ରାଜ୍ୟ

ସାହାଯ୍ୟ ଆଳରେ ମହିଳାଙ୍କଠୁ ଲୁଟିଲେ ‘ସୁଭଦ୍ରା’ ଟଙ୍କା

ଣ୍ଡାରିପୋଖରୀ,୧୯/୦୯: ରାଜ୍ୟରେ ସୁଭଦ୍ରା ଟଙ୍କା ଉଠାଣକୁ ନେଇ ଉତ୍ସାହ ଥିବାବେଳେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଉତ୍ତରବାଡ଼ ଗ୍ରାମର ଜଣେ ମହିଳାଙ୍କଠାରୁ ବୁଧବାର ସୁଭଦ୍ରା ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ସାହାଯ୍ୟ ଆଳରେ ଦୁଇ ଜଣ ଯୁବକଙ୍କ ତାଙ୍କ ଟଙ୍କା ନେଇ ଚମ୍ପଟ ମାରିଛନ୍ତି । କମଳିନୀ ଜେନା ଭଣ୍ଡାରିପୋଖରୀ ବଜାରରେ ଥିବା ମୋ ସେବା କେନ୍ଦ୍ରରୁ ସୁଭଦ୍ରା ଯୋଜନା ଅର୍ଥରୁ ୪,୫୦୦ଟଙ୍କା ଉଠାଇ ଘରକୁ ଚାଲି ଚାଲି ଫେରୁଥିଲେ ।

ଟଙ୍କା, ପାସବୁକ୍, ୨ଟି ମୋବାଇଲ ଓ କିଛି କାଗଜପତ୍ର ଗୋଟିଏ ପଲିଥିନ୍ ବ୍ୟାଗ୍ରେ ଧରିଥିଲେ । ତାଙ୍କୁ ପିଛା କରି ୨ ଜଣ ବାଇକ୍ରେ ଆସି ପାଳଦାବାଙ୍କ ପୋଲ ତଳେ ଅପେକ୍ଷା କରିଥିଲେ ।

କମଳିନୀ ପୋଲ ନିକଟକୁ ଆସିବା ମାତ୍ରେ ଲୁଟେରା ଦୁଇ ଜଣ ତାଙ୍କୁ କହିଥିଲେ, ସୁଭଦ୍ରା ଯୋଜନା ଅର୍ଥ ଉଠାଇବା ପରେ ସଙ୍ଗେ ସଙ୍ଗେ ପୁଣି ଥରେ ଦରଖାସ୍ତ କରିବାକୁ ପଡ଼ିବ । କମଳିନୀ ଏନେଇ ଜାଣି ନ ଥିବା କହିବାରୁ ସେମାନେ ତାଙ୍କୁ ଏଥିରେ ସାହାଯ୍ୟ କରିବେ ବୋଲି କହି ବାଇକ୍ରେ ବସିବାକୁ କହିଥିଲେ । କମଳିନୀ ବାଇକ୍ରେ ବସିବା ବେଳକୁ ବାଇକ୍ ଚାଳକ ତାଙ୍କୁ ପଲିଥିନ୍ ବ୍ୟାଗ୍ ଦେଇ ଦେବାକୁ କହିଥିଲେ। କମଳିନୀ ବିଶ୍ୱାସରେ ବ୍ୟାଗ୍କୁ ବଢ଼ାଇ ଦେଇଥିଲେ । କିଛି ବାଟ ଯିବା ପରେ ୩ ଜଣ ବସିବାରେ ଅସୁବିଧା ହେଉଥିବା ଦର୍ଶାଇ ବାଇକ୍ ଅଟକାଇଥିଲେ ଚାଳକ । କମଳିନୀ ଓହ୍ଲାଇ ଛିଡ଼ା ହୋଇଥିବା ବେଳେ ଲୁଟେରା ଦ୍ୱୟ ବ୍ୟାଗ୍ ନେଇ ଚମ୍ପଟ ମାରିଥିଲେ । କମଳିନୀ ସମ୍ପର୍କୀୟଙ୍କ ସହାୟତାରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ ଆରମ୍ଭ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button