ରାଜ୍ୟ

ସବୁଜଜିମାରେ ଭରିଯାଇଛି ଜେଲ ପରିବେଶ, ଚାଷ କଲେ ଦୂର ହେଉଛି କଏଦୀଙ୍କ ମାନସିକ ଦୁଶ୍ଚିନ୍ତା

ଜେଲରେ ସଂସ୍କାର ଆଣିବାପାଇଁ ସରକାର ନୂଆ ନୂଆ ଯୋଜନା କରୁଛନ୍ତି । ଜେଲର କଏଦୀ ମାନଙ୍କୁ ନେଇ କରାଯାଉଛି ପରିବା ଚାଷ । ସେମାନେ ଫଳାଉଛନ୍ତି ସୁନାର ଫସଲ। ବିନା ସାରରେ କରୁଛନ୍ତି ଚାଷ । ଜେଲରେ ଚାଷ କରୁଥିବାରୁ ତାଙ୍କ ମାନସିକତାରେ ହେଉଛି ପରିବର୍ତ୍ତନ ।

ସ୍ଵଚ୍ଚ, ନିର୍ମଳ ଓ ସବୁଜମୟ ନୟାଗଡ ଜିଲ୍ଲା କାରାଗାର। ଯେଉଁ ଦିଗକୁ ଚାହିଁବ ତାହା ସବୁଜମୟ ।

ସବୁଜଜିମାରେ ଜେଲ ପରିବେଶ। ଜେଲରେ ଥିବା କଏଦୀ ଓ ବିଚାରଧୀନ କଏଦୀମାନଙ୍କ ମନରେ ସଂସ୍କାର ଆଣିବା ପାଇଁ ଜେଲ ସୁପରିଟେଣ୍ଡଣ୍ଟ ବିଭିନ୍ନ କାର୍ଯ୍ୟ କରୁଛନ୍ତି । ବିଭିନ୍ନ ସଂଗୀନ ମାମଲାରେ ଥିବା ୭ ରୁ ୮ ଜଣ କଏଦୀ ଓ ବିଚାରଧୀନ କଏଦୀଙ୍କୁ ଏକତ୍ରିତ କରି ସେମାନଙ୍କୁ ପରିବା ଚାଷ କରିବାପାଇଁ କହିଥିଲେ। ଟାଙ୍ଗରା ଭୂମିରେ ଚାଷ କରିବା ସହଜ ନଥିଲା । ଇଛା ଶକ୍ତି ଆଗରେ ସବୁକିଛି ହାର ମାନିଲା। ସେହି ଟାଙ୍ଗରା ଭୂମିରେ ଏବେ ବାଇଗଣ, ଭେଣ୍ଡି, କୁନ୍ଦୁରି, ଲାଉ, ଭଣ୍ଡା, ହଳଦୀ, ପାଳୁଅ ଭଳି ବିଭିନ୍ନ ଫସଲ ହେଉଛି । କୌଣସି ରାସାୟନିକ ପଦାର୍ଥ ଦିଆଯାଉନାହିଁ । ଖତ ଓ ଘାସରୁ ସାର ପ୍ରସ୍ତୁତ କରି ଚାଷ କରୁଛନ୍ତି । ସେହି ପନିପରିବାକୁ ଜେଲ ଅନ୍ତଵାସୀଙ୍କୁ ଖାଇବାକୁ ଦିଆଯାଉଛି ।

ଅପରାଧକୁ ଘୃଣା କର କିନ୍ତୁ ଅପରାଧୀକୁ ନୁହେଁ । ଏହି ଉକ୍ତିକୁ ଯଥାର୍ଥ କରିଛନ୍ତି ନୟାଗଡ ଜିଲ୍ଲା କାରାଗାରର ସୁପରିଟେଣ୍ଡଣ୍ଟ । ଚାଷରୁ ବାହାରୁଥିବା ପନିପରିବା ଜେଲର ରନ୍ଧା ଖାଦ୍ୟରେ ଉପଯୋଗୀ ହେଉଛି । ଜେଲରେ ଦିଆଯାଉଥିବା ପରିବା ମାଗଣାରେ ଦିଆଯାଉନାହିଁ। ଜେଲ ଠିକାଦାର ଠାରୁ ଟଙ୍କା ଆସି ଜେଲର ଉନ୍ନତି ମୂଳକ କାର୍ଯ୍ୟରେ ଲଗାଯାଉଛି । ଯେଉଁମାନେ ପରିବା ଚାଷ କରୁଛନ୍ତି ତାଙ୍କୁ ଦୈନିକ ୯୫ ଟଙ୍କା ଦିଆଯାଉଛି । ଜେଲରେ ରହି ଯେଉଁ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ ତାହାଠାରୁ ଦୂରେଇ ରହୁଛନ୍ତି ।

କଥାରେ ଅଛି ସ୍ଵଚ୍ଚ ଓ ସୁନ୍ଦର ପରିବେଶ ଜଣେ ବ୍ୟକ୍ତିର ମାନସିକତା ବଦଳାଇବାରେ ସାହାଯ୍ୟ କରେ । ସୁନ୍ଦର ପରିବେଶରେ ରହିଲେ ମଣିଷ ମନରେ ସକରାତ୍ମକ ଭାବନା ଜାତ ହୁଏ । ନୟାଗଡ ଜ଼ିଲ୍ଲା କାରାଗାରରେ ରହି ନିଜେ ରୋଜଗାର କରିବା ସହ ପରିବାର ଚଳାଇବାରେ ସାହାଯ୍ୟ କରୁଛନ୍ତି କଏଦୀ ।

Related Articles

Leave a Reply

Your email address will not be published. Required fields are marked *

Back to top button