ରାଜ୍ୟ

ଜୀବନ ନେଇଗଲା ମାନସିକ ଚାପ: ପଞ୍ଚମ ମହଲାରୁ ଡେଇଁପଡ଼ିଲେ ଆଇଆଇଟି ଛାତ୍ରୀ

ଟଣୀ: ମଙ୍ଗଳବାର ରାତିରେ ଅରଗୁଳସ୍ଥିତ ଭୁବନେଶ୍ବର ଆଇଆଇଟି କ୍ୟାମ୍ପସ୍ ପରିସରରେ ଜଣେ ଛାତ୍ରୀ ପ୍ରଶାସନିକଭବନ କୋଠାର ପଞ୍ଚମ ମହଲାରୁ ଡେଇଁପଡ଼ି ଜୀବନ ହାରିଦେଇଛନ୍ତି। ମୃତକ ହେଲେ ମେଟାଲର୍ଜି ବିଭାଗ ତୃତୀୟ ବର୍ଷର ଛାତ୍ରୀ କ୍ରିତିକା ରାଜ(୨୧)। ଦିଲ୍ଲୀର ଏହି ଛାତ୍ରୀ କ୍ରିତିକା ମାନସିକ ଚାପଜନିତ ସମସ୍ୟା ପାଇଁ ଏଭଳି ଭୟଙ୍କର ନିଷ୍ପତ୍ତି ନେଇଥିବା ଜଟଣୀ ଥାନା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଆଜି କ୍ୟାପିଟାଲ୍ ହସ୍ପିଟାଲ୍ରେ ବ୍ୟବଚ୍ଛେଦ କରାଇ ପୁଲିସ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି। ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇନାହିଁ। ଆଇଆଇଟି କର୍ତ୍ତୃପକ୍ଷଙ୍କ ଏତଲାକୁ ଭିତ୍ତି କରି ପୁଲିସ ଛାନ୍ଭିନ ଜାରି ରଖିଛି। ଏଭଳି ଏକ ଅଭାବନୀୟ ଘଟଣା ଲାଗି କ୍ୟାମ୍ପସ୍ ପରିସରରେ ବିଷାଦର ଛାୟା ଖେଳିଯାଇଛି।

ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଆଇଆଇଟି ପ୍ରଶାସନିକଭବନ ନିକଟରେ ଏକ ବଡ଼ଧରଣର ଶବ୍ଦ ଶୁଣି ସିକ୍ୟୁରିଟି ଗାର୍ଡ ଘଟଣାସ୍ଥଳକୁ ଯାଇଥିଲେ। ସିକ୍ୟୁରିଟି ଗାର୍ଡ ସେଠାରେ ପହଞ୍ଚିବା ବେଳକୁ କ୍ରତିକା ମୁହଁ ମାଡ଼ି ତଳେ ପଡ଼ିଥିବା ଦେଖିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ କ୍ରତିକାଙ୍କ ନିଶ୍ଚଳ ଶରୀର ପଡ଼ିଥିବା ଦେଖି ସିକ୍ୟୁରିଟି ଗାର୍ଡ ତୁରନ୍ତ ତାଙ୍କ ସୁପରଭାଇଜର୍ ଓ ଛାତ୍ରାବାସ ୱାର୍ଡେନ୍ଙ୍କୁ ଜଣାଇଥିଲେ। ଆଇଆଇଟି କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଆମ୍ବୁଲାନ୍ସରେ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଜଟଣୀ ଥାନା ପୁଲିସ ହସ୍ପିଟାଲ୍ରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମର୍ଗରେ ସଂରକ୍ଷଣ ବ୍ୟବସ୍ଥା କରାଇଥିଲା। ରାତାରାତି ଆଇଆଇଟି କର୍ତ୍ତୃପକ୍ଷ କ୍ରିତିକାଙ୍କ ପରିବାର ଲୋକଙ୍କୁ ଫୋନ୍ କରି ଜଣାଇଥିଲେ। ଆଜି ପୁଲିସ କ୍ୟାମ୍ପସ୍ରେ ପହଞ୍ଚି କ୍ରିତିକା ରହୁଥିବା ହଷ୍ଟେଲରେ ଅନ୍ତେବାସୀ ଓ ସହପାଠିନୀମାନଙ୍କୁ ପଚରାଉଚରା କରିଥିଲା। ଛାତ୍ରାବାସରେ ରହୁଥିବା କ୍ରିତିକା ରାତି ୧୧ଟା ପରେ କ’ଣ ପାଇଁ ପ୍ରଶାସନିକଭବନ କୋଠାକୁ ଯାଇଥିଲେ, ସେନେଇ ପଚରାଉଚରା କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button