ଠିତ ହୋଇଛି । ଠାକୁରଙ୍କ ସନ୍ଧ୍ୟା ଆଳତି ସରିବା ପରେ ଏହି ସ୍ୱତନ୍ତ୍ର ନୀତି ବଢିଥିଲା । ଶ୍ରୀବିଗ୍ରହଙ୍କ ସନ୍ଧ୍ୟା ଆଳତି ବେଳେ ମହାପ୍ରଭୁଙ୍କୁ ଆଜ୍ଞାମାଳ ଲାଗି ହୋଇଥିଲା । ଦକ୍ଷିଣ ଘର ଭୋଗ ସରିବା ପରେ ଶ୍ରୀଦୋଳଗୋବିନ୍ଦଙ୍କୁ ମହାଜନମାନେ ସିଂହାସନରେ ବିଜେ କରାଇଥିଲେ ।

ପୂଜାପଣ୍ଡା ସାଆନ୍ତ ଆଜ୍ଞାମାଳ ଦେବା ପରେ ଶ୍ରୀଦୋଳଗୋବିନ୍ଦଙ୍କୁ ବଟମୂଳେ ଥିବା ପାଲିଙ୍କିରେ ବିଜେ କରାଗଲା । ବିମାନବଡ଼ୁ ସେବକମାନେ ଘଣ୍ଟଘଣ୍ଟା, କାହାଳୀ ସହ ପାଲିଙ୍କି ନେଇ ସିଂହଦ୍ୱାର ପାଶ୍ୱର୍ରେ ପହଞ୍ଚିଥିଲେ । ଠାକୁରଙ୍କୁ ଶୀତଳ ଭୋଗ ଅର୍ପଣ ପରେ ଇନ୍ଦ୍ର, ଚନ୍ଦ୍ର ଓ ଗୋବିନ୍ଦଙ୍କୁ ବନ୍ଦାପନା କରାଯାଇଥିଲା । ହରଚଣ୍ଡୀ ସାହିରୁ ଇନ୍ଦ୍ର ହାତୀ ବାହାରି ସିଂହଦ୍ୱାରେ ପହଞ୍ଚିଥିଲା ।

ଦୁଇଜଣ ବେଶଧାରୀ ଇନ୍ଦ୍ର ଓ ଚନ୍ଦ୍ର ରହିଥାନ୍ତି । ସେଠାରେ ଇନ୍ଦ୍ର ହାତୀ ପ୍ରସ୍ତାବ ହୋଇଥିଲା । ଏହାପରେ ଶ୍ରୀଦୋଳଗୋବିନ୍ଦ ବଡ଼ଦେଉଳକୁ ବାହୁଡ଼ା ବିଜେ କରିଥିଲେ । ଦର୍ଶନାର୍ଥୀମାନେ ଠାକୁରଙ୍କ ଏହି ଦିବ୍ୟ ନୀତି ଦେଖିବାର ସୌଭାଗ୍ୟ ଲଭିଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button