ଦେଶ- ବିଦେଶ

ରାତିରେ ଭଲ ନିଦ ହେଉନାହିଁ କି ? ଏଥିରୁ ରାତିରେ କେବଳ 1 ଗ୍ଲାସ୍ ପିଅନ୍ତୁ, କୁମ୍ଭକର୍ଣ୍ଣ ଭଳି ନିଦ ଆସିବ

ନମସ୍କାର ବନ୍ଧୁଗଣ ତେବେ ସମସ୍ତଙ୍କୁ ନିଦ ନିହାତି ଆବଶ୍ୟକ । ଯଦି ଶୋଇବା ସମୟ ହିସାବ କରିବେ ତେବେ ଆମ ଜୀବନରେ ଆମେ ପାଖାପାଖି ୨୭ ବର୍ଷ ଶୋଇଥାଉ । ଜୀବନର ଏକ ତୃତୀୟାଂଶ ସମୟ ଆମେ ଶୋଇ ବିତାଇ ଦେଇଥାଉ । ନିଦ ବିନା ଜୀବନ ଅସମ୍ଭବ । ଖାଦ୍ୟ, ପାଣି, ଓ ବସ୍ତ୍ର ଆମ ଜୀବନ ପାଇଁ ନିହାତି ଆବଶ୍ୟକ । ସେହିଭଳି ନିଦ ମଧ୍ୟ । ଯାହା ବିନା କେହି ବି ବଞ୍ଚି ପାରିବେ ନାହିଁ । ଯଦି ଆପଣ ସଠିକ ରୂପରେ ନ ଶୋଇବେ ତେବେ ଶରୀରରେ ବହୁତ ସମସ୍ୟା ସୃଷ୍ଟି ହୋଇଯିବ ।

ସେଥିପାଇଁ ଆଜିକାଲି ଯୁଗରେ ଆମ ସମସ୍ତଙ୍କୁ ଭଲ ନିଦ ଆବଶ୍ୟକ । ବର୍ତ୍ତମାନ ଯୁଗରେ ନିଦ ସମସ୍ତଙ୍କ ପାଇଁ ଗୋଟିଏ ସ୍ଵପ୍ନ ହୋଇ ଯାଇଛି । ନଶୋଇବା କାରଣରୁ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ । ଯେମିତି କି ହୃଦୟ ଜନିତ ରୋଗ, ମସ୍ତିଷ୍କ ଅଶାନ୍ତିଓ ପେଟରେ ଗ୍ୟାସ ସମସ୍ୟାର ମୂଳ କାରଣ ହେଉଛି ଅନିଦ୍ରା ହେବା ।

ସମସ୍ତ ମଣିଷଙ୍କ ପାଇଁ ଏକ ଭଲ ନିଦ ବହୁତ ଅଧିକ ଆବଶ୍ୟକ ହୋଇଥାଏ । ଭଲ ନିଦ ମଣିଷ ଚିନ୍ତାକୁ ଦୂର କରିବା ପାଇଁ ଏବଂ ଜୀବନ ଶୈଳୀକୁ ବାଲାନ୍ସରେ ରଖିବା ପାଇଁ ବହୁତ ଅଧିକ ଗୁରୁତ୍ଵପୂର୍ଣ୍ଣ । ନିଦର ଅଭାବ କାରଣରୁ ଆପଣଙ୍କ ଶରୀରକୁ ସଂପୂର୍ଣ୍ଣ ଆରମ ମିଳିପାରେ ନାହିଁ । ଫଳରେ ଆପଣ ମାନେ ବିଭିନ୍ନ ପ୍ରକାର ଗମ୍ଭୀର ରୋଗରେ ଗ୍ରସିତ ହୋଇଥାନ୍ତି । ରାତି ସାରା ଅନିଦ୍ରା ରହିବା ବା ନିଦ ନହେବାର ରୋଗକୁ ଇନସୋମୋନିଆ କୁହାଯାଇଥାଏ ।

ତେବେ ଯଦି ଆପଣ ମାନଙ୍କର ଅନିଦ୍ରା ସମସ୍ୟା ରହିଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜି ଆମେ ଆପଣ ମାନଙ୍କୁ କିଛି ଏପରି ଉପଚାର ବିଷୟରେ କହିବାକୁ ଯାଉଛୁ କରି ଆପଣ ମାନେ ନିଜର ଏହି ସମସ୍ୟାକୁ ଅତି ସହଜରେ ଦୂର କରିପାରିବେ । ଏହା ହେଉଛି  ଘରୋଇ ଉପଚାର ଯାହାକୁ ଆପଣ ବହୁତ ସହଜରେ ନିଜ ଘର ମଧ୍ୟରେ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

ତେବେ ଯଦି ଆପଣ ମାନଙ୍କୁ ରାତିରେ ନିଦ ହେଉ ନାହିଁ ତା ହେଲେ ଆପଣ ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣିରେ ନିଜ ପାଦକୁ ଭଲଭାବରେ ଧୋଇଦିଅନ୍ତୁ ଓ ତାପରେ ପାଦରେ ସୋରିଷ ତେଲକୁ ଭଲଭାବରେ ପାଦରେ ମାଲିସ କରନ୍ତୁ । ଦେଖିବେ ଆପଣ ସମ୍ପୂର୍ଣ ରିଲାକ୍ସ ଫିଲ କରିବା ସହିତ ଓ ଶାନ୍ତିରେ ଶୋଇପାରିବେ । ଏହାବ୍ୟତୀତ ଯଦି ଆପଣ ଅଧିକ ଚିନ୍ତାରେ ରହୁଛନ୍ତି କିମ୍ବା ସ୍ତ୍ରୀ ଲୋକମାନେ ତାଙ୍କ ପରିବାରଙ୍କୁ ନେଇ ଅଧିକ ଚିନ୍ତିତ ହେଉଛନ୍ତି, ତେବେ ଆପଣ ଅଶୋ ଡାଇନାମିକ ମେଡ଼ିଟେସନ ପ୍ରତ୍ୟକ ଦିନ ସକାଳ କରନ୍ତୁ । ଦେଖିବେ ଏହି ସମସ୍ୟା ଧୀରେ ଧୀରେ ସମ୍ପୂର୍ଣ ଦୂର ହୋଇଯିବ ।

