ଏହି ଟିପ୍ସକୁ ଫଲୋ କରି ଆପଣ ଘର ଏବଂ ଅଫିସ ମଧ୍ୟରେ ରଖିପାରିବେ ସନ୍ତୁଳନ

ଆଜିର ଦିନରେ ବହୁତ ଲୋକ ତାଙ୍କର ଅଧିକାଂଶ ସମୟ ଅଫିସରେ କାଟିଥାନ୍ତି। ଏଥିପାଇଁ ଅଫିସକୁ ଦ୍ବିତୀୟ ଘର ବୋଲି କୁହାଯାଏ। ପୂରା ଦିନ ଅଧିକ ସମୟ ଅଫିସରେ କାଟିବା ପରେ ଆପଣ ଘରକୁ ଆସି ମଧ୍ୟ ଅପିସର ମେସେଜ କିମ୍ବା ମେଲକୁ ଚେକ କରିଥାନ୍ତି। ଏହା ସିଧା ପ୍ରଭାବ ଆପଣଙ୍କ ସ୍ବାସ୍ଥ୍ୟ ଏବଂ ସାମାଜିକ ସମ୍ବଦ୍ଧ ଉପରେ ପଡିଥାଏ। ଯଦି ଆପଣ ସାମାନ୍ୟ ଚେଷ୍ଟା କରିବେ ତେବେ ଆପଣ ବାଲାନ୍ସ କରିପାରିବେ।
ଏମିତିରେ ସବୁପ୍ରଥମେ ଆପଣଙ୍କୁ ନିଜର ୱାର୍କ-ଲାଇଫକୁ ବାଲାନ୍ସ କରିବାକୁ ହେବ। ସବୁଦିନ ଆମ ମାନଙ୍କୁ ବହୁତ କାମ କରିବାକୁ ହୋଇଥାଏ। ଏଥିପାଇଁ ଆମକୁ ଏହା ଉପରେ ଧ୍ୟାନ ରଖିବାକୁ ହେବ ଯେ କେଉଁ କାମ କରିବା ଅଧିକ ଆବଶ୍ୟକ। ଏହା ସହିତ କିଛି କାମ ଏମିତି ମଧ୍ୟ ଥାଏ ଯେ ତାହାକୁ କିଛି ସମୟ ପାଇଁ ଅଟକାଇ ଯାଇପାରିବ। ପରିବାରର ଥିବା କିଛି ଗୁରୁତ୍ବପୂର୍ଣ୍ଣ କାମକୁ କରିପାରିବେ। ଏହା ଆପଣଙ୍କ ଜୀବନକୁ ସୁନ୍ଦର କରିଦେବ।
କାମ ମଝିରେ ଏକ ଛୋଟ ବ୍ରେକ୍ ନିଅନ୍ତୁ। ଏହା ଦ୍ବାରା ଆପଣଙ୍କ ମସ୍ତିଷ୍କକୁ ଆରାମ ମିଳିବ ଏବଂ ଅଧିକ ସୁସ୍ଥ ଅନୁଭବ କରିବେ। ଏମିତିରେ ମଧ୍ୟ ଆମେ ଯେତେବେଳେ ଗୋଟିଏ ଯାଗାରେ ଅଧିକ ସମୟ ବସୁଛନ୍ତି ତେବେ ଲମ୍ବା ସମୟ ପର୍ଯ୍ୟନ୍ତ ଏକାଗ୍ରତାର ସହିତ କାମ କରିପାରନ୍ତି ନାହିଁ। ଏହି ଟିପ୍ସକୁ ଆପଣେଇ ଘର ଏବଂ ଅଫିସ ମଧ୍ୟରେ ରଖିପାରିବେ ସନ୍ତୁଳନ।
ଚେଷ୍ଟା କରନ୍ତୁ ଯେ ଅଫିସ କାମ କେବଳ ଅଫିସରେ ସାରିବେ । ସେତେବେଳେ ଯାଇ ଆପଣ ଘରର କାମ ବିନା କୌଣସି ଚିନ୍ତାରେ କରିପାରିବେ। ନିଜକୁ ସୁସ୍ଥ ଏବଂ ଆକ୍ଟିଭ୍ ରଖିପାରିଲେ ଯାଇ ଘରର କାମକୁ ଠିକ ଭାବରେ କରିପାରିବେ।




