ସ୍ୱାସ୍ଥ୍ୟ

ଥଣ୍ଡା-କାଶ ତୁରନ୍ତ ଭଲ କରିବାର ଘରୋଇ ଉପଚାର, ବିନା ଔଷଧରେ ଭଲ ହେବ, କେବଳ କରନ୍ତୁ ଏହି ଉପାୟ

ସାଧାରଣତଃ ଋତୁ ପରିବର୍ତ୍ତନ କାରଣ ରୁ ଓ ଭୁଲ ଜୀବନ ଶୈଳୀ କାରଣ ରୁ ଥଣ୍ଡା କାଶ ତଥା କଫ ଭଳି ସମସ୍ଯା ଦେଖିବାକୁ ମିଳିଥାଏ । ଏହା ଏକ ଏଭଳି ସମସ୍ଯା ଯାହା ସମସ୍ତଙ୍କ ଠାରେ ଦେଖାଯିବା ଏକ ସାମାନ୍ଯ କଥା ଅଟେ । ଏହାକୁ ଭାଇରାଲ ଇନଫେକସନ ବା ଭାଇରାଲ ଫିଭର ମଧ୍ୟ କୁହାଯାଇଥାଏ । କିନ୍ତୁ ଆଜିର ସମୟରେ ଅନେକ ଙ୍କୁ ଯଦି କାହାକୁ ମଧ୍ୟ ଏହି ଥଣ୍ଡା କାଶ ହେଉଅଛି, ତେବେ ସେମାନେ ସଙ୍ଗେ ସଙ୍ଗେ ଏପରି ଭାବିଥା’ନ୍ତି କି ବୋଧ ହୁଏ, ଏହା କରୋନା ର ଲକ୍ଷଣ ଅଟେ । କିନ୍ତୁ ଏଠାରେ ଜାଣି ରଖନ୍ତୁ କି ସବୁ ଥଣ୍ଡା କାଶ ବା କଫ କାରୋନା ର ଲକ୍ଷଣ ନୁହେଁ ।

ଯଦି ଆପଣଙ୍କୁ କିଛି ସାଧାରଣତଃ ଥଣ୍ଡା କାଶ ଭଳି ସମସ୍ଯା ରହିଅଛି, ତେବେ ଆପଣ କିଛି ପ୍ରାକୃତିକ ଘରୋଇ ଉପାୟ ପ୍ରୟୋଗ କରି ଆପଣ ଏହି ଥଣ୍ଡା କାଶ ଭଳି ସମସ୍ଯା ରୁ ନିଜକୁ ରକ୍ଷା କରି ପାରିବେ । ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି ଏକ ଉପଚାର ଟିକୁ ନେଇ କରି ଆସିଛୁ, ଯାହାକୁ ବ୍ଯବହର କରି ଆପଣ ନିଜର ଥଣ୍ଡା କୁ ଭଲ କରି ପାରିବେ ।

ଆଜିର ଏହି ଉପଚାର ଟିକୁ ପ୍ରସ୍ତୁତ କାରିବା ପାଇଁ ଆପଣ ପ୍ରଥମେ ଏକ ପାତ୍ର କୁ ଗ୍ଯାସ ରେ ବସାଇ ସେଥିରେ 2 ଗ୍ଳାସ ପାଣି ଢାଳନ୍ତୁ । ବର୍ତ୍ତମାନ ସେହି ପାଣି ରେ ଏକ ଚାମଚ ଜୀରା ଦିଅନ୍ତୁ । ଏହା ଆମ ଶରୀର କୁ ଅନେକ ପ୍ରକାରର ରୋଗ ରୁ ରକ୍ଷା କରିଥାଏ । ଏହା ପରେ ଏକ ଦୁଇ ଇଞ୍ଚ ର ଅଦା ଖଣ୍ଡ କୁ ନେଇ ଭଲ ଭାବରେ ଧୋଇ ତାହାକୁ ଛେଚି ସେହି ପାଣି ପକାଇ ଦିଅନ୍ତୁ ।

ଅଦା ମଧ୍ୟ ଆମ ଥଣ୍ଡା ଓ କାଶ ଭଳି ସମସ୍ଯା କୁ ଦୂର କରିବା ପାଇଁ ଖୁବ ଭଲ ହୋଇଥାଏ । ଏହା ଥଣ୍ଡା ଓ କାଶ ଭଳି ସମସ୍ଯା କୁ ଦୂର କରିବା ସହ ଛାତିରେ ଜମା ହୋଇଥିବା କଫ କୁ ମଧ୍ୟ ଦୂର କରି ଦେଇଥାଏ । ଏହା ପରେ ଆପଣ 10 ରୁ 15 ଟି ତୁଳସୀ ପତ୍ର କୁ ନେଇ ସେହି ପାଣିରେ ପକାଇ ଦିଅନ୍ତୁ । ଏହା ଆପଣ ଙ୍କର ଥଣ୍ଡା କାଶ ଭଳି ସମସ୍ୟା କୁ ଦୂର କରିବା ସହ ଏହା ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି କୁ ମଧ୍ୟ ବଢାଇ ଦେଇଥାଏ ।

ବର୍ତ୍ତମାନ ଏହି ପାଣି ଫୁଟି ଫୁଟି 2 ଗ୍ଳାସ ରୁ 1 ଗ୍ଳାସ ହେବା ପରେ ଆପଣ ଏହାକୁ ଏକ ଗ୍ଳାସ ରେ ଛାଣି ନିଅନ୍ତୁ । ବର୍ତ୍ତମାନ ଆପଣ ଙ୍କର ଏହି କଢା ବନି ପ୍ରସ୍ତୁତ କୁହାଯାଇଛି । ଆପଣ ଏହାର ସ୍ଵାଦ ପାଇଁ ଏଥିରେ ଚାହିଁଲେ ଏକ ରୁ ଦୁଇ ଚାମଚ ମହୁ କିମ୍ବା କିଛି ଗୁଡ ମିଶାଇ ପାରିବେ । ବର୍ତ୍ତମାନ ଆପଣଙ୍କୁ ଏହି କାଢା କୁ ପ୍ରସ୍ତୁତ କରି ଦିନ କୁ ଦୁଇ ରୁ ତିନି ଥର ସେବନ କରିବାର ଅଛି । ତେବେ ଆପଣ ଙ୍କୁ ଏହି ରେମିଡି ଟି କିପରି ଲାଗିଲା ତାହା ପାନ କମେଣ୍ଟ କରି ଜଣାଇବାକୁ ଭୁଲିବେନି । ଧନ୍ୟବାଦ

More Cool Stuff

Related Articles

Leave a Reply

Your email address will not be published. Required fields are marked *

Back to top button