ରାଜ୍ୟ

ସୁନା ବ୍ୟବସାୟୀଙ୍କ ଘରେ ପଶି ଦମ୍ପତିଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଏମକେସିଜିରେ ଭର୍ତ୍ତି

ବ୍ରହ୍ମପୁର: ଘରେ ପଶି ଦମ୍ପତିଙ୍କୁ ଛୁରାମାଡ଼ । ବ୍ରହ୍ମପୁର ବଡ଼ବଜାର ଗୌଡ଼ସାହିରେ ଘରେ ପଶି ସୁନା ବ୍ୟବସାୟୀ ଓ ତାଙ୍କ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ । ଆହତ ସୁନା ବ୍ୟବସାୟୀ ହେଲେ ସତୀଶ କୁମାର ସୁବୁଦ୍ଧି ଓ ତାଙ୍କ ସ୍ତ୍ରୀ । ଉଭୟଙ୍କ ବେକ କାଟିବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି ।

ତେବେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି । କିଏ ଓ କାହିଁକି ଆକ୍ରମଣ କଲା ବଡ଼ବଜାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ସେହିପରି ଆଠଗଡ଼ରେ ଗଣେଶ ମୂର୍ତ୍ତି ଭସାଣି ବେଳେ ଛୁରାମାଡ଼ ହୋଇଛି । ଏଥିର ଜଣଙ୍କର ମୃତ୍ୟୁ ହୋଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । କଟକ ଜିଲ୍ଲା ଆଠଗଡ଼ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଧୁରୁସିଆ ଗାଁରେ ଏହି ଅଘଟଣ ଘଟିଛି । ଆହତଙ୍କ ମଧ୍ୟରେ ଜଣଙ୍କ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅନ୍ୟ ୨ ଜଣ ଘରେ ଚିକିତ୍ସିତ ହେଉଛନ୍ତି । ମୃତକ ଜଣଙ୍କ ନାବାଳକ ବୋଲି ସୂଚନା ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button