ବେସନକୁ ଉପଯୋଗ କରି ଘରେ ପ୍ରସ୍ତୁତ କରନ୍ତୁ ଏହି ୬ ପ୍ରକାର ଫେସ୍ପ୍ୟାକ୍, ବ୍ରଣଠାରୁ ଆରମ୍ଭ କରି ଟ୍ୟାନିଂ, ସବୁକିଛି ଦୂର ହୋଇଯିବ

ଚେହେରାର ସୁନ୍ଦରତା ବଢ଼ାଇବା ପାଇଁ ଆଗେ ମହିଳାମାନେ ବେସନର ଉପଯୋଗ କରୁଥିଲେ। ଏହା କେବଳ ଏକ ଖାଦ୍ୟ ସାମଗ୍ରୀ ନୁହେଁ, ବରଂ ସୌନ୍ଦଯ୍ୟର୍ ପାଇଁ ବେଶ୍ ଲାଭଦାୟକ ହୋଇଥାଏ। ସମସ୍ତଙ୍କ ରୋଷେଇ ଘରେ ଏହା ସହଜରେ ମିଳିଯାଇଥାଏ। ତ୍ୱଚାର ରୁକ୍ଷପଣ, ବ୍ରଣ, ତୈଳାକ୍ତ ଅଂଶକୁ ଦୂର କରିବାରେ ବେସନ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ମୁହଁରେ ବେସନର ପ୍ୟାକ୍ ଲଗାଇ କିପରି ଆପଣ ସୌନ୍ଦଯ୍ୟର୍କୁ ଦୁଇଗୁଣିତ କରିପାରିବେ, ସେ ବିଷୟରେ ଆଜି ଆମେ କେତେକ ଟିପ୍ସ ଦେବାକୁ ଯାଉଛୁ। ଆସନ୍ତୁ ଜାଣିବା।

୧. ବ୍ରଣ
ବେସନରେ କ୍ଷୀର, ଚନ୍ଦନ ପାଉଡର ଓ ହଳଦୀ ମିଶାଇ ୧୦ ମିନିଟ୍ ପାଇଁ ଚେହେରାରେ ଲଗାନ୍ତୁ। ଏହାପରେ ସ୍ୱଚ୍ଛ ପାଣିରେ ମୁହଁ ଧୋଇ ଦିଅନ୍ତୁ।
୨. ତୈଳାକ୍ତ ତ୍ୱଚା
ବେସନରେ ଦହି ଏବଂ ଗୋଲାପଜଳ ମିଶାଇ ଚେହେରାରେ ଲଗାନ୍ତୁ।

୩. ଲୋମଛିଦ୍ର ଦୂର କରିବା ପାଇଁ
ବେସନରେ କାକୁଡ଼ି ରସ ମିଶାଇ ଏହାକୁ ଫେସ୍ପ୍ୟାକ୍ ଭଳି ଉପଯୋଗ କରନ୍ତୁ। ଶୁଖିବା ପରେ ଥଣ୍ଡା ପାଣିରେ ମୁହଁ ଧୁଅନ୍ତୁ।
୪. ଟ୍ୟାନିଂ
୪ଟି ବାଦାମ, ୧ ଚାମଚ କ୍ଷୀର, ୧ ଚାମଚ ଲେମ୍ବୁ ରସ ଏବଂ ବେସନ ମିଶାଇ ମୁହଁରେ ୩୦ ମିନିଟ୍ ଯାଏ ଲଗାଇ ରଖନ୍ତୁ। ଏହାପରେ ମୁହଁ ଧୋଇ ଦିଅନ୍ତୁ।

୫. ରୁକ୍ଷପଣ
ବେସନରେ ମଲେଇ କିମ୍ବା କ୍ଷୀର, ହଳଦୀ, ମହୁକୁ ମିଶାଇ ୧୫ରୁ ୨୦ ମିନିଟ୍ ପାଇଁ ଚେହେରାରେ ଲଗାନ୍ତୁ। ଶୁଖିବା ପରେ ହାଲୁକା ଗରମ ପାଣିରେ ମୁହଁ ଧୁଅନ୍ତୁ।
୬. ବେକରୁ ମଇଳା ସଫା କରିବା ପାଇଁ
ବେସନରେ ହଳଦୀ ଓ କ୍ଷୀର ମିଶାଇ ବେକରେ ଲଗାନ୍ତୁ। ଏହାପରେ ରାଶି ତେଲ ନେଇ ସେହି ସ୍ଥାନରେ ମସାଜ୍ କରନ୍ତୁ। ଏହାପରେ ଟାେଓ୍ଵଲରେ ଭଲ ଭାବେ ପୋଛି ଦିଅନ୍ତୁ।




