ରାଜ୍ୟ
ଜୀବନ ହାରିବାକୁ ଯାଇଥିଲେ ଯୁବତୀ, ସୁଲୁସୁଲୁ ପବନ ବାଜିବାରୁ ଟ୍ରେନ ଟ୍ରାକରେ ଶୋଇପଡିଲେ

ନିଜ ଜୀବନକୁ ଶେଷ କରିବାକୁ ଚାହୁଁଥିଲେ ଯୁବତୀ । ସେଥିପାଇଁ ପ୍ଲାନିଂ ମଧ୍ୟ କରିସାରିଥିଲେ । ଆଉ ଏଥିପାଇଁ ଟ୍ରେନ ଟ୍ରାକକୁ ମଧ୍ୟ ଯାଇଥିଲେ । ହେଲେ ଟ୍ରାକରେ ବସି ଟ୍ରେନକୁ ଅପେକ୍ଷା କରିଥିବା ବେଳେ ସୁଲୁସୁଲୁ ଥଣ୍ଡା ପବନ ପାଇବାରୁ ସେଠାରେ ଶୋଇପଡିଥିଲେ । ଯାହାର ଭିଡିଓ ଭାଇରଲ ହେଉଛି । ଏଭଳି ଘଟଣା ବିହାରରେ ଦେଖିବାକୁ ମିଳିଛି ।
ଖବର ମୁତାବକ, ଯୁବତୀ ଜଣକ ନିଜକୁ ଶେଷ କରିବାକୁ ଚିନ୍ତା କରି ବିହାରର ଚକିୟା ଷ୍ଟେସନକୁ ଯାଇଥିଲେ । ସେଠାରେ ଟ୍ରାକରେ ବସି ଟ୍ରେନକୁ ଆସିବାକୁ ଅପେକ୍ଷା କରିଥିଲେ । କିନ୍ତୁ ସେଠାରେ ବସିଥିବା ବେଳେ ଥଣ୍ଡା ପବନ ହେଉଥିବାରୁ ଯୁବତୀ ଜଣକ ଟ୍ରାକରେ ଶୋଇପଡିଥିଲେ । ଯାହାର ଭିଡିଓ ଦେଖିବାକୁ ମିଳିଛି ।
ଭିଡିଓରେ ଦେଖିବାକୁ ମିଳିଛି କି, ଡ୍ରାଇଭର ଏମରଜେନ୍ସୀ ବ୍ରେକ ଲଗାଇବା ପରେ ଟ୍ରେନ ଯୁବତୀଙ୍କ ମୁଣ୍ଡ ଠାରୁ କିଛି ଇଞ୍ଚ ଦୂରରେ ରହିଯାଇଥିଲା । ଆଉ ଅଳ୍ପକେ ବର୍ତ୍ତିଯାଇଥିଲେ । ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଘରକୁ ଆଣିଥିଲେ ।