ରାଜ୍ୟ

ପୂର୍ବ ଶତ୍ରୁତାରୁ ଦୁଇଭାଇଙ୍କୁ ଆକ୍ରମଣ, ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର

ସୋରଡ଼ା : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅମୃତୁଲୁ ଗ୍ରାମରେ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତା କେନ୍ଦ୍ର କରି ମାରଣାସ୍ତ୍ର ଦୁଇ ଭାଇଙ୍କୁ ଆକ୍ରମଣ । ବଡ଼ ଭାଇ ମୃତ ସାନ ଭାଇ ଗୁରୁତର । ମୃତ ବଡ଼ ଭାଇ ଜଣକ ହେଲେ ବାବୁ ସ୍ୱାଇଁ,ଗୁରୁତର ହେଲେ ଜିତୁ ସ୍ୱାଇଁ । ସୂଚନା ମୁତାବକ ତିନିଦିନ ପୂର୍ବରୁ ଗାଁରେ ଗଣେଶ ଭସାଣି ବେଳେ ବାବୁ ଓ ଅଭିଯୁକ୍ତ ଲିପୁଙ୍କ ମଧ୍ୟରେ ହୋଇଥିଲା ବଚସା ।

ସେହି ରାଗ ରଖି ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲେ । ପରେ ବାବୁର ସାନଭାଇ ଜିତୁ ଗଣ୍ଡଗୋଳ ଭଙ୍ଗାଇବାକୁ ଆସିଥିଲା ।

ଅଭିଯୁକ୍ତ ଲିପୁନ ଓ ତାଙ୍କ ଭାଇ ମିଶି କାତି ସାହାଯ୍ୟରେ ଦୁଇ ଭାଇଙ୍କୁ ଆକ୍ରମଣ କରିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୁଇ ଭାଇତଳେ ପଡ଼ିଥିବା ବେଳେ ପରିବାର ଲୋକେ ଉଦ୍ଧାର କରି ସୋରଡ଼ା ମେଡିକାଲରେ ଭର୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ବ୍ରହ୍ମପୁର ଏମ କେ ସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବଡ଼ ଭାଇର ମୃତ୍ୟୁ ହୋଇଥିବା ବେଳେ ସାନ ଭାଇର ଚିକିତ୍ସା ଚାଲିଛି । ଏନେଇ ବାବୁ ପରିବାର ଲୋକେ ଥାନାରେ ମାମଲା ଦେବା ପରେ ସୋରଡ଼ା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button