ଏହା ଛଡା ଆପଣ ସମପରିମାଣରେ ଅଶ୍ଵଗନ୍ଧା ଗୁଣ୍ଡ ଓ ସରପଗନ୍ଧା ଗୁଣ୍ଡ ନିଅନ୍ତୁ । ଏହି ଦୁଇଟି ଗୁଣ୍ଡକୁ ମିଶାଇ ଏକ ଚୁର୍ଣ୍ଣ ପ୍ରସ୍ତୁତ କରନ୍ତୁ ଓ ରାତିରେ ଶୋଇଲାବେଳେ ଏହି ଚୁର୍ଣ୍ଣରୁ ତିନି ରୁ ଚାରି ଗ୍ରାମ ନେଇ ପାଣି ସହିତ ସେବନ କରନ୍ତୁ । ଦେଖିବେ ଆପଣଙ୍କୁ ଭୟଙ୍କର ନିଦ ଆସିବ ଓ ନିଦ ନଆସିଲା ଭଳି ସମସ୍ୟା ଆପଣଙ୍କର ଦୂର ହୋଇଯିବ । ତେବେ ଆପଣ ଡାଲଚିନି ଗୁଣ୍ଡକୁ ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣି କିମ୍ବା ଉଷୁମ କ୍ଷୀର ରେ ଅଧା ଚାମଚ ପକାଇ ଭଲ ଭାବରେ ମିଶାଇ ପିଅନ୍ତୁ, ଦେଖିବେ ଆପଣଙ୍କୁ ବହୁତ ଭଲ ନିଦ ନିଶ୍ଚିତ ଆସିବ ।

ତେବେ ୧ କପ ଉଷୁମ କ୍ଷୀରରେ ଏକ ଚାମୁଚ ଯାଇଫଳଗୁଣ୍ଡ ମିଶାଇ ପିଅନ୍ତୁ ଏହାଛଡା ଅଳ୍ପ ମାତ୍ରାରେ କେଶର ମଧ୍ୟ ମିଶାଇପିଇଲେ ଆପଣଙ୍କୁ ନିଦ ନ ଆସିବାର ସମସ୍ୟା ମଧ୍ୟ ଦୂର ହୋଇଥାଏ । କ୍ଷୀର ଏବଂ ମହୁର ମିଶ୍ରଣ ନିଦ ଆଣିବାରେ ବହୁତ ଭଲ ଘରୋଇ ଉପଚାର ହୋଇଥାଏ । କିନ୍ତୁ ଧ୍ୟାନରଖିଥିବେ ଏହି ମିଶ୍ରଣରେ କ୍ଷୀର ଅଧିକ ଗରମ ହୋଇନଥିବା ଆବଶ୍ୟକ । ଯେଉଁମାନଙ୍କୁ ଡାଇବେଟିସ ରହିଛି ସେମାନେ ଏହି ଉପଚାର ସେବନ କରନ୍ତୁ ନାହିଁ ।

ଆପଣ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ଗରମ ପାଣିରେ ଏକ ଚାମୋଚ ଜିରା ଗୁଣ୍ଡ ମିଶାଇ ଏହାକୁ କିଛି ସମୟ ରଖିପିଅନ୍ତୁ, ଏହାଦ୍ୱାରା ଆପଣଙ୍କୁ ବହୁତ ଭଲ ନିଦ ଆସିଥାଏ । ତେବେ ଏହା ସହ ଏହି ସବୁ କରିବା ସହିତ ଆପଣଙ୍କୁ ଅଶୋ ଡାଇନାମିକ ମେଡ଼ିଟେସନ କରିବାକୁ ପଡିବ ଯାହା ଫଳରେ ଆପଣ ଆପଣଙ୍କ ମୁଣ୍ଡରେ ଥିବା କ୍ଲାନ୍ତି ବା ଟ୍ରେସ କୁ ସମ୍ପୂର୍ଣ ଭାବରେ ଦୂର କରିପାରିବେ ଓ ଶାନ୍ତିରେ ଶୋଇବେ ।

ଏହି ମେଡ଼ିଟେସନ ଚାଲିସ ମିନିଟ ହୋଇଥାଏ । ଏହା ପ୍ରତେକ ଦିନ କରିବା ଆବଶ୍ୟକ ଅଟେ । ଏହାଛଡା ଆପଣ ଭଲରେ ଭୋଜନ କରନ୍ତୁ ଏବଂ ସକାଳୁ ଉଠି ଭାସ୍ତ୍ରିକା ପ୍ରାଣାୟାମ, ଅନୁଲମ ବିଲୟମ ପ୍ରାଣାୟାମ ଓ ନାରୀ ସଦରମ ପ୍ରାଣାୟାମ ନିଶ୍ଚିତ କରନ୍ତୁ । ଦେଖିବେ ଏହା ଆପଣଙ୍କ ମସ୍ତିଷ୍କକୁ ଶାନ୍ତ ରଖିବା ସହିତ ସମସ୍ତ ଟେନସନ ଓ ଷ୍ଟ୍ରେସ ଦୂର କରିଦେବ ।

Related Articles

Leave a Reply

Your email address will not be published. Required fields are marked *

Back to top button