ଦେଶ- ବିଦେଶ

ଅଧକପାଳୀ ବା ମାଇଗ୍ରେନ୍ (Migraine) କଣ ଓ କେମିତି ଦୂର ହେବ ?

। ମାଇଗ୍ରେନ ବା ଅଧକପାଳି ଆମ ସମାଜର ଏକ ସାଧାରଣ ସମସ୍ଯା, ଯାହା ଅଧିକାଂଶ ବ୍ୟକ୍ତିଙ୍କ ଠାରେ ଦେଖିବାକୁ ମିଳୁଛି । ପରିସଂଖ୍ୟା ରୁ ଜଣା ପଡିଛିଯେ ପୃଥିବୀରେ ପ୍ରାୟତଃ ୧୫ପ୍ରତିଶତ ଲୋକ କେବଳ ଅଧକପାଳି ଜନିତ ସମସ୍ଯା ରେ ଚିନ୍ତିତ । ତାହାଛଡା ଏହା ପ୍ରାୟତଃ ମହିଳା ମାନଙ୍କ ଠାରେ ଦେଖାଯାଇଥାଏ । ସାଧାରଣତଃ ୨0 ରୁ ୫0 ବର୍ଷ ବୟସରେ ଏହା ଦେଖା ଦେଇଥାଏ । ମୁଣ୍ଡ ବ୍ୟଥା ଏକ ଏଭଳି ସମସ୍ଯା ଯାହାର ଆରମ୍ଭ ମାତ୍ରେ ହିଁ ମଣିଷ କୌଣସି କାମ କରିପାରି ନଥାଏ ।

 

ମୁଣ୍ଡ ବ୍ୟଥା ପ୍ରାୟ ୨ ପ୍ରକାରର ହୋଇଥାଏ । ପଥମଟି ପ୍ରାଇମେରି ମୁଣ୍ଡ ବ୍ୟଥା ଓ ଆଉ ଏକ ସେକେଣ୍ଡାରୀ ମୁଣ୍ଡବ୍ୟଥା । ବନ୍ଧୁଗଣ ଏହି ଅଧକପାଳି ବା ମାଇଗ୍ରେନ ସମସ୍ଯାଟି ପ୍ରାଇମେରି କେସ ରେ ଦେଖା ଦେଇଥାଏ । ତାହାଛଡା ଅନ୍ୟ କୌଣସି କାରଣରୁ ଯଦି ମୁଣ୍ଡ ବିନ୍ଧେ, ତେବେ ତାହାକୁ ସେକେଣ୍ଡାରୀ ପ୍ରକାରର ମୁଣ୍ଡ ଯନ୍ତ୍ରଣା ବୋଲି କୁହାଯାଇଥାଏ ।

କିଛି ଗବେଷଣା ରୁ ଜଣାପଡିଛି ଯେ ମୁଣ୍ଡ ବ୍ୟଥା କିଛି ହରମୋନ ଜନିତ ସମସ୍ୟାରୁ ମଧ୍ୟ ଦେଖା ଦେଇଥାଏ । ମାଇଗ୍ରେନ ରୋଗର ମୁଖ୍ୟ ଲକ୍ଷଣ ହେଉଛି ମୁଣ୍ଡ ବ୍ୟଥା । ତାହାସହ ଏହି ସମୟରେ ବାନ୍ତି ଲାଗିବା, ଦୁର୍ବଳ ଅନୁଭବ କରିବା, ଆଖିରେ ଠିକ ଭାବରେ ଦେଖି ନ ପାରିବା ଭଳି ସମସ୍ଯା ମଧ୍ୟ ଦେଖା ଦେଇଥାଏ ।

 

ଅଧକାପାଳି ବା ସଂପୂର୍ଣ୍ଣ ମୁଣ୍ଡ ବ୍ୟଥା ମଧ୍ୟ ହୋଇଥାଏ । ମାଇଗ୍ରେନ ମୁଣ୍ଡ ବ୍ୟଥା ପ୍ରାୟତଃ ୩ ଦିନ ଧରି ରହିଥାଏ । କିନ୍ତୁ ଏହା ଅଧିକ ଦିନ ହୋଇ ରହିଗଲେ ମଣିଷ ଡିପରେସନ ର ମଧ୍ୟ ଶିକାର ହୋଇଯାଏ । ତାହାଛଡା ବନ୍ଧୁଗଣ ଠିକ ଭାବରେ ନ ଖାଇବା ବା ଠିକ ଭାବରେ ନ ଶୋଇବା କାରଣରୁ ଏହି ମାଇଗ୍ରେନ ରୋଗ ହେବାର ଦେଖା ଯାଇଥାଏ ।

ଅଧିକ ସମୟ ଧରି TV ବା ମୋବାଇଲ ର ବ୍ୟବହାର କାରଣରୁ ଏହି ଉପକରଣ ଗୁଡିକ ର ଯେଉଁ ଲାଇଟ ଦୀର୍ଘ ସମୟ ଧରି ଆଖି ଉପରେ ପଡିବାଥାଏ, ସେହି କାରଣରୁ ମଧ୍ୟ ମାଇଗ୍ରେନ ରୋଗ ହେବା ଆରମ୍ଭ ହୋଇଥାଏ । ଏହା ପ୍ରାୟତଃ ଆଜିକାଲି ର ଯୁବ ପିଢୀରେ ଅଧିକ ମାତ୍ରାରେ ହେବାର ଦେଖା ଦେଉଛି ।

 

ତେଣୁ ଯଦି ଆପଣ ମାଇଗ୍ରେନ ରୋଗ ଶିକାର ହୋଇଥାନ୍ତି ତେବେ ଠିକ ସମୟରେ ଓ ଠିକ ଭାବରେ ଖାଇବା ଶୋଇବା ସହ TV ଓ ମୋବାଇଲ ର ବ୍ୟବହାର ମଧ୍ୟ ଧୀରେ ଧୀରେ କମ କରିବା ଉଚିତ୍ । ବନ୍ଧୁଗଣ ଯଦି ମାଇଗ୍ରେନ ରୋଗ ର ଠିକ ଭାବରେ ଆପଣ ଚିକିତ୍ସା କରିନଥାନ୍ତି, ତେବେ ଆପଣ ଭବିଷ୍ୟତ ରେ ଡିପ୍ରେସନ, ଏଞ୍ଜାଇଟି ର ଶିକାର ହେବା ସହ ନିଦ ଜନିତ ସମସ୍ଯାରେ ଗ୍ରସ୍ତ ହୋଇପାରନ୍ତି ।

ତେଣୁ ବନ୍ଧୁଗଣ ଯଦି ମାଇଗ୍ରେନ ରୋଗ ଜନିତ ସମସ୍ଯା ଦେଖା ଦେଉଛି, ତେବେ ଏହାକୁ ହେଳା ନ କରି ଏହାର ଠିକ ଭାବରେ ଉପଚାର କରାଯିବ ଉଚିତ୍ । ତାହାସହ ଏହାର ଔଷଧ କୁ ମଧ୍ୟ ଠିକ ସମୟରେ ନେବା ଉଚିତ୍ ।

Related Articles

Leave a Reply

Your email address will not be published. Required fields are marked *

Back to top button